ଗୌତମ ର ଘର ଆଗରେ ପଡ଼ିଛି ୧୬ ବର୍ଷୀୟ ପ୍ରେମିକା ଲିଲିର ଶବ।୮ ମାସ ତଳେ ଅଧ ରାତିରେ ଗୌତମ ଝିଅ ଘରେ ପଶି ଲିଲି କୁ ଉଠାଇ ନେଇଥିଲା। ଆଉ ୧୬ ବର୍ଷୀୟ ନାବାଳିକା ପ୍ରେମିକା ସହିତ ଗୌତମ ଆଜି ପର୍ଯ୍ୟନ୍ତ ରହି ଆସୁଥିଲା। କିନ୍ତୁ ହଠାତ୍ ଆଜି ଦେଖିଲା ବେଳକୁ ୮ ମାସ ତଳେ ଧରି ଫେରାର ହେଇଥିବା ପ୍ରେମିକା କୁ ଗୌତମ ଜୀବନରୁ ମାରିଦେଲା। ଏହି ଯୁବତୀ ଜଣକ ନାମ ଲିଲି ହୋଇଥିବା ଜଣା ପଡ଼ିଛି।
ସେ ୧୬ ବର୍ଷର ଝିଅ ଥିଲା ଏତେ କମ୍ ବୟସ ହୋଇ ମଧ୍ୟ ସେ ଗୌତମ କୁ ଭଲ ପାଇ ବସିଥିଲା। ତେବେ କମ୍ ବୟସରୁ ଝିଅ ଭଲ ପାଇଥିଲା ସେତେ କମ୍ ବୟସରୁ ହିଁ ସେ ତାର ଜୀବନ ଚାଲି ଯାଇଥିଲା। ଲିଲି କୁ ସବୁଦିନ ରାଣୀ କରି ରଖିବ ବୋଲି ମଧ୍ୟ ଗୌତମ ତାକୁ କଥା ଦେଇଥିଲା। ପ୍ରଥମେ ବିବାହ କରି ତାକୁ ଘରକୁ ନେଇଥିବା ବେଳେ ଆଜି ସେ ତାର ସେହି ସ୍ତ୍ରୀ କୁ ହିଁ ମାରି ଦେଇଥିଲା।
ଲିଲି ଓ ଗୌତମ ର ପ୍ରେମ କାହାଣୀ ମଧ୍ୟ ନିଆରା ଥିଲା। ଦୁହେଁ ମଧ୍ୟ ଘରୁ ଫେରାର ହୋଇ ଯାଇଥିଲେ। ଲିଲି କୁ ଗୌତମ ଘରୁ ଉଠାଇ ନେଇ ଯାଇଥିଲା। ଏହାପରେ ଦୁହେଁ ଦୁହିଁକୁ ବିବାହ ମଧ୍ୟ କରି ନେଇଥିଲେ। ହେଲେ ଗତ ଚାରିଦିନ ତଳେ ଗୌତମ ଘର ଲୋକେ ଲିଲି ଘରକୁ ଆସିଥିଲେ ଆଉ ତମ ଝିଅର ଦେହ ଖରାପ୍ ଅଛି ବୋଲି କହି ଝିଅର ବାପାଙ୍କୁ BSKY କାର୍ଡ ମଧ୍ୟ ମାଗିଥିଲେ । ଏହାପରେ ସବୁକିଛି ଜଣା ପଡ଼ି ଯାଇଥିଲା।
ଯେତେବେଳେ ଝିଅର ଘର ଲୋକେ ହସ୍ପିଟାଲ ରେ ଯାଇ ପହଞ୍ଚି ଥିଲେ ସେତେବେଳେ ଝିଅ ଲିଲି ଏହି ଦୁନିଆ ଛାଡ଼ି ଚାଲି ଯାଇଥିଲା। ସେଥିପାଇଁ ଝିଅର ଭଉଣୀ ଏହା ଅଭିଯୋଗ ଆଣିଛନ୍ତି କି ଝିଅର ସ୍ବାମୀ ଗୌତମ ହିଁ ତାଙ୍କୁ ହ-ତ୍ୟା କରି କୁଆଡେ ଫେରାର ହୋଇ ଯାଇଛି ବୋଲି। ପୋଲିସ ଏହି ଘଟଣାର ତଦନ୍ତ କରିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣା ପଡ଼ିବ ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆପଣଙ୍କର ଜଣାଇବାକୁ ଭୁଲି ଯିବେ ନାହିଁ।