ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।

ସୁନ୍ଦରୀ ପ୍ରେମିକା କୁ ଦାମୀ ଗିଫ୍ଟ ଦେଇ ପ୍ରେମ କରୁଥିଲେ,ଆଉ ନିଜ ସୁନ୍ଦରୀ ପ୍ରେମିକା ପୂଜାକୁ ଖୁସି କରିବା ପାଇଁ ଟଙ୍କା ଉଡ଼ାଉଥିଲେ ରୋନିତ।ହେଲେ ଆଜି ସେହି ପୂଜା ପାଇଁ ୮ ମହଲା ତଳକୁ ଡେଇଁ ପଡ଼ିଲେ ରୋନିତ। କଲେଜ୍ ରେ ପାଠ ପଢୁ ପଢ଼ୁ ସୁନ୍ଦରୀ ଝିଅ ଦେଖି ପ୍ରେମରେ ପଡି ଯାଇଥିଲେ।ଆଉ ସେହି ସୁନ୍ଦରୀ ଝିଅକୁ ରାଣୀ କରିବାକୁ ମନେ ମନେ ଚିନ୍ତା କରିଥିଲା ରୋନିତ୍। ତେବେ ନିଜ ପ୍ରେମିକା କୁ ରୋନିତ ବହୁତ ଭଲ ପାଉଥିବା ବେଳେ ତାଙ୍କୁ ଟିକେ ଖୁସିରେ ରଖିବାକୁ ସବୁବେଳେ ଚେଷ୍ଟା କରୁଥିଲା।ଆଉ ପୂଜା କିଛି ମାଗିବା ଆଗରୁ ସବୁକିଛି ଆଣି ତା ପାଦ ତଳେ ଢାଳି ଦେଉଥିଲା।

କେତେବେଳେ ଦାମୀ ଦାମୀ ଡ୍ରେସ୍ ଦେଇ ପୂଜାକୁ ଖୁସି କରୁଥିଲା ତ ପୁଣି କେତେବେଳେ ସୁନା ରୂପା ଗିଫ୍ଟ ଦେଉଥିଲା। ଆଉ ଭାବିଥିଲା ଏମିତି ଦାମୀ ଦାମୀ ଗିଫ୍ଟ ଦେଲେ ସୁନ୍ଦରୀ ପ୍ରେମିକା ତାକୁ ଭଲ ପାଇବ ବୋଲି ଆଉ ତାକୁ ଛାଡି ଅନ୍ୟ କାହାକୁ ଭଲ ପାଇବନି। ହେଲେ ସେ ଜାଣି ନଥିଲା ସେ ଯାହାକୁ ଏତେ ଭଲ ପାଉଛି ସେ ଝିଅ ତା ସହ ଏମିତି କରିଦେବ ବୋଲି। ସତେ ଯେମିତି ତାର ସେ ପ୍ରେମକୁ କାହାର ନଜର ଲାଗିଗଲା। ଆଉ ଛୋଟ ଛୋଟ କଥା କୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ଆରମ୍ଭ ହେଇଥିଲା ।ଯାହାକୁ ରୋନିତ ସହି ପାରି ନଥିଲା। ଅନେକ ଥର ପୂଜାକୁ ବୁଝାଇବାକୁ ରୋନିତ ଚେଷ୍ଟା କରିଥିଲା।
ପ୍ରେମରେ ହାର ମାନିବା ପରେ ସତେ ଯେମିତି ନିଜ ଜୀବନ ରେ ହାରି ଯାଇଥିଲେ ଆଉ ଶେଷରେ ସହି ନପାରି ନିଜ ଜୀବନ ଦେଇ ଦେଇଥିଲେ। ନିଜ ପରିବାର ସହ ଭୁବନେଶ୍ଵର ରେ ଖାରବେଳ ନଗର ର ଏକ ଆପାର୍ଟମେଣ୍ଟ ରେ ରୋନିତ ରହୁଥିବା ବେଳେ ସେହି ଆପାର୍ଟମେଣ୍ଟର ୮ ମହଲା ଛାତ ଉପରୁ ତଳକୁ ଡେଇଁ ନିଜ ଜୀବନ ଦେଇ ଦେଇଛନ୍ତି। ନିଜ ଗେହ୍ଲା ପୁଅ କୁ ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।ତେବେ ପରିବାର ଲୋକ ପୂଜାକୁ ଦୋଷ ଦେଉଥିବା ବେଳେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଚନ୍ତି।