ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳୁଛି ଯେ, ଗୋଟେ ମାଙ୍କଡ କୌଣସି କାରଣରୁ କ୍ଷତାକ୍ତ ହେବାରୁ ଧାଇଁ ଆସିଛି ଏକ ମେଡିସିନ ଷ୍ଟୋର। ଗୋଟିଏ ଆଘାତ ପାଇଥିବା ମାଙ୍କଡ ନିଜର ଚିକିତ୍ସା କରିବା ପାଇଁ ପହଞ୍ଚିଥିଲା ମେଡ଼ିସିନ ଦୋକାନରେ।
କୁହାଯାଉଛି ଯେ ଏହି ମାଙ୍କଡଟି ପରସ୍ପର ସହିତ ଲଢେଇରେ ଆଘାତ ପାଇଥିଲା। ଗୋଟିଏ ଅଟୋରେ ବସି ସେ ମେଡ଼ିସିନ ଦୋକାନରେ ପହଞ୍ଚିଥିଲା। ଏହି ଘଟଣା ଟି ଝାଡଖଣ୍ଡର ବୀରଭୂମର ମଲ୍ଲାରପୁର ଷ୍ଟେସନରେ ହୋଇଥିଲା ଯେଉଁଠି ଦେଖଣାହାରୀଙ୍କ ଆଖିରେ ଲୁହ ଆସିଗଲା। ଏହି ସ୍ଥାନରେ ଦୁଇଟି ମାଙ୍କଡଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ହୋଇଥିଲା। ଯାହା ଫଳରେ ଏହି ମାଙ୍କଡଟି ଆଘାତ ପାଇଥିଲା। କୁହାଯାଉଛି କି ମାଙ୍କଡମାନଙ୍କର ଏହି ଲଢେଇକୁ କିଛି ଲୋକ ଦେଖିଛନ୍ତି।
ଲୋକମାନେ ଏହି ଲଢେଇ ଅଟକାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ହେଲେ ସେମାନେ ଲଢିବାରେ ଲାଗିଥିଲେ। ଯେତେବେଳେ ସେମାନଙ୍କର ଲଢେଇ ବନ୍ଦ ହେଲା, ଗୋଟିଏ ମାଙ୍କଡ ଆଘାତ ପାଇଥିଲା। ଏହା ପରେ ସେ ଏକ ଅଟୋ ଦେଖି ସେଥିରେ ବସି ଯାଇଥିଲା। ଅଟୋ ଚାଳକ ଜଣକ ମାଙ୍କଡଟିକୁ ଅଟୋରେ ନେଇ ଯାଇଥିଲା, ହେଲେ ରାସ୍ତାରେ ଏକ ମେଡ଼ିସିନ ଦୋକାନ ଦେଖି ମାଙ୍କଡଟି ଅଟୋରୁ ଓଲ୍ହାଇ ସିଧା ସେହି ଦୋକାନରେ ପହଞ୍ଚିଥିଲା। ମାଙ୍କଡଟିର ଏହି କାମ ଦେଖି ଅଟୋ ଚାଳକ ଓ ସ୍ଥାନୀୟ ଲୋକମାନେ ଏକାଠି ହୋଇଯାଇଥିଲେ।