Oct 2, 2024, 15:23 IST

ମାଡ଼ି ଆସୁଛି ମହାବାତ୍ୟା ଦେଖନ୍ତୁ ସବୁଠାରୁ ବେଶୀ ପ୍ରଭାବ ପଡ଼ିବ କେଉଁ ଜିଲ୍ଲାରେ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଓଡିଶାବାସୀଙ୍କୁ ଡରାଇଲାଣି ମହାବାତ୍ୟା। ଯଦି ବାତ୍ୟା ହୁଏ ତେବେ ବିପଦ ପଡିପାରେ ୭ ଜିଲ୍ଲା ଉପରେ। ମହାବାତ୍ୟା ପ୍ରଭାବରେ ହଜିଯିବ କିଛି ଜିଲ୍ଲାର ଚିହ୍ନବର୍ଣ୍ଣ। ପୁଣି ଓଡିଶାବାସୀଙ୍କୁ ଡରାଇଲାଣି ମହାବାତ୍ୟା। ଯଦି ବାତ୍ୟା ହୁଏ ତେବେ ୧୯୯୯ ମସିହା ଠାରୁ ବି ଆହୁରି ଭୟାନକ ହେଇପାରେ। ପାଗ ଧିରେ ଧିରେ ବଦଳୁଥିବା ବେଳେ ଓଡିଶାବାସୀ ମନରେ ସୃଷ୍ଟି ହେଲାଣି ଭୟ। କାରଣ ୧୯୯୯ ମସିହାର ପାଣିପାଗ ସହିତ ମେଳ ଖାଉଛି ଏ ବର୍ଷର ପାଣିପାଗ। ଖରା ବର୍ଷା ସାଙ୍ଗକୁ ମାଡ଼ି ଆସୁଛି ପଛକୁ ପଛ ଲଘୁଚାପ। 
Gg
ବନ୍ୟାର ପ୍ରକୋପରେ ଏବେ ବି ହନ୍ତସନ୍ତ ହେଉଛନ୍ତି କିଛି ଜିଲ୍ଲା। ଠିକ୍ ୧୯୯୯ ରାସ୍ତାରେ ୨୦୨୪ର ସେ ବର୍ଷ ଏପ୍ରିଲରେ ଭୀଷଣ ଗ୍ରୀଷ୍ମର ପ୍ରଭାବ ଅନୁଭୁତ ହେଇଥିଲା। ଏ ବର୍ଷ ବି ସ୍ଥିତି ପୁରା ସମାନ ରହିଛି। ଖାଲି ସେତିକି ନୁହେଁ ଯେଉଁଭଳି ଭାବେ ୧୯୯୯ରେ ଆସିଥିଲା ଲାଲିନ। ଏଥର ବି ଏଲିନୋ ପରେ ଲାଲିନ ଆଗମନର ସମ୍ଭାବନା ରହିଛି। ଯଦି ଲାଲିନ ଆସିଲା ତେବେ ବଢ଼ି ଯାଇପାରେ ବାତ୍ୟାର ସମ୍ଭାବନା। 
Gg
ତେବେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଅକ୍ଟୋବରରେ ଗରମ ଅଧିକ ହେବ ଏବଂ ବର୍ଷା ବି ହେବ। ଦିନ ତାପମାତ୍ରା ରାଜ୍ୟରେ ଅଧିକ ରହିବ। ରାତିରେ ବି ସ୍ଵାଭାବିକ ଠାରୁ ଢେର ଅଧିକ ରହିବ ଗରମ। ମାତ୍ର ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ବର୍ଷା ସ୍ଵାଭାବିକ ଠାରୁ ଅଧିକ ରହିପାରେ। ଅକ୍ଟୋବରରେ ତାପମାତ୍ରା ଅଧିକ ରହିବ ଯାହାକି ବାତ୍ୟା ପାଇଁ ଅନୁକୂଳ ବାତାବରଣ ଆଣିପାରେ। ବିଶେଷଜ୍ଞ କହିବା ଅନୁସାରେ, "ବାୟୁ ମଣ୍ଡଳରେ ଅଧିକ ଗରମ ଓ ଗୁଳୁଗୁଳି ରହୁଥିବା ବେଳେ ସମୁଦ୍ର ଜଳପତନ ତାପମାତ୍ରା ଅଧିକ ରହୁଛି"। 
ଅକ୍ଟୋବରକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, "ଏ ମାସରେ ବର୍ଷା ଅଧିକ ହେବ କିନ୍ତୁ ତାପମାତ୍ରା ବି ସ୍ଵାଭାବିକ ଠାରୁ ଅଧିକ ରହିବ। ଏସବୁ ଦୁଗକୁ ଗମ୍ଭୀରତାର ସହ ବିଶେଷଣ କରୁଛନ୍ତି ପାଣିପାଗ ବୈଜ୍ଞାନିକ"। କିନ୍ତୁ ପାଣିପାଗର ପାରିପାର୍ଶ୍ୱିକ ସ୍ଥିତି ଯାହା ରହିଛି ତାହା ବାତ୍ୟା ସୃଷ୍ଟି ହେବା ପାଇଁ ଅନୁକୂଳ ବାତାବରଣ। ବିଶେଷଜ୍ଞ କହିବା ଅନୁସାରେ, " ଏ ବର୍ଷ ବାତ୍ୟା ହେବ କି ନାହିଁ ତାହା ଏବେ ଠାରୁ ସ୍ପଷ୍ଟ କରି ହେବ ନାହିଁ। କିନ୍ତୁ ୧୯୯୯ ଭଳି ସ୍ଥିତି ଏ ବର୍ଷ ଅନୁଭୂତ ହେଉଛି।

Advertisement