ବନ୍ଦ ଘର ଭିତରେ ମରିକି ପଡ଼ିଥିଲା ସ୍ୱାମୀ। ଆଉ ଏପଟେ ବାପ ଘରେ ଲୁଚି ରହିଥିଲା ସ୍ତ୍ରୀ। ଯେତେବେଳେ ସ୍ୱାମୀର ପଚା ସଢ଼ା ଦେହ ଖୁବ ଜୋରେ ଗନ୍ଧ ହୋଇଥିଲା ସେତେବେଳେ ସୁନ୍ଦରୀ ସ୍ତ୍ରୀ ର ସବୁ ସତ ସାମ୍ନା ରେ ପଡି ଯାଇଥିଲା। ସ୍ତ୍ରୀ କୁ ଉପରୁ ଦେଖିଲେ କେହି ହେଲେ ମଧ୍ୟ ଏହା ଜାଣି ପାରିବ ନାହିଁ କି ଏ ଜଣେ ବିବାହିତା ମହିଳା ବୋଲି। ଯିଏକି ଭଲ ପାଇ ବାହା ହୋଇଥିଲା ଆଉ ଭଡ଼ା ଘର ଭିତରେ ନିଜର ସ୍ୱାମୀକୁ ନେଇ ରହି ଆସୁଥିଲା।

ହେଲେ ଏହି ସୁନ୍ଦରୀ ସ୍ତ୍ରୀ ଭିତରେ ଭିତରେ କେତେ ଖେଳ କରି ଦେଇଛି। ସ୍ୱାମୀ ସ୍ତ୍ରୀ ଅନେକ ଦିନ ହେବେ ତାଙ୍କର ଘର ଭଡ଼ା ନେଇ ରହି ଆସୁଥିଲେ। ହେଲେ ହଠାତ୍ ଦିନେ ଦେଖୁ ଦେଖୁ ଯେଉଁ ଘରେ ସ୍ବାମୀ ତାର ସ୍ତ୍ରୀ ସହ ରହୁଥିଲା ସେହି ଘର ଭିତରୁ ପଚା ସଢ଼ା ଗନ୍ଧ ଯେମିତି ଚାରିଆଡୁ ବାହାରି ଆସୁଥିଲା। ଘରେ ଦେଖିଲା ବେଳକୁ ଘରେ ସ୍ତ୍ରୀ ନଥିଲା ହେଲେ ସ୍ୱାମୀର ପଚା ସଢ଼ା ଶବ ସେଠାରେ ସେଭଳି ଭାବରେ ହିଁ ପଡ଼ି ରହିଥିଲା।

ଯାହାକୁ ନେଇ ପୋଲିସ ସ୍ତ୍ରୀ କୁ ଖୋଜିବା ବେଳକୁ ସ୍ତ୍ରୀ ଯାଇକି ତାର ବାପ ଘରେ ଲୁଚି ରହିଥିଲା। ସୁଚନା ମୁତାବକ କିଛିଦିନ ତଳେ ବିବାହ କରିଥିବା ସ୍ବାମୀ ମେଲେକା ଜଗଦୀଶ ଓ ସ୍ତ୍ରୀ ଇର୍ଵାହାନି ରଇତ୍ ପାରଳାଖେମୁଣ୍ଡି ରେ ଘରଭଡା ନେଇ ରହି ଆସୁଥିଲେ। ଆଉ ସ୍ତ୍ରୀ ଚାକିରୀ କରିବା ନାଁ ରେ ବାହାରକୁ ଯାଉଥିଲା ସବୁଦିନ ମଧ୍ଯ ଏଣେ ତେଣେ ବୁଲାବୁଲି କରି ସନ୍ଧ୍ୟାରେ ଘରକୁ ଫେରି ଆସୁଥିଲା। ଆଉ ଚାକିରୀ କରି ଟଙ୍କା ରୋଜଗାର କରୁଛି ବୋଲି ସ୍ବାମୀଙ୍କୁ କହୁଥିଲା।
ହେଲେ ସ୍ୱାମୀ ଯାଇ ଦେଖିଲା ବେଳକୁ ସ୍ତ୍ରୀ କିଛି ଚାକିରୀ କରି ନଥିଲା। ଏହାପରେ ଦୁହିଁଙ୍କ ଭିତରେ ଝଗଡା ହୋଇଥିଲା। ସ୍ୱାମୀକୁ ମଧ୍ୟ ସ୍ତ୍ରୀ ସନ୍ଦେହ କରୁଥିଲା ଆଉ ସେମିତି ହିଁ ସନ୍ଦେହ କରି କରି ଭଡ଼ା ଘର ଭିତରେ ହିଁ ସ୍ୱାମୀ କୁ ଜୀବନରୁ ମାରି ଦେଇଥିଲା। ଏହାପରେ ନିଜର ବାପ ଘରେ ଯାଇ ଲୁଚି ଯାଇଥିଲା। ଆଉ ଏବେ ଏହି ସ୍ତ୍ରୀ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।