ଜଣେ ମହିଳା ଏବେ ଏଭଳି ଅଭିଯୋଗ ଆଣିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେ କହିଥିଲେ କି ନଭେମ୍ବର ମାସ ୨୭ ତାରିଖ ଦିନ ସେ ଯେତେବେଳେ ବାଥ୍ ରୁମ ରେ ଗାଧାଉ ଥିଲେ ସେତେବେଳେ ଆସି କିଏ ଜଣେ କବାଟ ବାଡେଇଲେ। ଏହାପରେ ମହିଳା ଜଣକ କିଏ କିଏ ବୋଲି ପଚାରି ଥିଲେ ଯେତେବେଳେ ସେପଟୁ କୌଣସି ଉତ୍ତର ଆସି ନଥିଲା ସେତେବେଳେ ମହିଳା ଜଣକ ଯାଇ ପୁଣି ଗାଧୋଇଲେ।
ଏହାପରେ ମହିଳା ଜଣକ ଟୱେଲ ପିନ୍ଧି କବାଟ ଫାଙ୍କ ରେ ଯାଇ ଦେଖିବାକୁ ଚେଷ୍ଟା କଲେ ଯେ ପୁଣି ଥରେ କବାଟ କିଏ ବାଡଉଛି ବୋଲି। ସେହି ସମୟରେ ଦୁଇଜଣ ଲୋକ ଜୋର୍ ଜବରଦସ୍ତି କବାଟ କୁ ଠେଲି ଦେଇ ଭିତରକୁ ଚାଲି ଆସିଥିଲେ। ସେଥି ମଧ୍ୟରୁ ଜଣେ ସାଧୁ ଦାସ ଥିବା ବେଳେ ଆଉଜଣେ ବ୍ୟକ୍ତିଙ୍କୁ ମହିଳା ଜାଣି ନାହାଁନ୍ତି ବୋଲି ବାରଣ କରିଥିଲେ। ଏହାପରେ ସାଧୁ ଦାସ ମହିଳାଙ୍କୁ ପଛ ପଟୁ କୁଣ୍ଢାଇ ଧରିଥିଲେ।
ଏହାପରେ ଆଉ ଜଣେ ଲୋକ ଆଗ ପଟୁ ଆସି ମହିଳାଙ୍କ ପ୍ରାଇଭେଟ୍ ପାର୍ଟ୍ ସହ ଖେଳି ଚାଲିଲେ। ଏହାପରେ ମହିଳାଙ୍କ ଏକ ନଅ ବର୍ଷର ଛୋଟ ପିଲାଟେ ମଧ୍ୟ ରହିଛି ଯେତେବେଳେ ସେ ଦୌଡି ଆସିଥିଲା ମାଆ କଥା ଶୁଣି ସେତେବେଳେ ତାହାକୁ ବାହାରକୁ ଫୋପାଡ଼ି ଦେଇଥିଲେ ଆଉ ବେଡ ରୁମ ର କବାଟ ବନ୍ଦ କରି ଦେଇଥିଲେ। ଆଗରୁ ସାଧୁ ଦାସ୍ ଙ୍କ ସ୍ତ୍ରୀ ଆରତୀ ଦାସ ମହିଳାଙ୍କୁ ଅନେକ ଥର କହିଛନ୍ତି କି ସେ ଦେଖିବାକୁ ଭଲ ଅଛନ୍ତି।
ଆଉ ଏକୁଟିଆ ମଧ୍ଯ ରହୁଛନ୍ତି ସେଥିପାଇଁ ସେ କଷ୍ଟମର ଠିକ୍ କରିବା କଥା କହିଥିଲେ। ଆଉ ଭଲ ପଇସା ରୋଜଗାର କରିବେ ବୋଲି କହିଥିଲେ। ଏଭଳି ତାଙ୍କୁ ଅନେକ ଅଫର୍ ମଧ୍ୟ ଦେଇଥିଲେ। ହେଲେ ସତରେ ଗୋଟେ ଲୋକ ଆଣି ଏଭଳି କରିବେ ବୋଲି ସେ କେବେ ହେଲେ ମଧ୍ୟ ବିଶ୍ଵାସ କରି ନଥିଲେ। ଯାହାକୁ ନେଇ ଏବେ ମହିଳା ଜଣକ ମିଡ଼ିଆ ସାମ୍ନା ରେ ନିଜ ମୁହଁ ଖୋଲିଛନ୍ତି। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।