Feb 21, 2025, 13:00 IST

ମୋ ସ୍ତ୍ରୀ ଆଉ ଛୁଆଙ୍କୁ ଜଣାଇ ଆଉ ଗୋଟେ ବାହା ହେଉଛି ମୁଁ

Bg

ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜ ଏହିଭଳି ଲୋକଙ୍କ ପାଇଁ ବଦନାମ ହେଉଛି । ଗୋଟିଏ ବ୍ୟକ୍ତି ବିବାହ କରିବା ପରେ ଅନ୍ୟତ୍ର ବିବାହ କରିବାକୁ ଚାହିଁ ନଥାଏ କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଜଣେ ଯୁବକଙ୍କ ବିଷୟରେ ଜାଣିପାରିବେ ଯିଏ ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ରାଜ୍ୟରୁ ଆସିଥିଲେ । ଆଉ ସେ ଓଡ଼ିଶାରେ କାମ କରୁଥିଲେ । 
Bb
ଏହି ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ରାଜ୍ୟରୁ ଆସିଛନ୍ତି । ଏହି ବ୍ୟକ୍ତି ଜଣଙ୍କର ନାମ ଆଜାଦ । ଏହି ଆଜାଦ ନାମକ ବ୍ୟକ୍ତି ପଶ୍ଚିମବଙ୍ଗ ମର୍ସିଦାବାଦ ଅଞ୍ଚଳରୁ ଆସିଛନ୍ତି । ସେ ଓଡ଼ିଶାରେ କାମ କରୁଛନ୍ତି । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଏବେ ସେ କାମ କରୁଛନ୍ତି । ଏହି ବ୍ୟକ୍ତି ଜଣକ ଅନେକ ବର୍ଷରୁ ଓଡ଼ିଶାରେ କାମ କରୁଛନ୍ତି । ଏହି ବ୍ୟକ୍ତି ଜଣକ ୧୫ ରୁ ୧୬ ବର୍ଷ ହେବ ଓଡ଼ିଶାରେ ରହି ଆସୁଛନ୍ତି । ତାଙ୍କର ପରିବାର ପଶ୍ଚିମବଙ୍ଗରେ ରହୁଛନ୍ତି । 
Bh
ଏହି ବ୍ୟକ୍ତି ଜଣକ ବିବାହ କରିଛନ୍ତି ଆଉ ତାଙ୍କର ପତ୍ନୀ ଏବଂ ଚାରିଟି ସନ୍ତାନ ରହିଛି । ସେମାନେ ସବୁ ତାଙ୍କ ଗାଁରେ ରୁହନ୍ତି । ଏହି ବ୍ୟକ୍ତି ଜଣକ କାମ କରୁଥିବା ବେଳେ ଜଣେ ଯୁବତୀଙ୍କୁ ଭଲପାଇ ଥିଲେ । ଆଉ ଏହି ଯୁବତୀ ଜଣଙ୍କର ପୂର୍ବରୁ ମଧ୍ଯ ବିବାହ ହୋଇଥିଲା । ଆଉ ଏହି ବିବାହରେ ତାଙ୍କର ସ୍ଵାମୀ ଆଉ ଗୋଟିଏ ସନ୍ତାନ ଥିଲେ । ଗୋଟିଏ ସନ୍ତାନ ଆଉ ସ୍ଵାମୀ ଥାଇ ଯୁବତୀ ଜଣକ ମଧ୍ୟ ସେହି ଚାରିଟି ଛୁଆର ବାପାକୁ ଭଲ ପାଉଥିଲେ । ଏହି ବ୍ୟକ୍ତି ଜଣକ ଘରେ ସ୍ତ୍ରୀ ଆଉ ଚାରିଟି ଛୁଆ ରଖି ତାଙ୍କୁ ଛାଡପତ୍ର ନଦେଇ ଏହି ଯୁବତୀଙ୍କୁ ବିବାହ କରିବାକୁ ଆସିଥିଲେ । 
ଏହି ଯୁବକ ଜଣକ ତାଙ୍କ ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଆଉ ଜଣଙ୍କୁ ବିବାହ କରିବା ଆଇନ ଦୃଷ୍ଟିରେ ଅପରାଧ ଅଟେ । ଏହି ବ୍ୟକ୍ତି ଜଣକ ଯାହାକୁ ଭଲ ପାଉଥିଲେ ଏହି ବିଷୟରେ ତାଙ୍କ ପ୍ରଥମ ସ୍ତ୍ରୀ ଆଉ ଛୁଆ ମଧ୍ୟ ଜାଣିଥିଲେ । ଏହି ବ୍ୟକ୍ତି ଜଣକ ବାହା ହେବାକୁ ଆସି ହଟହଟା ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ମଧ୍ୟ ଏହି ବ୍ୟକ୍ତିଙ୍କ ସ୍ତ୍ରୀ ଆଉ ଚାରିଛୁଆ ଅଛନ୍ତି ବୋଲି ଜାଣିଥିଲେ । ଏହି ବ୍ୟକ୍ତି ଜଣକ ବାହା ହେବାକୁ ଆସିବା ପରେ ଏହି ଘଟଣା ବିଷୟରେ ଜଣା ପଡିଥିଲା । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement