Jul 9, 2024, 19:47 IST

ବାହାଘର ଆଗରୁ ପ୍ରେମୀ ଯୁଗଳ ଯାଆନ୍ତିନି ଏକାଠି ଶ୍ରୀ ମନ୍ଦିର ଦେଖନ୍ତୁ ରାଧା ରାଣୀ ଦେଇଥିଲେ ଏହି ଅଭିଶାପ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଘୋଷଯାତ୍ରାରେ ରବିବାର ଦିନ କିଛି ବାଟ ଗଡ଼ି ପୁରୀ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ ସୋମବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି। ତେବେ ବନ୍ଧୁଗଣ ବରଷକେ ଥରେ ମାଉସୀ ମା ଘରକୁ ତିନିଠାକୁର ବିଜେ କରି ଥାଆନ୍ତି, ଦିନଟି ଥାଏ ଆଷାଢ଼ ଶୁକ୍ଲପକ୍ଷ ଦ୍ଵିତୀୟା ତିଥି। ଏହି ଦିନ ପ୍ରଭୁଙ୍କର ଶ୍ରୀ ଗୁଣ୍ଡିଚା ଯାତ୍ରା ଆନୁଷ୍ଠାନିକ ଭାବରେ ସାରା ବିଶ୍ୱରେ ପାଳିତ ହୋଇଥାଏ। 
Hh
ଏହିଦିନ ବଡଦାଣ୍ଡ ଭକ୍ତଙ୍କ ଦ୍ୱାରା ପୁର୍ଣ ହୋଇ ଯାଇଥାଏ। ଘଣ୍ଟ ଘଣ୍ଟା, ହୁଳହୁଳି, ବାଜା ରେ ପ୍ରକମ୍ପିତ ହୋଇଥାଏ ବଡ଼ ଦାଣ୍ଡ। କାଳିଆ ଠାକୁର ଭାଇ ଭଉଣୀ ଙ୍କ ସହିତ ମିଶି ମାଉସୀ ମା ଘରକୁ ଯାଇ ଥାଆନ୍ତି। ଗୁଣ୍ଡିଚା ରାଣୀ ଙ୍କ ମନ୍ଦିର ହେଉଛି ପ୍ରଭୁଙ୍କ ମାଉସୀ ଘର। କାହିଁକି ଶ୍ରୀରାଧା ଦେଇଥିଲେ ଜଗନ୍ନାଥ ଙ୍କୁ ଅଭିଶାପ:- ପୌରାଣିକ କଥା ଅନୁସାରେ ଏକଦା ରାଧାରାଣୀ ପ୍ରଭୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ବିଚାର କଲେ। 
Gg
ଯେତେବେଳେ ସେ ମନ୍ଦିର ରେ ପ୍ରବେଶ କରୁଥିଲେ ପୂଜକ ତାଙ୍କୁ ଅଟକାଇ ଦେଇଥିଲେ। ଏହାର ଜବାବ ରାଧାରାଣୀ ପୂଜକ ଙ୍କୁ ପଚାରି ଥିଲେ, ସେ କହିଥିଲେ ଯେ ଆପଣ ଶ୍ରୀକୃଷ୍ନ ଙ୍କ ପ୍ରେମିକ ଅଟନ୍ତି ଏବଂ ବିବାହିତା ନୁହନ୍ତି। ଏହି କାରଣରୁ ଆପଣଙ୍କୁ ମନ୍ଦିର କୁ ପ୍ରବେଶ ନିଷେଧ ଅଟେ। ଏହା ଶୁଣି ଶ୍ରୀରାଧା କ୍ରୋଧିତ ହୋଇ ଯାଇଥିଲେ। ଏହା ଶୁଣି ରାଧା ଅଭିଶାପ ଦେଇଥିଲେ ଯେ ଯଦି କୌଣସି ଅବିବାହିତା ଯୋଡି ଏକ ସାଙ୍ଗରେ ମନ୍ଦିର କୁ ପ୍ରବେଶ କରିବେ ନାହିଁ। 
ଯଦି କରିବେ ତେବେ ତାଙ୍କୁ କଦାପି ପ୍ରେମ ରେ ସଫଳତା ମିଳିବ ନାହିଁ। ମାନ୍ୟତା ରହିଛି ଯେ ଏହିଦିନ ଠାରୁ ଜଗନ୍ନାଥ ମନ୍ଦିର ପୂର୍ବରୁ ପ୍ରେମୀ ଯୁଗଳ ଙ୍କୁ ଯିବା ମନା ଥିଲା, କିନ୍ତୁ କାଳକ୍ରମେ ଏହି ନିୟମ ଏତେ ଅଧିକ ଗୁରୁତ୍ୱ ଦିଆଯାଇ ନଥିଲା, କିନ୍ତୁ ଆଜି ମଧ୍ୟ କିଛିଟା ଲୋକ ଏହି ଲୋକ କଥା ଆଧାରରେ ନିଜର ପ୍ରେମିକ କିମ୍ବା ପ୍ରେମିକ। ସହିତ ଶ୍ରୀମନ୍ଦିର କୁ ଯାଇ ନଥାଆନ୍ତି। ତେବେ ବନ୍ଧୁଗଣ ଏହି କାରଣ ପାଇଁ ରାଧାରାଣୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଭିଶାପ ଦେଇଥିଲେ।

Advertisement