May 13, 2024, 16:39 IST

ସାରା ଓଡ଼ିଶା ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ଏହି ରହସ୍ୟ ଜାଣି ନାହାନ୍ତି ଅନେକ ଲୋକ ଶୀଘ୍ର ଦେଖନ୍ତୁ ଏହି ଅଲୌକିକ ଘଟଣା

Gh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଧବଳେଶ୍ୱର’ ଶବ୍ଦର ଅର୍ଥ ହେଉଛି ଧବଳ ଈଶ୍ୱର। ଅର୍ଥାତ ଧଳା ରଙ୍ଗର ଭଗବାନ। ବହୁଚର୍ଚ୍ଚିତ ମହାନଦୀ ଆଉ ସେହି ଅକାତକାତ ପାଣିରେ ରହିଛି ଏକ ଦ୍ଵୀପ ସେହିଠି ପୂଜା ପାଆନ୍ତି ବାବା ଧବଳେଶ୍ୱର। ବାବା ଧବଳେଶ୍ୱରଙ୍କୁ ନେଇ ରହିଛି ଏକ ରୋଚକ ଲୋକକଥା।
ବିଶ୍ୱାସ କରାଯାଏ, ବାବା ଧବଳେଶ୍ୱର ଠାକୁର ଏକ କଳା ବଳଦକୁ ଧଳା କରି ଦେଇଥିଲେ। ଏହି ଘଟଣା ପରେ ସେ ଧବଳେଶ୍ୱର ନାମରେ ଖ୍ୟାତ ହେବାରେ ଲାଗିଥିଲେ। ତେବେ ଲୋକଙ୍କ କଥା ଅନୁଯାୟୀ, ଥରେ ଜଣେ ଚୋର ଗୋଟିଏ କଳା ବଳଦ ଚୋରି କରି ଆଣିଥିଲା। ଏ କଥା ଜାଣି ପାରିଲେ ଲୋକମାନେ। 
Gh
ତା'ପରେ ଚୋରଟିକୁ ଲୋକେ ଗୋଡେଇବା ଆରମ୍ଭ କରିଦେଇଥିଲେ। ଧରାପଡ଼ି ମାଡ଼ ଖାଇବା ଭୟରେ ସେ ଲୁଚି ଯାଇଥିଲା ମହାନଦୀର ପାଣି ଘେରି ରହିଥିବା ଏହି ଦ୍ୱୀପ ସଦୃଶ ସ୍ଥାନରେ। ଏହି ସ୍ଥାନଟି ସେତେବେଳେ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା।
ଲୋକମାନେ ଚୋରକୁ ଜଗି ରହିଥିଲେ। ଧରା ପଡିଗଲେ ଲୋକଙ୍କ ହାତରେ ଜୀବନ ଯିବାର ଭୟ ଚୋରକୁ ଘାରୁଥିଲା। ସେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଲାଗିଲା। ଚୋର ନିଜର ଜୀବନ ବଞ୍ଚାଇ ଦେବାକୁ ଭଗବାନଙ୍କୁ ଡାକୁଥାଏ। 
ଏହି ସମୟରେ ଭଗବାନ ଶିବ ଜଣେ ସନ୍ୟାସୀ ବେଶରେ ଲୋକଙ୍କ ଆଗରେ ଉଭା ହେଲେ। ଲୋକମାନଙ୍କୁ ସନ୍ନ୍ୟାସୀ ଜଣଙ୍କ ରାଗିବାର କାରଣ ପଚାରିଲେ। ଲୋକମାନେ କହିଲେ, ଆମର ଗୋଟିଏ କଳା ବଳଦ ଚୋରି ହୋଇଯାଇଛି। ଚୋର ଏଇଠି କୋଉଠି ଲୁଚିଛି, ଆମେ ତାକୁ ଜଗି ରହିଛୁ।
Hy
ଏ କଥା ଶୁଣି ସନ୍ୟାସୀ ରୂପରେ ଥିବା ଭଗବାନ ଶିବ କହିଲେ, ଏଠି ତ କଳା ବଳଦ ନାହିଁ। ଦୂରରେ ଚରୁଥିବା ବଳଦ ତ ଧଳା। ଲୋକମାନେ ମଧ୍ୟ ଦେଖିଲେ, ସତରେ କିଛି ଦୂରରେ ଗୋଟିଏ ଧଳା ବଳଦ ଚରୁଥିଲା। ଏହାପରେ ଲୋକମାନେ ବୁଝିଗଲେ। ଚୋରି ହୋଇଥିବା ବଳଦ ଏହା ନୁହେଁ। ଚୋର ବି ବାହାରି ଆସିଲା। 
ସେଠାରୁ ସନ୍ୟାସୀ ଜଣକ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଗଲେ। ଚୋର ଭୟରେ କିନ୍ତୁ ଥରୁଥାଏ। ସାହସ ଜୁଟାଇ ଚୋର ଲୋକଙ୍କୁ ସବୁ କଥା କହିଲା। ଚୋର କହିଲା ଯେ, ସେ କଳା ବଳଦ ଚୋରି କରି ଆଣିଥିଲା। କିନ୍ତୁ ଭଗବାନ ଶିବ ତା’ର ଆକୁଳ ନିବେଦନ ଶୁଣି କଳା ବଳଦକୁ ଧଳା କରିଦେଇଛନ୍ତି।
ମନ୍ଦିରର ଜଣେ ପୂଜକଙ୍କ କହିବା ଅନୁଯାୟୀ, ସେହିଦିନଠାରୁ ଲୋକମାନେ ଏହି ପୀଠରେ ଭଗବାନ ଶିବଙ୍କୁ ବାବା ଧବଳେଶ୍ୱର ଭାବେ ପୂଜା କଲେ। ଆଉ ପୀଠଟି ଧବଳେଶ୍ୱର ପୀଠ ନାମରେ ଖ୍ୟାତ ହେଲା। ସବୁଆଡ଼େ ପ୍ରଚାରିତ ହେବାକୁ ଲାଗିଲା ବାବା ଧବଳେଶ୍ୱରଙ୍କ ମହିମା।

Advertisement