ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା। ପ୍ରବଳ ବର୍ଷା ନେଇ ଆଜି ସକାଳ ୮:୩୦ ୨୧ ଜିଲ୍ଲାକୁ ୟେଲୋ ୱାରିଂ ଜାରି କରିଛି ପାଣିପାଗ ବିଭାଗ। କିଛିକିଛି ସ୍ଥାନରେ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।
ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପଟେ ତିନିଘଣ୍ଟା ପାଇଁ ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଟ୍ୟୁନ ସିଟିରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଉପରେ ମାଡି ଆସୁଛି ବର୍ଷା ପାଣି।
ଅନ୍ୟପଟେ ତଳିଆ ଅଞ୍ଚଳରେ ଜମିଗଲାଣି ବର୍ଷା ପାଣି। ରାଜ୍ୟର ବିଭିନ୍ନ ଜିଲ୍ଲାକୁ ନେଇ ପାଣିପାଗ ବିଭାଗ ସତର୍କ କରିଥିବା ବେଳେ ୱାରିଂ ଜାରି କରାଯାଇଛି ୧୩ ଜିଲ୍ଲା। ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, କଟକ, ଅନୁଗୁଳ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼, ମୟୂରଭଞ୍ଜ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାକୁ ରହିଛି ଅଧିକ ବିପଦ। ତେବେ ଏହିସବୁ ଜିଲ୍ଲାର ଲୋକ ମାନଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ।
ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଆସନ୍ତା ୬ ତାରିଖରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋସାଗରରେ ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ହେଇପାରେ। କିନ୍ତୁ ଏହା ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ନାହିଁ। ଓଡିଶା ସମେତ ପୂର୍ବ ଭାରତରେ ଅବପାତ ସୃଷ୍ଟିର ସମ୍ଭାବନା ମାତ୍ର ୧୦ ରୁ ୨୦% ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।