ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସାମ୍ବାଦିକା ମଧୁମିତାଙ୍କ ଦେହାନ୍ତ ଖବର ଜାଣିଥିବେ । ଏହି ସାମ୍ବାଦିକା ଜଣକ ନିଜ ଜୀବନ ହାରି ଦେଇଛନ୍ତି । ଏହି ସାମ୍ବାଦିକା ଜଣକ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ ତାଙ୍କ ସ୍ଵାମୀ ଭଲ ନଥିଲେ । ସେ ପର ଝିଅ ସହିତ ସମ୍ପର୍କ ରଖୁଥିଲେ । ଆଉ ଏବେ ଏଭଳି ଅନେକ ଘଟଣା ଘଟିବା ପରେ ସାମ୍ବାଦିକା ଜଣକ ନିଜ ଜୀବନ ହାରିଦେଲେ ।
ଏହି ସାମ୍ବାଦିକା ଜଣକ ମାର୍ଚ୍ଚ ମାସରେ ବିବାହ କରିଥିଲେ । ଏହି ସାମ୍ବାଦିକା ଜଣକ ବିବାହ କରିବାର ପାଞ୍ଚ ମାସ ପରେ ଏଭଳି ଘଟଣା ଘଟିଥିଲା । ଏହି ସାମ୍ବାଦିକା ଜଣଙ୍କର ସ୍ବାମୀ ପରକୀୟା ପ୍ରୀତି କରୁଥିଲେ ଆଉ ଏହି କଥା ପରେ ଜାଣିପାରିଲେ । ସାମ୍ବାଦିକା ଜଣକ ପ୍ରେମ ବିବାହ କରିଥିଲେ । ଏହି ସାମ୍ବାଦିକା ଜଣଙ୍କୁ ୫ ବର୍ଷ ଭଲପାଇବା ପରେ ଏହି ଯୁବକ ଜଣକ ବିବାହ କରିଥିଲେ କିନ୍ତୁ ଏଭଳି କିଛି ହୋଇଥିଲା ବୋଲି ସେ ଜାଣିପାରି ନଥିଲେ । ଆଉ ଏବେ ବିବାହ କରିବା ପରେ ସେ ଏହି କଥା ଜାଣିପାରିଲେ । ଏହି ଯୁବକ ଜଣକ ପୂର୍ବରୁ ଦୁଇଜଣଙ୍କୁ ବିବାହ କରିଥିଲେ ।
ଏବେ ସାମ୍ବାଦିକା ମଧୁମିତାଙ୍କ ମାଆ କହିଛନ୍ତି ତାଙ୍କ ଝିଅକୁ ସେହି ପୁଅ ମଣ୍ଟୁ ୫ ବର୍ଷ ହେଲା ଭଲପାଇଲା ଆଉ ସବୁକିଛି ଦେଖି ସେମାନେ ବିବାହ କରାଇଥିଲେ କିନ୍ତୁ ବିବାହର ତିନି ମାସ ପରେ ସବୁ କଥା ଜଣାପଡିଥିଲା । ବିବାହର ତିନିମାସ ପରେ ସାମ୍ବାଦିକା ଜଣକ ନିଜ ସ୍ବାମୀ ବିଷୟରେ ଅନେକ କଥା ଜାଣିପାରିଲେ । ତାଙ୍କ ସ୍ଵାମୀ ପୂର୍ବରୁ ଦୁଇଜଣଙ୍କୁ ବିବାହ କରିଥିଲେ ଆଉ ସେମାନେ ତାଙ୍କୁ ଛାଡପତ୍ର ଦେଇଥିଲେ । ଏହି ଯୁବକ ଜଣକ ନାଁରେ ଏଭଳି ସବୁ କଥା ଜାଣିବା ପରେ ସାମ୍ବାଦିକା ଜଣକ କିଛି ଜାଣିପାରିଲେ ନାହିଁ ।
ଏହି ଯୁବକ ଜଣକ ବିଷୟରେ ସବୁକିଛି ଜାଣିବା ପରେ ସାମ୍ବାଦିକା ମଧୁମିତା ତାଙ୍କ ଘରେ କିଛି କଥା କହି ନଥିଲେ । ଏହି ସାମ୍ବାଦିକା ଜଣଙ୍କୁ ତାଙ୍କ ସ୍ଵାମୀ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଆଉ ସେ ତାଙ୍କ ପରିବାରକୁ ସବୁ କଥା ଲୁଚାଉଥିଲେ । ଏହି ଯୁବକ ଜଣକର ଏଭଳି କାମ ଦେଖି ଆଉ ଜାଣିବା ପରେ ଝିଅର ମାଆ ତାଙ୍କୁ ବୁଝାଇଥିଲେ କିନ୍ତୁ ସେ ବୁଝିନଥିଲେ । ଏବେ ଏହି ସାମ୍ବାଦିକା ଜଣକ ମରିବାର କାରଣ ଏହି ଯୁବକ ଏବଂ ତାଙ୍କ ଭାଇ ବୋଲି ମଧୁମିତାଙ୍କ ମାଆ କହିଛନ୍ତି । ମଧୁମିତା ତାଙ୍କ ଭଉଣୀକୁ ଏହି ସବୁ କଥା କହିଥିଲେ । ଏବେ ଏହି ଘଟଣାର ତଦନ୍ତ ହେଉଛି ।