Sep 18, 2024, 16:28 IST

ମୁଣ୍ଡରେ ଓଢଣି ଟାଣି ଇଂରାଜୀ ରେ ଧୋଇଲେ ସରପଞ୍ଚ ଦେଖନ୍ତୁ କଣ କହିଲେ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Gg
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ଏବେ ଚର୍ଚ୍ଚାରେ ମୁଣ୍ଡରେ ଓଢଣି ଦିଆ ମହିଳା ସରପଞ୍ଚ। ଜଣେ ମହିଳା ସରପଞ୍ଚଙ୍କ ଭାଷଣ ଭିଡିଓ ‌ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେଉଛି। ସରପଞ୍ଚ ଜଣକ ଇଂରାଜିରେ ଭାଷଣ ଦେଇ ଉପସ୍ଥିତ ସମସ୍ତଙ୍କୁ ଚକିତ କରି ପକାଇଛନ୍ତି। 
Gg
ମହିଳା ଭାଷଣ ଦେଉଥିବା ସଭାରେ ବହୁଚର୍ଚ୍ଚିତ ଆଇଏଏସ୍‌ ଅଧିକାରୀ ଟିନା ଡାବି ମଧ୍ୟ ଉପସ୍ଥିତ ଥିଲେ। ରାଜସ୍ଥାନୀ ମହିଳା ଜଣକ ଯେତେବେଳେ ମଥାରେ ଓଢ଼ଣା ଟାଣି ମାଇକ୍‌ ଧରି ଭାଷଣ ଦେଉଥିଲେ ଟିନା ଡାବି ମଞ୍ଚରେ ବସି ମୁରୁକେଇ ମୁରୁକେଇ ହସୁଥିଲେ। ରିପୋର୍ଟ ମୁତାବକ, ରାଜସ୍ଥାନର ବାର୍ମରର ଏକ କାର୍ଯ୍ୟକ୍ରମରେ ଗାଁ ସରପଞ୍ଚଙ୍କ ଭାଷଣ ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କୁହାଯାଉଛି ଯେ ନିକଟରେ ବର୍ମରର ଜିଲ୍ଲା କଲେକ୍ଟର ଭାବରେ ଟିନା ଡାବି ନିଯୁକ୍ତ ହୋଇଛନ୍ତି। 
ପାରମ୍ପାରିକ ରାଜସ୍ଥାନୀ ପୋଷାକ ପିନ୍ଧି ସରପଞ୍ଚ ସୋନୁ କନୱାର ଠିଆ ହୋଇ କଲେକ୍ଟରଙ୍କୁ ସ୍ୱାଗତ କରି ଇଂରାଜି ଭାଷଣ ଦେଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ କହୁଥିବାର ଶୁଣିବାକୁ ମିଳିିଛି ଯେ, "ମୁଁ ଏପରି ଏକ ଦିନର ଅଂଶ ହୋଇଥିବାରୁ ଆନନ୍ଦିତ ଅଟେ। ସର୍ବପ୍ରଥମେ ମୁଁ ଆମର କଲେକ୍ଟର ଟିନା ମାଡାମ୍‌ଙ୍କୁ ସ୍ୱାଗତ କରୁଛି। ଜଣେ ମହିଳା ହୋଇଥିବାରୁ ଟିନା ମାଡାମ୍‌ଙ୍କୁ ସ୍ୱାଗତ କରିବା ମୋ ପାଇଁ ଗୌରବର ବିଷୟ।" ତା’ପରେ ସେ ଜଳ ସଂରକ୍ଷଣ ବିଷୟରେ କହିଥିଲେ। ତାଙ୍କ ଭାଷଣ ପରେ ଜନତାଙ୍କ କରତାଳିରେ ମଞ୍ଚ ଫାଟି ପଡ଼ିଥିଲା।

Advertisement