ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳା କନେଷ୍ଟବଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତେବେ ଜଗତସିଂପୁର ଜିଲ୍ଲା ପାରାଦ୍ଵୀପ ରାସ୍ତାର ତିର୍ତ୍ତୋଲ ସରଣୀ ଛକରେ ଏହିପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଗୋଟିଏ ଯାତ୍ରୀବାହୀ ବସ୍ ସ୍କୁଟିରେ ଯାଉଥିବା ଜଣେ ମହିଳା କନେଷ୍ଟବଳଙ୍କ ଉପରେ ଚଢ଼ି ଯାଇଥିଲା।
ଫଳରେ ଘଟଣାସ୍ଥଳରେ ହିଁ ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ସୁରୁଣ୍ଡା ମୁଣ୍ଡା ନାମରେ ଜଣେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଓ ତିର୍ତ୍ତୋଲ ଅଗ୍ନୀଶମ ବାହିନୀ
ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ମଣିଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଛନ୍ତି। ସେପଟେ ବସ୍ ଧକ୍କାରେ କନେଷ୍ଟବଳଙ୍କର ମୃତ୍ୟୁ ହେବା ପରେ ଘଟଣାସ୍ଥଳରେ ଚାପ ଆହୁରି ଉତ୍ତେଜନା ଦେଇଥିଲା।