ପର ସ୍ତ୍ରୀ କୁ ଦେଖି ସମ୍ଭାଳି ପାରୁନଥିଲା ଷାଠିଏ ବର୍ଷୀୟ ଓକିଲ ବରୁଣ କୁମାର ଚୌଦୁରୀ। ଟଙ୍କା ଦେଇ ପାଖରେ ଶୋଇବାକୁ କହୁଥୁଲା। ଆଉ ଗୋଟେ ରାତିକୁ ୫ ହଜାର ଟଙ୍କା ଅଫର୍ କରୁଥିଲା। ସ୍ତ୍ରୀ ଜଣକ ମନା କରୁଥିଲେ,ମୋ ଘରେ ମୋ ସ୍ବାମୀ ମୋ ପୁଅ ଅଛନ୍ତି ବୋଲି କହିଥିଲେ । ତଥାପି ଓକିଲ ଜଣଙ୍କ ଏହି ମହିଳା ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଯାହାର ସବୁ ପ୍ରମାଣ ଏବେ ସୋସିଆଲ ମିଡ଼ିଆ ରେ ଏବେ ଭାଇରାଲ ହେବାରେ ଲାଗିଛି ।
ସେହି ମହିଳା ଜଣଙ୍କର ନାମ ରୂପାଲି ସାହୁ ସେ ଜଣେ ବିବାହିତା ମହିଳା ଯାହାଙ୍କ ଘରେ ସ୍ବାମୀ ଆଉ ଗୋଟେ ଜନ୍ମ କଲା ପୁଅ ମଧ୍ଯ ଅଛି ଯାହାଙ୍କ ପ୍ରେମରେ ଏହି ଓକିଲ ପଡ଼ିଯାଇଛି । ଯେଉଁ ଓକିଲ ର ନାମ ହେଉଛି ବରୁଣ କୁମାର ଚୌଦୁରି। ରୂପାଲି ସାହୁ ବିବାହ ପରେ ମଧ୍ୟ ଛୋଟ ଛୋଟ ଡ୍ରେସ ପିନ୍ଧି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ। ଆଉ କେତେବେଳେ ସ୍ବାମୀ ସହ ରୋମାଣ୍ଟିକ ଡାନ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ।
ଯାହା ଫଳରେ ସେହି ଫଟୋ ଓ ଭିଡ଼ିଓ କୁ ଦେଖି ରୂପାଲି ର ପ୍ରେମରେ ପଡ଼ିଯାଇଥିଲେଏହି ଓକିଲ ମହାଶୟ ଜଣଙ୍କ। ଆଉ ସେଇଠୁ ଆରମ୍ଭ ହୋଇଥିଲା ବରୁଣଙ୍କ ପ୍ରେମ କାହାଣୀ। ପ୍ରଥମେ ଇନ୍ଷ୍ଟାଗ୍ରମ୍ ପରେ ଫେସବୁକ ରେ ମେସେଜ କରିଥିଲେ। ପରେ ଭଦ୍ରଲୋକ ଦେଖାଇ ରୂପାଲି ର ମୋବାଇଲ ନମ୍ବର ମଗିନେଇଥିଲେ। ଆଉ ନମ୍ବର ମିଲିଗଲାପରେ ଅଶ୍ଳୀଳ ଭିଡିଓ ଓ ଖରାପ ମେସେଜ ଦେଇଥିଲେ ଓକିଲ ବରୁଣ କୁମାର । କେତେବେଳେ ଟଙ୍କା ଦେଇ ରୂପାଲି କୁ ପାଖକୁ ଡାକୁଥିଲା ଆଉ କେତବେଳେ ରୂପାଲି କୁ ଧରି ପୁରୀ ଯିବାକୁ ପ୍ଲାନ କରୁଥିଲା ।
କିନ୍ତୁ ରୂପାଲି ବ୍ରହ୍ମଗିରି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ରୂପାଲି ଙ୍କ ସ୍ବାମୀ ମୋବାଇଲ ଧରିଥିବା ସମୟରେ ବରୁଣ ଖରାପ ମେସେଜ ଦେଇଥିଲେ , ଯାହାକୁନେଇ ରୂପାଲି ଆଉ ତାଙ୍କ ପରିବାର ଲୋକେ ବିରୋଧ କରୁଥିବାରୁ ବରୁଣ କିଛି ଶୁଣୁନଥିଲି । ତାଙ୍କୁ କଠୋର ରୁ କଠୋର ଶାସ୍ତି ଦେବାକୁ ରୂପାଲି ଙ୍କ ସ୍ବାମୀ ଆଉ ଶାଶୁ ଦାବି କରିଛନ୍ତି।