Nov 28, 2024, 11:04 IST

ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଦେଇଦେଲା ଭଣ୍ଡବାବା...ଲଙ୍ଗଳା କରି ପିଟିଲେ ଲୋକେ

Gg

ଗାଁ ଭିତରେ ମହିଳାଙ୍କୁ ଏକୁଟିଆ ଦେଖି ସିନ୍ଦୂର ପିନ୍ଧାଇ ଦେଲା ଭଣ୍ଡ ବାବା। ବାବା ଜଣକ ମହିଳାଙ୍କ ପାଖକୁ ଆସିଥିଲା ଆଉ ଆଗ ପଛ କିଛି ନ କହୁଣୁ ମହିଳାଙ୍କ ମୁଣ୍ଡରେ ସିନ୍ଦୂର ପିନ୍ଧାଇ ଦେଇଥିଲା। ପରେ ସେହି ଭଣ୍ଡ ବାବା ଙ୍କୁ ନେଇ ଗାଁ ରେ ଯାହା କିଛି ଘଟି ଯାଇଥିଲା ତାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଯାହା ଦେଖିଲେ ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଦିନକୁ ଦିନ ଏବେ ଏଭଳି ଘଟଣା ଘଟୁଛି।
Vv
ଆଉ ଏହି ଘଟଣା ମଧ୍ୟ ଏବେ ସମସ୍ତଙ୍କୁ ଖୁବ୍ ଆଶ୍ଚର୍ଯ୍ୟ ମଧ୍ଯ କରି ଦେଉଛି।ଏଭଳି ଘଟଣା ସବୁକୁ ବିଶ୍ବାସ କରିବା ମଧ୍ୟ ଖୁବ୍ କଷ୍ଟକର ଅଟେ। ଗାଁ ଲୋକ ହୋ ହାଲ୍ଲା ହେଉଛନ୍ତି ଆଉ ଏହାରି ମଧ୍ୟରେ ସେମାନେ ଭଣ୍ଡ ବାବାଙ୍କୁ ଧରି ନେଇଛନ୍ତି। ବାବାଙ୍କ ନାମ ମଧ୍ୟ ହେଉଛି ଖଟିଆ ବାବା। ଏହି ଖଟିଆ ବାବାଙ୍କୁ ଗାଁ ଲୋକମାନେ ଏବେ ବାନ୍ଧି ପକାଇଛନ୍ତି। କାରଣ ଏହି ବାବା ଜଣକ ଏହି ଗାଁ ର ଜଣେ ମହିଳାଙ୍କ ସହ ଯାହା କିଛି କରି ଦେଇଛନ୍ତି,
Vg
ଯାହାକୁ ଆପଣ ମଧ୍ୟ ଶୁଣିଲେ କହିବେ କି ଏମିତି ବାବାଙ୍କୁ କେବଳ ମାଡ଼ ଦରକାର୍। ଏହି ମହିଳା ଜଣକ ମଧ୍ୟ ମିଶନ ଶକ୍ତି ରେ କାମ କରନ୍ତି। ନିଜର ଡ୍ୟୁଟି ସାରି ତାଙ୍କ ଘରକୁ ଫେରୁଥିବା ବେଳେ ତାଙ୍କର ଜଣେ ବାବାଙ୍କ ସହ ଦେଖା ହୋଇଥିଲା। ଆଉ ସେ ତାଙ୍କୁ ତାଙ୍କର ପରିବାରରେ ଆଗକୁ ଅମଙ୍ଗଳ ହେବାକୁ ଯାଉଛି ବୋଲି କହିଥିଲେ। ଯାହାକୁ କି ଶୁଣି ମହିଳା ଜଣକ ଡରି ଯାଇଥିଲେ।ଏହାପରେ ବାବା ଜଣକ ତାଙ୍କୁ ସୁନା ଦାନ କଲେ ସବୁ ଠିକ୍ ହେବ ବୋଲି କହିଥିଲେ।
ଏହାପରେ ଯେତେବେଳେ ମହିଳା ଜଣକ କହିଥିଲେ କି ତାଙ୍କ ପାଖରେ ସୁନା ନାହିଁ। ସେତେବେଳେ ଏହି ବାବା ଜଣକ ମହିଳାଙ୍କ ମୁଣ୍ଡରେ ଏକ ସିନ୍ଦୂର ଟୋପା ଲଗାଇ କଣ କରିଥିଲେ କେଜାଣି ମହିଳା ଜଣକ କିଛି ଜାଣି ପାରି ନଥିଲେ। ଆଉ ବାବା ତାଙ୍କ ଠାରୁ ସୁନା ମୁଦି ନେଇ ଚାଲି ଯାଇଥିଲେ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଗାଁ ଲୋକମାନେ ମଧ୍ୟ ଏହି ବାବାଙ୍କୁ ବାନ୍ଧି ରଖିଛନ୍ତି।

Advertisement