ଗୋଟିଏ ଝିଅ ବିବାହ କରିଲେ ମନରେ ଅନେକ କିଛି କଥା ଭାବିଥାଏ । ଆଉ ଏବେ ଏହି ଭିଡିଓରେ ଏଭଳି ଜଣେ ଝିଅ କଥା ଆମେ ଜାଣିବାକୁ ପାଇବା ଯିଏ ବିବାହ କରିଥିଲେ କିନ୍ତୁ ଚତୁର୍ଥୀ ଦିନ ଏଭଳି କିଛି କରିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଝିଅ ଜଣକ ଏଭଳି କାମ କରିବ ବୋଲି କେହି ଭାବି ନଥିଲେ । ବାହାଘର ଧୁମଧାମରେ ହୋଇଥିଲା ଆଉ ବର କନ୍ୟା ବେଦୀ ଉପରେ ବସି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର ବେଦୀ ଉପରେ କନ୍ୟା ମଥାରେ ସିନ୍ଦୂର ଦେଇ ସ୍ତ୍ରୀ କରିଥିଲା ।

ଆଉ ସ୍ତ୍ରୀ ମଧ୍ୟ ସେହି ପୁରୁଷକୁ ସ୍ଵାମୀ ରୂପରେ ଗ୍ରହଣ କରିଥିଲା କିନ୍ତୁ ଚତୁର୍ଥୀ ରାତି ଦିନ ଏଭଳି କିଛି ଭରିଯାଇଥିଲା ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଚତୁର୍ଥୀ ରାତିରେ ସ୍ୱାମୀକୁ ଛାଡି ପ୍ରେମିକ ପାଖକୁ ପଳେଇ ଯାଇଥିଲା ଏହି ମହିଳା ଜଣକ । ଏହି ମହିଳା ଜଣକ ହାତରେ ମେହେନ୍ଦି ଲଗାଇ ମୁହଁ ଘୋଡାଇ ଥାନା ଆଗରେ ଛିଡା ହୋଇଥିବାର ନଜର ଆସିଛନ୍ତି । ଏହି ମହିଳା ଜଣକ ଏଭଳି କାମ କରିବାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

ଏହି ଘଟଣା ସାରା ଓଡ଼ିଶାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ଦେଖୁଥିବା ଏହି ଯୁବତୀ ଜଣକ ନୂଆ ନୂଆ ବାହା ହୋଇଛନ୍ତି । ସେ ଯୁବକ ଜଣଙ୍କୁ ସ୍ଵାମୀ ରୂପରେ ଗ୍ରହଣ କରିଥିଲେ ଆଉ ଉଭୟଙ୍କ ଭିତରେ ସମ୍ପର୍କ ଭଲ ନଥିଲା ଆଉ ଚତୁର୍ଥୀ ଦିନ ଏହି ଯୁବତୀ ଜଣକ ଫେରାର ହୋଇଯାଇଥିଲେ । ଏହି ବର ଜଣକ ସହିତ ଏହି ଯୁବତୀ ଜଣଙ୍କର ବଡ ଭଉଣୀ ସହ ବିବାହ ଠିକ୍ ହୋଇଥିଲା । ଆଉ ବିବାହ ଠିକ୍ ହେବା ପରେ ବିବାହ ପୂର୍ବରୁ ଏହି ଯୁବତୀ ଜଣକ ପ୍ରେମିକ ସହ ଫେରାର ହୋଇ ଯାଇଥିଲା ।
ଏହାପରେ ପରିବାର ଲୋକେ ଏହି ଯୁବତୀ ଜଣଙ୍କର ସାନ ଭଉଣୀକୁ ସେହି ବର ସହ ବିବାହ କରାଇ ଦେଇଥିଲେ । ଏହି ସାନ ଭଉଣୀ ମଧ୍ୟ ଆଉ ଜଣଙ୍କୁ ଭଲ ପାଉଥିଲେ । ସେ ବିବାହ କରିନେଲେ ପରିବାର ଲୋକଙ୍କ ବାଧ୍ୟତାରେ କିନ୍ତୁ ଏହି ଯୁବକ ଜଣଙ୍କୁ ନିଜର କରିପାରିଲେ ନାହିଁ ଆଉ ଚତୁର୍ଥୀ ଦିନ ରାତିରେ ପ୍ରେମିକ ସହ ଫେରାର ହୋଇ ଯାଇଥିଲେ । ଆଉ ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଯୁବତୀ ଜଣଙ୍କୁ ତାଙ୍କ ପ୍ରେମିକ ପାଖକୁ ପଠେଇ ଦେଇଛନ୍ତି ସ୍ଵାମୀ ଜଣକ । ଏହି ଘଟଣା ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଦେଖିବାକୁ ଦେଖିବାକୁ ମିଳିଛି ।