Oct 1, 2024, 18:24 IST

ମାଡ଼ି ଆସୁଛି ଭୟଙ୍କର ବାତ୍ୟା ପ୍ରଭାବିତ ହେବେ ଏହିସବୁ ଜିଲ୍ଲା

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ମାଡି ଆସୁଛି ମହାବାତ୍ୟା। ଦକ୍ଷିଣ ଏସୀୟ ଦେଶ ଫିଲିପାଇନ୍ସରେ ଭୟଙ୍କର ବାତ୍ୟା ନେଇ ଆତଙ୍କ ଖେଳିିଯାଇଛି। ବାତ୍ୟା ସମୟରେ ଘଣ୍ଟାପ୍ରତି ୨୧୫ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଏହି ବାତ୍ୟା ଯୋଗୁଁଁ ସ୍କୁଲ କଲେଜ ସବୁ ବନ୍ଦ ରଖାଯାଇଛି। ସମୁଦ୍ର କୂଳକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ବାତ୍ୟା ଯୋଗୁଁଁ ଏଠାରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ତେବେ ଏହି ବାତ୍ୟାର ନାମ ‘କ୍ରୈଥନ୍‌‌’ ରଖାଯାଇଛି। 
Gg
ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ କାଗାୟନ ଏବଂ ବଟାନେସ୍‌‌ ପ୍ରଦେଶର ବାଲିଟିଙ୍ଗ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୧୭୫ରୁ ୨୧୫କି.ମିର ବେଗରେ ପବନ ବୋହିବା ଦେଖିବାକୁ ମିଳିଛି। ବାତ୍ୟା ‘କ୍ରୈଥନ୍‌‌’ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରୁଛି ଏବଂ ମଙ୍ଗଳବାର ତାଇୱାନର ଉତ୍ତର-ପୂର୍ବ ଦିଗ ଆଡକୁ ମୁହାଁଇବା ପରେ ଏହା ମହାବାତ୍ୟାରେ ପରିଣତ ହୋଇପାରେ। ଆସନ୍ତା ୪୮ଘଣ୍ଟା ମଧ୍ୟରେ ବଟାନେସ୍‌‌ ନିକଟସ୍ଥ ଗାଁ, ବାବୁୟାନ୍‌‌ ଦ୍ୱୀପ ଏବଂ କାଗାୟନ ପ୍ରାନ୍ତର ଉପକୂଳବର୍ତ୍ତୀ ଗାଁ ଗୁଡିକରେ ଜୀବନ ହାନି ହେବାର ଆଶଙ୍କା ରହିଥିବା ବେଳେ ଏଠାରେ ଲୋକଙ୍କୁ ପ୍ରଶାସନ ପକ୍ଷରୁୁ ସତର୍କ କରାଯାଇଛି। 
Gg
ଏପରିକି ଛାତଘର ଭାଙ୍ଗିବା ସମ୍ଭାବନା ଥିବାରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ମଧ୍ୟ କରାଯାଉଛି। ଗଛଲତା, ଚାଷଜମି ବ୍ୟାପକ ପରିମାଣରେ କ୍ଷତି ହୋଇପାରେ। ଏହାସହିତ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେବା ସହ ବ୍ୟାପକ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ବର୍ତ୍ତମାନ କାଗାୟନ ପ୍ରଦେଶରେ ବାତ୍ୟା ଯୋଗୁଁଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ସହ ଉପକୂଳ ଓ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଶତାଧିକ ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଛି। 
ଅଧିକାରୀମାନେ କହିଛନ୍ତି ଯେ "ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସୋମବାର ଉତ୍ତର ପୂର୍ବରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି"। ସୂଚନା ଅନୁସାରେ ଫିଲିପାଇନ୍ସରେ ପ୍ରତିବର୍ଷ ପ୍ରାୟ ୨୦ଟି ବାତ୍ୟା ଆସିଥାଏ। ୨୦୧୩ ମସିହାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ଟାଇଫୁନ’ ଯୋଗୁଁଁ ୭,୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଏହି ବାତ୍ୟା ଯୋଗୁଁଁ କେନ୍ଦ୍ରୀୟ ଫିଲିପାଇନ୍ସରେ ୫୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ।

Advertisement