ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଆଜି ଭୟଙ୍କର ରୂପ ନେବ ବର୍ଷା। ରାତିରୁ ଲଗାତାର ଭାବେ ବର୍ଷା ହେଉଥିବା ବେଳେ ଆଗକୁ ଆହୁରି ବଢିବା ବର୍ଷା ପରିମାଣ। ଖାଲି ବର୍ଷା ନୁହେଁ ତା ସହିତ ମାରିବ ବିଜୁଳି ଘଡଘଡି।
ଧିରେ ଧିରେ ବଢୁଛି ବର୍ଷାର ପରିମାଣ। ଆଉ କିଛି ସମୟ ପରେ ଭୟଙ୍କର ରୂପ ନେବାକୁ ଥିବା ବେଳେ ସମସ୍ତଙ୍କୁ ସତର୍କତା ଜାରି କରାଯାଇଛି। କେହି ଘରୁ ନବହାରିବାକୁ ବାରମ୍ଵାର ଚେତାବନୀ ମଧ୍ୟ ଦିଆଯାଇଛି। ଆଉ ତଳିଆ ଅଞ୍ଚଳ ଛାଡ଼ି ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। କାରଣ ଧିରେ ଧିରେ ବଦଳୁଛି ପାଗ। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ପଶ୍ଚିମକେନ୍ଦ୍ରୀୟ ଓ ସଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଲଘୁଚାପ ପଶ୍ଚିମକେନ୍ଦ୍ରୀୟ ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହେଇଛି। ଏହାସହ ଦକ୍ଷିଣ ଛତିଶଗଡ ପାର୍ଶ୍ଵବତି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହେଇଛି। ଯାହାପ୍ରଭାବରେ ଉପକୂଳ ଅଂଚଳରେ ବର୍ଷା ଲାଗି ରହିଛି। ଏହା ସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ବାୟୁ ମଧ୍ୟ ସକ୍ରିୟ ରହିଛି।
ଆଜି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ୟେଲୋ ୱାରିଂ ଜାରି ହେଇଛି। ଆସନ୍ତା କାଲିଠାରୁ ବର୍ଷାର ପରିମାଣ କମିଲେ ମଧ୍ୟ ବଜ୍ରପାତ ଜନିତ ବର୍ଷା ଜାରି ରହିବ। ବିଶେଷକରି ଉପକୂଳ ଓଡ଼ିଶା ସମେତ ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବା ସହିତ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଲଗାଣ ବର୍ଷା।