ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ତ ପୂର୍ବରୁ ଦେଖିଥିବେ କି ପରଟାରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖ ଦେଖିବାକୁ ମିଳିଥିଲା। ଆଉ ଏବେ ଟମାଟୋରେ ମଧ୍ୟ ଦେଖିବାକୁ ମିଳିଛି ଜଗା କାଳିଆର ଶ୍ରୀମୁଖ। ଯାହାକୁ ଏବେ ଜଣେ ମହିଳା ନିଜ ଠାକୁର ଘରର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ରଖି ପୂଜା କରୁଛନ୍ତି। ତେବେ ଏବେ ଟମାଟୋରେ ବାହାରିଛନ୍ତିି ପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ସେହି ଚକାଆଖି ଟମାଟୋରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି।
ଟମାଟୋରେ ଏଭଳି କାଳିଆ ଠାକୁରର କଳା ମୁହଁ ଦେଖି ଭାବବିହ୍ୱଳ ହୋଇପଡିଛନ୍ତି ପରିବାରବର୍ଗ। ସଙ୍ଗେ ସଙ୍ଗେ ପୁରା ପରିବାରକୁ ଡାକ ପକାଇଲେ ଆଉ ସମସ୍ତେ ଏ ଟମାଟୋରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଗତକାଲି ମହିଳା ଜଣଙ୍କ ଚିଲିପନିର କରିବାକୁ ଝୁଡିରୁ ଟମାଟୋ କାଢ଼ିଲା ବେଳକୁ ଦେଖିବାକୁ ପାଇଥିଲେ ଯେ ସ୍ୱୟଂ ମହାପ୍ରଭୁ ଘରକୁ ଆସିଛନ୍ତି। ଜଗନ୍ନାଥଙ୍କୁ ଦେଖି କ୍ଷଣିକ ସମୟ ପାଇଁ ନିଜ ଆଖିକୁ ବିଶ୍ୱାସ କରିପାରିଲେନି ମହିଳା ଜଣଙ୍କ।
କେତେବେଳେ ପରଟାରେ ମହାପ୍ରଭୁଙ୍କୁ ଦେଖିବାକୁ ମିଳୁଛି ତ ଆଉ କେତେବେଳେ ପୁଣି ବିଲାତରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ମିଳୁଛି। ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ କେମିତି ବିଲାତିରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି ଦେଖିବାକୁ ମିଳିଛି। ସତେ ଯେମିତି ଜଗତର ନାଥ ଜଗନ୍ନାଥ ବିଲାତିରେ ଦର୍ଶନ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଗୋପାଳପୁରର ପୁଥୁଲ୍ ଭଟ୍ଟାଚାର୍ଯ୍ୟଙ୍କ ଘରେ।
ଗତକାଲି ପୁଥୁଲ୍ ଘରେ ଚିଲିପନିର କରିବା ପାଇଁ ଟମାଟୋ ବାହାର କରିଥିଲେ। କିନ୍ତୁ ଏହି ସମୟରେ ସେ ବିଲାତିରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି। ଏହା ପରେ ପୁରା ପରିବାର ଲୋକ ମିଶି ଠାକୁର ଘରେ ବିଲାତିକୁ ରଖି ପୂଜାର୍ଚ୍ଚନା କରିଥିଲେ। ବିଲାତିରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହ୍ୱଳ ହୋଇପଡିଛନ୍ତି ପୁରା ପରିବାର। ଏହା ପରେ ଘରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ପୂଜାପାଠରେ ଘର ଏବେ ଫାଟି ପଡୁଛି।