Updated: Oct 10, 2024, 12:46 IST

ମଦୁଆ ପ୍ରଧାନଶିକ୍ଷକ କୁ ପାନେ ଦେଲେ ବିଧାୟକ...

Hh

ବିଭିନ୍ନ ସମୟରେ ଯେଉଁ ଅଭିଯୋଗ ହୁଏ ଯେ ସାର୍ ମାନେ ମଦ ପିଇ ସ୍କୁଲକୁ ଆସନ୍ତି ଆଉ ପାଠ ପଢ଼ାନ୍ତି ନାହିଁ। ଏଠି ସେମିତି ଘଟଣା। ଜଣେ ମଦୁଆ ପ୍ରଧାନ ଶିକ୍ଷକଙ୍କୁ ପାନେ ଦେଲେ ବିଧାୟକ।ଜଣେ ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ପାଟି ଶୁଙ୍ଘୁଛନ୍ତି ସମସ୍ତେ। ଦେଖନ୍ତୁ ପ୍ରଥମେ। ଆପଣଙ୍କର ସାଧାରଣ ଜ୍ଞାନ ଅଛି, ଆପଣ ସ୍କୁଲକୁ ଏଠି ପିଲାଙ୍କୁ ପଢ଼ାଇବା ପାଇଁ ଆସିଛନ୍ତି। ଆପଣ ମଦ ପିଇ ଏଠି ଛୋଟ ଛୋଟ ପିଲାଙ୍କୁ ପଢ଼ାଇବା ପାଇଁ ଆସିଛନ୍ତି? ଶିକ୍ଷକ ଜଣକ ମଦ ପିଇ ସ୍କୁଲରେ ଅଛନ୍ତି। କଣ କରାଯିବ କୁହନ୍ତୁ। 

Vh
ମୋତେ ଆଜି ହିଁ ଆକ୍ସନ ଦରକାର୍। କେହି ଚେକିଂ ବି କରୁ ନାହାଁନ୍ତି। ଯେ ପ୍ରଧାନ ଶିକ୍ଷକ କହୁଛନ୍ତି ମୁଁ ମଦ ପିଇ ନାହିଁ। କିନ୍ତୁ ଦୁଇରୁ ତିନି ଜଣ ବ୍ୟକ୍ତି ତାଙ୍କ ପାଟି ଶୁଙ୍ଘି କହିଲେ ଯେ ସାର୍ ମଦ ପିଇଛନ୍ତି। ତଥାପି ବି ପ୍ରଧାନ ଶିକ୍ଷକ ତାକୁ ଅସ୍ବୀକାର କରୁଛନ୍ତି। କରିବା ବି କଥା କାହିଁକି ନା ସେ ଯେହେତୁ ମଦ ପିଇ ସ୍କୁଲକୁ ଆସିଛନ୍ତି କଥା ତ ଲୁଚାଇବେ ନିଶ୍ଚୟ। ଏଠି ମଧ୍ୟ ସେହି ଘଟଣା। ତେବେ ଏହି ଦୃଶ୍ୟଟି ହେଉଛି ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜା ପଞ୍ଚାୟତର ବାଇଶାସାହି ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ। 
Gf
ସେଠାକୁ ହଠାତ୍ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଯାଇଥିଲେ। ଆଉ କୁନି କୁନି ପିଲାଙ୍କ ପାଇଁ କଣ ଖାଦ୍ୟ ରନ୍ଧା ଯାଇଛି ତାହାର ଯାଞ୍ଚ କରିଥିଲେ। ହେଲେ ବାର ଅନୁଯାୟୀ ସୋୟାବିନ୍ ତରକାରୀ ହେବାର ଥିବା ବେଳେ ସେଠାରେ ଡ଼ାଲମା ଭାତ ପିଲା ମାନଙ୍କ ପାଇଁ ତିଆରି ହୋଇଥିଲା। ତାହା ଦେଖି ସେ ତ ଅସନ୍ତୁଷ୍ଟ ହେଲେ ଆଉ କାହିଁକି ତରକାରୀରେ ବ୍ୟତିକ୍ରମ ହୋଇଛି ବୋଲି ପ୍ରଧାନ ଶିକ୍ଷକଙ୍କୁ ପଚାରିବାକୁ ଯିବାରୁ , ପ୍ରଧାନ ଶିକ୍ଷକ ଯେତେବେଳେ ବିଧାୟକଙ୍କ କଥାରେ ଉତ୍ତର ଦେଲେ ଜଣା ପଡ଼ିଗଲା ଯେ ସେ ମଦ ପିଇକି ଆସିଛନ୍ତି। 
ତେଣୁ ବିଧାୟକ ପଚାରିଲେ ଯେ ଆପଣ ମଦ ପିଇ କରି ଆସିଛନ୍ତି? ସେ ସିଧା ସିଧା ମନା କରି ଦେଲେ। ହେଲେ କଣ ହେବ ସେଠାରେ ଉପସ୍ଥିତ ଥିବା କିଛି ଲୋକମାନେ ପ୍ରଧାନ ଶିକ୍ଷକଙ୍କର ପାଟି ଶୁଙ୍ଘିଲେ। ଆଉ ଜାଣିବାକୁ ପାଇଲେ ଯେ ସେ ପେଟେ ମଦ ପିଇଛନ୍ତି। ଏପରି ଘଟଣା ଦେଖିବା ପରେ ବିଧାୟକ ସିଧାସଳଖ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କଲେ। ଆଉ ଶୁଣାଇ ଦେଲେ ଯେ ସ୍କୁଲକୁ କଣ ମଦ ପିଇ ଆସିବାର ନିୟମ ଅଛି କି? କିନ୍ତୁ ବିଧାୟକ କହିଲେ ଯେ ଏହା ପାଇଁ ତୁରନ୍ତ ଆକ୍ସନ ନେବା ଆବଶ୍ୟକ। ତେବେ ଦେଖାଯାଉ ପ୍ରଧାନ ଶିକ୍ଷକଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି।

Advertisement