Jul 15, 2024, 18:10 IST

ରତ୍ନ ଭଣ୍ଡାର ଖୋଲିବା ପରେ ମୁଁହ ଖୋଲି ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିବେ ଯାହା ରତ୍ନ ଭଣ୍ଡାରକୁ ନେଇ ଆସିଛି । ରତ୍ନ ଭଣ୍ଡାର କେବେ ଖୋଲା ହେବ ଏହାକୁ ନେଇ ଅନେକ କଥା ଆସୁଥିବା ବେଳେ ଏବେ ରତ୍ନ ଭଣ୍ଡାର ଖୋଲା ଯାଇଛି । ଆଉ ଅନେକ ଲୋକ ଏହା ଅପେକ୍ଷା ବି କରିଥିଲେ । 
Hh
ଏବେ ଓଡ଼ିଶାରେ ବିଜେପି ସରକାର ଶାସନ ଭାର ସମ୍ଭାଳିଛନ୍ତି । ଆଉ ବିଜେପି ଶାସନ ନିର୍ବାଚନ ସମୟରେ ଅନେକ କିଛି କଥା କହିଥିଲା । ଆଉ ଏହି କଥା ଅନୁସାରେ ରତ୍ନ ଭଣ୍ଡାର ତାଲା ଖୋଲାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି । ଆଉ ଗତକାଲି ରତ୍ନ ଭଣ୍ଡାରର ତାଲା ଖୋଲା ଯାଇଛି । ଆଉ ଏବେ ଏହି ରତ୍ନ ଭଣ୍ଡାରର ତାଲା ଖୋଲବାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କିଛି କଥା କହିଛନ୍ତି । ସେ କହିଛନ୍ତି, ସରକାର ଯାହା କହିଥିଲେ ତାହା ହିଁ କରିଲେ । 
Bb
ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା । ଆଉ ବାହୁଡ଼ା ଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତ୍ରୀମାନଙ୍କୁ ମଧ୍ୟ ଦାୟିତ୍ଵ ଦେଇଛନ୍ତି । ଏବେ ମନ୍ତ୍ରୀ ସେଠାରେ ବୁଲି ତଦାରଖ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ସବୁ କାମ କେମିତି ସୁରୁଖୁରୁରେ ଏବଂ ଶୃଙ୍ଖଳାରେ ହେବ । ଆଉ କୌଣସି ପ୍ରକାରର ଅସୁବିଧା ଲୋକମାନେ ଭୋଗ କରିବେ ନାହିଁ ଏବଂ ଅନେକ ପ୍ରକାରର ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ବାହୁଡା଼ ଯାତ୍ରା ଠାରୁ ନିଲାନ୍ଦ୍ରୀ ବିଜେ ପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ଦାୟିତ୍ଵ ଦେଇଛନ୍ତି । 
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସବୁ ପ୍ରକାରର ଦାୟିତ୍ଵ ଦିଆଯାଇଛି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସେବାୟତ, ଆରକ୍ଷୀ ବିଭାଗ ଏବଂ ସମସ୍ତେ ସମର୍ପଣ ଭାବରେ କାମ କରୁଛନ୍ତି । ଭଗବାନଙ୍କ ଆଶୀର୍ବାଦରେ ସବୁ କାମ ଭଲରେ ହେବ । ଆଗାମୀ ସମୟରେ ରତ୍ନ ଭଣ୍ଡାରର କଥା ଆସିବ ବୋଲି ସେ କହିଛନ୍ତି । ପହଣ୍ଡି ବିଜେରେ କିଛି ଘଟଣା ଘଟିଥିଲା । ଆଉ ଏନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ଏଭଳି ଅନେକ ପ୍ରଶ୍ନ। ରିପୋର୍ଟର ଜଣକ ପଚାରିବା ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଏହାର ଉତ୍ତର ଦେଇଛନ୍ତି । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement