ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଛାତ୍ରଛାତ୍ରୀଙ୍କ ମୃ-ତ୍ୟୁ ବଢ଼ି ଚାଲିଛି । ଏବେ ପୁଣି ଜଣେ ଛାତ୍ରୀଙ୍କ ମୃ-ତ୍ୟୁ ହୋଇଛି । ଏହି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ଜାଣିପାରିବେ । ଝିଅ ରାତି ୧୦ ସମୟରେ କଲ କରିଥିଲା ।
ମାଆ ଆଉ ଝିଅ ଅନେକ ସମୟ ଧରି ଫୋନରେ କଥା ହୋଇଥିଲେ । ଆଉ ଝିଅ ପରିବାରର ସମସ୍ତଙ୍କର ଭଲ ମନ୍ଦ ପଚାରି ବୁଝିଥିଲା । ମାଆ ସହ କଥା ହେବା ପରେ ଝିଅ ଫୋନ୍ ରଖି ଦେଇଥିଲା । ଆଉ ଏହାପରେ ପରିବାର ଲୋକଙ୍କ ପାଖକୁ ଆଉ ଏକ ଫୋନ୍ କଲ ଆସିଥିଲା । ଆଉ ଏହି ଫୋନ୍ କଲରେ ସେମାନେ ଯାହା ଶୁଣିଥିଲେ ତାହାକୁ ସେ ବିଶ୍ୱାସ କରିପାରୁ ନାହାଁନ୍ତି । ପରିବାର ଲୋକେ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଘର ଲୋକମାନେ ଫୋନ୍ କଲ ଆସିବାରୁ ଝିଅର ହଷ୍ଟେଲକୁ ଆସିଥିଲେ ।
ଆଉ ଏହାପରେ ହଷ୍ଟେଲ ଆସି ଦେଖିଥିଲେ ତାଙ୍କ ଝିଅ ଆଉ ଏହି ଦୁନିଆରେ ନାହିଁ । ରୁମ୍ ଭିତରେ ଝିଅର ମୃ-ତଦେହ ପଡ଼ିଛି । ଏହିସବୁ ଦେଖି ପରିବାର ଲୋକ ସହି ପାରୁନାହାଁନ୍ତି । ଏବେ ଝିଅର ମାଆ କହିଛନ୍ତି ତାଙ୍କ ଝିଅ ପ୍ରାଟିକାଲ କ୍ଲାସ ଯାଇଥିଲା ଆଉ ସେ ହଷ୍ଟେଲ ଆସିଥିଲା । ହଷ୍ଟେଲରେ ରାତି ମିଲ ଖାଇଥିଲା ଆଉ ଏହାପରେ ସବୁ କାମ ସାରି ସେ ମାଆଙ୍କ ସହିତ କଥା ହୋଇଥିଲେ । ଆଉ ଏଭଳି ଘଟଣା ଘଟିବାକୁ ନେଇ କେହି ବିଶ୍ୱାସ କରି ପାରୁନାହାନ୍ତି । ଝିଅର ମାଆ ଏବେ କହିଛନ୍ତି ସେହି ବାହାର ପିଲା ପାଇଁ ତାଙ୍କ ଝିଅ ଏଭଳି କରିଛି । ଆଗରୁ ଅନେକ ଧମକ ବି ଆସିଥିଲା ବୋଲି ଝିଅର ମାଆ କହିଛନ୍ତି ।
ଏହି ବାହାର ପିଲା ଝିଅକୁ ଟର୍ଚର୍ କରି ମାରି ଦେଇଛି ବୋଲି ଝିଅର ମାଆ ଅଭିଯୋଗ ଆଣିଛନ୍ତି । ଝିଅର ନାମ ହେଉଛି ଋତୁପର୍ଣ୍ଣା ଦାସ । ଗଞ୍ଜାମ ଜିଲ୍ଲାର ରୁଲାନ ଫାର୍ମାସୀ କଲେଜରେ ପାଠ ପଢ଼ୁଥିଲା ଝିଅ । ଗୋଟେ ଫାର୍ମାସୀ ଛାତ୍ରୀ ଥିଲା ଏହି ଝିଅ ଜଣକ । ଏବେ ଝିଅର ଏଭଳି କାମକୁ କେହି ବିଶ୍ଵାସ କରି ପାରୁନାହାନ୍ତି । ଆଉ ଏବେ ବାପା ମା ଆଉ ପରିବାର ଏବଂ ବନ୍ଧୁମାନେ କାନ୍ଦୁଛନ୍ତି । ଏବେ ଏହି ଘଟଣାର ସଠିକ୍ ଭାବରେ ତଦନ୍ତ କରିବା ପାଇଁ ଝିଅର ପରିବାର ଲୋକେ କହିଛନ୍ତି । ଏବେ ସେମାନେ ନ୍ୟାୟ ଦାବି କରିଛନ୍ତି ।