Updated: Sep 27, 2024, 19:05 IST

ମ-ରି-ବା ଆଗରୁ କହିଥିଲା ପୁଅ କାହିଁକି କଲା ୫୯ ଖଣ୍ଡ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବେଙ୍ଗାଳୁରୁର ଭ୍ୟାଲିକାବଲା ଠାରେ ଘଟିଥିବା ମହାଲକ୍ଷ୍ମୀ ହ-ତ୍ୟା-କା-ଣ୍ଡ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ମୁକ୍ତିରଞ୍ଜନ ଏବଂ ମହାଲକ୍ଷ୍ମୀ ବେଙ୍ଗାଳୁରୁର ଏକ କପଡ଼ା ଷ୍ଟୋରରେ ଏକାଠି କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହେବା ପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ। ମହାଲକ୍ଷ୍ମୀ ବିବାହିତା ବୋଲି ବହୁ ଡେରିରେ ଜାଣିବାକୁ ପାଇଥିଲେ ମୁକ୍ତିରଞ୍ଜନ। 
Gg
ତଥାପି ଉଭୟଙ୍କ ସମ୍ପର୍କରେ କୌଣସି ପ୍ରଭାବ ପଡ଼ିନଥିଲା। କିଛି ବର୍ଷ ଦୁହେଁ ଏକାଠି ରହିଥିଲେ। କିଛି ମାସ ପୂର୍ବରୁ ମହାଲକ୍ଷ୍ମୀଙ୍କ ଜୀବନରେ ଅନ୍ୟ ଜଣେ ଯୁବକ ଆସିଥିଲେ। ଏହା ଜଣାପଡ଼ିବା ପରେ ମୁକ୍ତିରଞ୍ଜନ ଏବଂ ମହାଲକ୍ଷ୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢ଼ିବା ସହ ସମ୍ପର୍କ ବିଗିଡ଼ି ଯାଇଥିଲା। ତାଙ୍କ ଭିତରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ମହାଲକ୍ଷ୍ମୀଙ୍କ ତଣ୍ଟି ଚିପି ହ-ତ୍ୟା କରିଥିଲେ ମୁକ୍ତିରଞ୍ଜନ। 
Bb
ଏହା ପରେ ଏକ ଧାରୁଆ ଛୁରୀରେ ମହାଲକ୍ଷ୍ମୀଙ୍କ ଶରୀରକୁ ୫୯ ଖଣ୍ଡ କରି ଫ୍ରିଜ ଭିତରେ ରଖିଥିଲେ। ଧରାପଡ଼ିବା ଭୟରେ ମୁକ୍ତିରଞ୍ଜନ ଓଡ଼ିଶା ଚାଲିଆସିଥିଲେ। ତେବେ ବେଙ୍ଗାଳୁରୁରେ ହ-ତ୍ୟା-କା-ଣ୍ଡ ଘଟାଇଥିବା ଅଭିଯୁକ୍ତ ଓଡ଼ିଶାରେ ଆ-ତ୍ମ-ହ-ତ୍ୟା କରିଛନ୍ତି। ବୁଧବାର କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକ୍ତିରଞ୍ଜନଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ଅଞ୍ଚଳ ଲୋକେ। ସେପଟେ ପୁଅର ଆ-ତ୍ମ-ହ-ତ୍ୟା ପରେ କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ଅଭିଯୁକ୍ତ ମୁକ୍ତିରଞ୍ଜନଙ୍କ ମାଆ। 
ଏନେଇ ମୁକ୍ତିରଞ୍ଜନଙ୍କ ମାଆ କହିଛନ୍ତି, ‘ପୁଅ ମୋତେ କହୁଥିଲା ସେ ୪୦ ହଜାର ଟଙ୍କା ରୋଜଗାର କରେ। ସବୁ ଟଙ୍କା ମହାଲକ୍ଷ୍ମୀ ନେଇଗଲା। ମୋ ପୁଅର ଟଙ୍କା, ସୁନା, ହାର, ମୁଦି ନେଇଗଲା। ସେ ଝିଅ କିଏ ମୁଁ ଜାଣିନି।’ ଏବଂ ସେପଟେ ମୁକ୍ତିରଞ୍ଜନ ଜୀବନ ହାରିବା ପରେ ଘରେ ପହଞ୍ଚି ତଦନ୍ତ ଚଳାଇଛି ପୋଲିସ। ତାଙ୍କ ଡାଏରୀକୁ ନେଇ ତଦନ୍ତ କରୁଛି ପୋଲିସ। ଧୂଷୁରୀ ଥାନାରେ ବେଙ୍ଗାଲୁରୁ ପୋଲିସର ୪ ଜଣିଆ ଟିମ ପହଞ୍ଚିଛନ୍ତି ।

Advertisement