Oct 4, 2024, 17:42 IST

ମୋ ସ୍ବାମୀ ଙ୍କୁ ଫେରାଇ ଦିଅ ତାଙ୍କ ବିନା ରହି ପାରୁନି...

Cv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଆପଣମାନେ ଜାଣିପାରିବେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସମୟରେ ଭରତପୁର ପୋଲିସ ଓଡ଼ିଶାର କମିସନରେଟ ପୋଲିସର ଛବିକୁ ଖରାପ କରୁଛି । ସେମାନେ ଖରାପ ହେବାର କାରଣ ଯେତେବେଳେ ଜଣେ ଏତଲା ଦେବାକୁ ଯାଉଛି ତାକୁ ଭଲ ବ୍ୟବହାର ମିଳୁ ନାହିଁ ।
Gg
ଏହି ଘଟଣା ବିଷୟରେ ଭରତପୁର ଥାନାରେ ଦେଖିବାକୁ ମିଳିଥିଲା । ଆଉ ଏବେ ଏଭଳି କିଛି ଘଟଣା ବାଲିପାଟଣା ଥାନାରେ ଦେଖିବାକୁ ମିଳିଛି । ବାଲିପାଟଣା ଥାନାକୁ ମହିଳା ଜଣକ ତାଙ୍କ ସ୍ବାମୀ ନିଖୋଜ ଥିବାରୁ ଅଭିଯୋଗ ନେଇ ଯାଇଥିଲେ । ଏବେ ତାଙ୍କ ସହିତ କଣ ସବୁ ହେଲା ଏହି ବିଷୟରେ ମହିଳା ଜଣକ କହିଛନ୍ତି । ମହିଳା ଜଣକ କହିଛନ୍ତି, ତାଙ୍କ ସ୍ଵାମୀ ୨୩ ତାରିଖ ସେପ୍ଟେମ୍ବର ମାସରେ ନିଖୋଜ ହୋଇଥିଲେ । ଆଉ ସେ ତାଙ୍କ ସାଙ୍ଗସାଥୀ ସମସ୍ତଙ୍କୁ ଏହି ବିଷୟରେ ପଚାରିଥିଲେ । ଏହାପରେ ସେ ତାଙ୍କୁ ଖୋଜିବାକୁ କହିଥିଲେ ।
Gg
ଆଉ ତାଙ୍କ ସ୍ବାମୀ ନିଖୋଜ ହୋଇଥିବା ନେଇ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ଆଉ ଏହି ଅଭିଯୋଗର ରିପୋର୍ଟ ଆଣିବାକୁ ଯାଇଥିଲେ । ସେ ରିପୋର୍ଟ ଆଣିବା ସମୟରେ ତାଙ୍କୁ ସେଠାରେ ଅଧିକ ସମୟ ବସିବାକୁ ପଡ଼ିଥିଲା । କାରଣ ସିଷ୍ଟମରେ କିଛି ଭୁଲ ଥିଲା । ଏହାପରେ ସେ ତାଙ୍କ ସ୍ବାମୀଙ୍କୁ ଖୋଜିବା ପାଇଁ ଅନେକ କିଛି କହିଥିଲେ କିନ୍ତୁ କେହି କୌଣସି ଆକ୍ସନ ନେଉ ନଥିଲେ । ଏହି ମହିଳା ଜଣଙ୍କ କହିଛନ୍ତି ପୋଲିସ ଅଧିକାରୀ ତାଙ୍କ ସ୍ବାମୀଙ୍କୁ ଖୋଜିବା ବଦଳରେ ତାଙ୍କ ବ୍ୟକ୍ତିଗତ ଝଗଡ଼ା ବିଷୟରେ ପଚାରୁଥିଲେ ।
ଏହି ମହିଳା ଜଣକ ସ୍ବାମୀଙ୍କ ନାମ ହେଉଛି ଶ୍ରୀବତ୍ସ ବିଶ୍ଵାଳ । ତାଙ୍କ ଘର କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ । ସେ ବାଲିପାଟଣା ଅଞ୍ଚଳରେ ଦୋକାନ ଦେଇଥିଲେ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା ଆଉ ଏହି ଝଗଡ଼ା ପରେ ସ୍ଵାମୀ ଜଣକ କେଉଁଆଡେ ପଳେଇ ଯାଇଛନ୍ତି । ଆଉ ଏହି ଘଟଣାକୁ ନେଇ ଅର୍ଥାତ୍ ସ୍ଵାମୀ ନିଖୋଜ ହେବାକୁ ନେଇ ମହିଳା ଜଣକ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ଅଧିକାରୀ ଏହି ଘଟଣାକୁ ଗୁରୁତ୍ବ ଦେଇ ନାହାନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି । ଆଉ ଏବେ ଏହି ମହିଳା ଜଣକ ଏହି ଅଭିଯୋଗକୁ ନେଇ କମିସନରଙ୍କ ଦ୍ବାରସ୍ଥ ହୋଇଛନ୍ତି ।

Advertisement