ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ପ୍ରାୟତଃ ସିନେମା କିମ୍ବା ସିରିଏଲ୍ରେ ସାପ ପ୍ରତିଶୋଧ ନିଏ କାହାଣୀ ଦେଖିଥାଉ। ଯଦି ନାଗକୁ କେହି ହତ୍ୟା କରେ ଏହାର ପ୍ରତିଶୋଧ ନେବାକୁ ନାଗୁଣୀ ଆସିଥାଏ। ତେବେ ଜଣେ ଯୁବକର ପିଛା ଛାଡୁନି ସାପ। ଯୁବକ ଜଣକ ଯେଉଁଠିକି ଗଲେ ବି ସାପ ତାଙ୍କ ପଛେ ପଛେ ଚାଲିଯାଉଛି। ଖାଲି ଏତିକି ନୁହେଁ ମାତ୍ର ୪୦ ଦିନରେ ସାପଟି ଯୁବକଙ୍କୁ ୭ ଥର କାମୁଡ଼ି ସାରିଲାଣି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ନାଗୁଣୀ ସ୍ବପ୍ନରେ ଯୁବକଙ୍କୁ କହିଛି ଯେ, ତାଙ୍କୁ ୯ ଥର କାମୁଡ଼ିବ।
୯ ଥର ତାଙ୍କୁ କେହି ବଞ୍ଚାଇ ପାରିବେ ନାହିଁ। ବନ୍ଧୁଗଣ ଉତ୍ତରପ୍ରଦେଶର ଫତେପୁରରେ ଜଣେ ଯୁବକଙ୍କୁ ଗତ ୪୦ ଦିନରେ ୭ ଥର ତାଙ୍କୁ ସାପ କାମୁଡ଼ି ସାରିଲାଣି। ଏହି ସାପ କେବଳ ପ୍ରତି ଶନିବାର କାମୁଡୁଛି ଯାହାଫଳରେ ଚିନ୍ତାରେ ଡାକ୍ତର। ତେବେ ଏହି ଯୁବକ ଜଣଙ୍କ ନାଁ ହେଉଛି ବିକାଶ ଦୁବେ। ତାଙ୍କୁ ୨୪ ବର୍ଷ ହୋଇଛି। ତାଙ୍କର ଏହି ଅଭିଯୋଗ ଉପରେ ତଦନ୍ତ କରିବାକୁ ତିନି ଜଣ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି।
ସେପଟେ ବିକାଶଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏଭଳି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ବିକାଶଙ୍କ ପରିବାର ଲୋକ ପୁଅର ଏଭଳି ଅବସ୍ଥା ଦେଖି ଚିନ୍ତାରେ ପଡ଼ିଯାଇଛନ୍ତି। ଯାହା ସୂଚନା ଦେଇଛନ୍ତି ଫତେପୁର ଡାକ୍ତରଖାନାର ମୁଖ୍ୟ ବା ସିଏମ୍ଓ ରାଜୀବ ନାରାୟଣ ଗିରି। ସେ କହିଛନ୍ତି, ପୀଡ଼ିତ ବିକାଶ ଦୁବେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଯାଇଥିଲେ। ବାରମ୍ବାର ସାପ କାମୁଡ଼ିବା ଯୋଗୁ ସେ ଚିକିତ୍ସା ପାଇଁ ଅନେକ ଅର୍ଥ ଖର୍ଚ୍ଚ କରିସାରିଥିବା କଥା କହିଥିଲେ।
ସେଥିପାଇଁ ତାଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ସେ ଦାବି କରିଥିଲେ। ଯେତେବେଳେ ସାପ କାମୁଡ଼ିବ ସେତେବେଳେ ଯେକୌଣସି ସରକାରୀ ଡାକ୍ତରଖାନାକୁ ଯିବାକୁ ସେ ତାଙ୍କୁ ପରାମର୍ଶ ଦେଇଛି। କାରଣ ସରକାରୀ ଡାକ୍ତରଖାନାଗୁଡ଼ିକରେ ମାଗଣାରେ ଆଣ୍ଟି-ସ୍ନେକ ଭେନମ ମାଗଣାରେ ଯୋଗାଇ ଦିଆଯାଉଛି। ତେବେ ବନ୍ଧୁଗଣ ବର୍ତମାନ ଏହି ଆଶ୍ଚର୍ଯ୍ୟ ଘଟଣାଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।