ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିବାହ ପରେ କେତେ ସ୍ବପ୍ନ ଦେଖିଥିଲେ ଜଣେ ମହିଳା କି ସେ ତାଙ୍କର ସ୍ଵାମୀଙ୍କ ସହ ସୁଖର ସଂସାର ଗଢିବେ। ଭାବିଥିଲେ କି ଗୋଟେ ପରିବାର ଛାଡ଼ି ଆସିଲେ କଣ ହେଲା ତାଙ୍କୁ ଆଉଗୋଟେ ପରିବାର ମିଳିଗଲା ବୋଲି। ଏହା ଭାବି ସେ ବିବାହ କରିଲେ ଆଉ ହାତକୁ ଦୁଇ ହାତ ହେଲେ। ନିଜ ସ୍ବପ୍ନ କୁ ସେ ପୁରଣ ମଧ୍ୟ କରିଥିଲେ। ନାଲି ଶାଢ଼ୀ ପିନ୍ଧି ନିଜକୁ ସଜେଇ ହୋଇ ବୋହୂ ରୂପରେ ବେଦୀରେ ବସିଥିଲେ।
ବିବାହ ପରେ ସେ ଖୁବ୍ ଖୁସୀରେ ମଧ୍ୟ ଥିଲେ। ହେଲେ ଏହା ପରେ ମଧ୍ୟ ଏମିତି କିଛି ଘଟିଯିବ ବୋଲି ତାହା ଜାଣି ନଥିଲେ ଲକ୍ଷ୍ମୀପ୍ରିୟା। କାନ୍ଥ ରୁ ଲିଭିନି ଶୁଭ ବିବାହ ହେଲେ ଲିଭି ଗଲା ନବ ବଧୁଙ୍କ ଜୀବନ ଦୀପ। ସୁଖ ଦୁଃଖରେ ଯିଏ ସାରା ଜୀବନ ହାତ ଧରି ଚାଲିବ ବୋଲି ଭାବିଥିଲେ ଆଜି ସେହି ହାତ ସାମାନ୍ୟ ଫ୍ରିଜ୍ ପାଇଁ ନବ ବଧୁ ର ଜୀବନ ନେଇଯିବ ବୋଲି ତାହା କେହି ଜାଣି ନଥିଲେ। ବିବାହ ପରେ ଶାଶୁଘର ଲୋକେ ପ୍ରତିଶ୍ରୁତି ଦେଇଥିଲେ କି ତାଙ୍କୁ ରାଣୀ କରି ରଖିବେ।
ଏକଥା ଶୁଣି ପରିବାର ଲୋକେ ବହୂତ ଖୁସୀ ଥିଲେ ସେଥିପାଇଁ ସେମାନେ ବହୁତ କଷ୍ଟରେ ଧାର ଋଣ କରି ତାଙ୍କ ଝିଅର ବିବାହ କରାଇ ଥିଲେ।ହେଲେ କଥା ଟା ଏତେ କମ୍ ଦିନ ପାଇଁ ରହିବ ତାହା ନବ ବଧୁଙ୍କ ପରିବାର ଲୋକଙ୍କୁ ଆଦୌ ଜଣା ନଥିଲା। ଲକ୍ଷ୍ମୀପ୍ରିୟା ବିବାହ କରି ଶାଶୁ ଘରକୁ ଯିବାର ମାତ୍ର ଆଠ ଦିନ ହୋଇ ନାହିଁ ଶାଶୁ ଶଶୁରଙ୍କ ସେ ଅସଲ ରୂପ ଦେଖିବାକୁ ପାଇଥିଲେ। ଅଷ୍ଟମଙ୍ଗଳା କରିବା ଜାଗାରେ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ।
ଏହାପରେ ସେ ସବୁଦିନ ମାରପିଟ ମଧ୍ୟ କରୁଥିଲେ। ଯାହାକୁ କି ସହି ଯାଉଥିଲେ ଲକ୍ଷ୍ମୀପ୍ରିୟା। ଦିନକୁ ଦିନ ଏହା ଏତେ ବଢ଼ିଗଲା କି ତାକୁ ସହ୍ୟ କରିବା ପାଇଁ ତାଙ୍କର ମନରେ ଆଉ ଧାର୍ଯ୍ୟ ରହି ନଥିଲା। ଏହାପରେ ଲକ୍ଷ୍ମୀପ୍ରିୟା ନିଜ ଜୀବନ ହାରି ଦେଇଥିଲେ। ହେଲେ ତାଙ୍କର ପରିବାର ଲୋକେ ଅଭିଯୋଗ କରିଛନ୍ତି କି ତାଙ୍କର ଶାଶୁ ଘର ଲୋକେ ହିଁ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ତାଙ୍କୁ ଜୀବନରୁ ମାରି ଦେଇଛନ୍ତି।