Feb 5, 2025, 06:26 IST

ମୋ ବସ୍ ତଳେ ପଡି ଝିଅ ଚେପା ମୁଣ୍ଡ ଗଡ଼େଇ କାନ୍ଦୁଛି ମାଆ ଆଉ ତାପରେ

Hb

ଝିଅ ସହ ହୋଇଥିବା ଶେଷ କଥାକୁ ଏବେ ବଖାଣି ବଖାଣି କାନ୍ଦୁଛି ମାଆ। ଝିଅ ବାହାରି ଯାଇଥିଲା ଅନ୍ୟ ଘରକୁ ଫୁଲ ଦେବା ପାଇଁ ଆଉ ଫୁଲ ନେଇ ଫେରିବା ସମୟରେ ଦୋକାନରୁ ସେ ବିସ୍କୁଟ ଆଣି ଥାନ୍ତା। ଆଉ ଭାଇ ଭଉଣୀ ସହ ମିଶିକି ଖାଇଥାଆନ୍ତେ। ହେଲେ କୁନି ଝିଅର ଏସବୁ ସ୍ବପ୍ନ ଅଧାରେ ରହି ଯାଇଥିଲା। ଫୁଲ ଥିଲା ବିସ୍କୁଟ ମଧ୍ୟ ଥିଲା ହେଲେ ପ୍ୟାକେଟ ଖୋଲି ଖାଇ ପାରିଲା ନାହିଁ। କାଳ ହୋଇ ମାଡ଼ି ଆସିଥିଲା ମୋ ବସ୍।
Gg
ଆଉ ଝିଅକୁ ରାସ୍ତା ରୁ ଘୋଷାଡି ନେଇ ଫୋପାଡି ଦେଇଥିଲା। ରାସ୍ତା ସାରା ପଡିଥିଲା ରକ୍ତର ଛିଟା। ବାର ବର୍ଷର ନିରୀହ ଝିଅଟି ରାସ୍ତାର ଅପର ପାର୍ଶ୍ଵରେ ପଡି କାନ୍ଦୁ ଥିଲା। ତେବେ ଏଠାରେ ଏହା ପ୍ରଶ୍ନ ଉଠୁଛି କି ମୋ ବସ୍ ର ଗାଡ଼ି ଡ଼୍ରାଇଭର ନାମରେ ଅନେକ ପ୍ରଶ୍ନ ଉଠିଲେ ମଧ୍ୟ ସରକାର ସେମାନଙ୍କ ପାଇଁ କାହିଁକି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି। କାହିଁକି ସେମାନଙ୍କୁ ଏମିତି ଖୁଲମ ଖୁଲା ଭାବରେ ଛାଡ଼ି ଦିଆ ଯାଉଛି।
Vv
ଏଭଳି ଘଟଣା ଲଗାଦାର ଭାବରେ ଭୁବନେଶ୍ୱରରେ ଘଟିବାରେ ଲାଗିଛି। କିଏ ରାସ୍ତା ପାର ହେବା ବେଳେ ମୋ ବସ୍ ଚଢାଇ ଦେଉଛି ତ ଆଉ କିଏ ରାସ୍ତାରେ ଚାଲୁଥିବା ସମୟରେ ଏଭଳି ଘଟୁଛି। ସବୁଠାରୁ ବଡ଼ ପ୍ରଶ୍ନ ଏହା କି ସରକାର ଏଠାରେ କରୁଛି କଣ? ଯାହା ଫଳରେ କି ଏଭଳି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି। ଡ଼୍ରାଇଭର ଉପରେ କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ନା ରୁଟ ଚେକ୍ କରୁଥିବା ଲୋକଙ୍କ ଉପରେ।
ଏବେ ମୋ ବସ୍ ର ଡ଼୍ରାଇଭର ମାନେ ଏଭଳି ଭାବରେ ମନମାନି କରି ଗାଡ଼ି ଚଳାଉ ଛନ୍ତି। ଆଉ ସାଧାରଣ ଲୋକ ମାନଙ୍କର ଜୀବନ ମଧ୍ୟ ସେମାନେ ନେଇ ଯାଉଛନ୍ତି। କ୍ଷତି ପୁରଣ ମାଗିଲେ ପଇସାରେ ମୂଲ ଚାଲୁଥିବା ଦେଖିବାକୁ ମିଳୁଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Advertisement