ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ବିରୂପା ନଦୀକୁ ଡେଇଁ ପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଛାତ୍ର ପକେଟରେ ବାରମ୍ଵାର ରିଙ୍ଗ ହେଉଥିଲା ଫୋନ କିନ୍ତୁ ପିଲାଟି ଫୋନ ନଉଠାଇ ବ୍ରିଜ ଉପରେ ସାଇକେଲ ବ୍ୟାଗ୍ ଏବଂ ଫୋନ ରଖି ଡେଇଁ ପଡ଼ିଥିଲେ।
ବିରୂପା ନଦୀକୁ ଡେଇଁ ପଡ଼ି ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲାରେ। ନିଖୋଜ ଛାତ୍ର ହେଲେ ଚୌଦ୍ୱାର ୧୨ ନଂ ୱାର୍ଡର ପ୍ରଭାତ ପ୍ରଦୀପ କୁମାର ଦାସ। ସେ ଯୁକ୍ତ ୩ରେ ବାଣିଜ୍ୟ ବିଭାଗ ଚୌଦ୍ୱାର କଲେଜରେ ପଢ଼ୁଥିଲେ। ଆଜି ସକାଳେ ଛାତ୍ର ଜଣଙ୍କ ବିରୂପା ବ୍ରିଜ ଉପରେ ସାଇକେଲ ମୋବାଇଲ ବ୍ୟାଗ୍ ରଖି ନଦୀକୁ ଡେଇଁ ପଡ଼ିଥିଲେ।
ସ୍ଥାନୀୟ ଲୋକେ ଏହା ଦେଖି ପରିବାର ଲୋକଙ୍କ ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜଗତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରଙ୍କୁ ଖୋଜାଖୋଜି କରୁଛି। ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଛାତ୍ର ଜଣଙ୍କ କେଉଁ କାରଣ ପାଇଁ ନଦୀକୁ ଡେଇଁ ଆ-ତ୍ମ-ହ-ତ୍ୟା କଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ଛାତ୍ର ଜଣଙ୍କ ଘରୁ ରାଗି କରି ଆସି ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ିନାହିଁ। ସେପଟେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ନଦୀ ନାଳ ସବୁଠି ପାଣି ଭର୍ତ୍ତି ହେଇ ରହିଛି। ଆଉ ଏହାରି ଭିତରେ ଛାତ୍ର ଜଣଙ୍କ ନଦୀକୁ ଡେଇଁ ପଡିଛନ୍ତି। ଏହାକୁ ନେଇ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।