Updated: Jun 7, 2024, 19:11 IST

ସମସ୍ତଙ୍କୁ ପାଖକୁ ଡାକି ଜଣ ଜଣଙ୍କୁ କଲେ ଟ୍ୟୁସନ ଦେଖନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଯାହା ରାଜନୀତିକୁ ନେଇ ଆସୁଛି ତାହା ସବୁ ଦେଖିଥିବେ।
Hh
ବନ୍ଧୁଗଣ ବିଜେଡି ଦଳ ଏବେ ନିର୍ବାଚନ ହାରି ଯାଇଛି। ଆଉ ବିଜେପି ଦଳ ଓଡ଼ିଶାରେ ଶାସନ କରିବ ବୋଲି ଜଣାପଡିଛି। ତେବେ ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ପଟ୍ଟନାୟକ ପ୍ରଥମଥର ପରାଜୟକୁ ସାମ୍ନା କରିଛନ୍ତି।୨୪ ବର୍ଷର ସରକାର ନବୀନ ପଟ୍ଟନାୟକଙ୍କୁ ଲୋକ ମାନେ ତାଙ୍କ ମନରେ ଜାଗା ଦେଇଥିଲେ। ନବୀନ ପଟ୍ଟନାୟକ ଏବେ ସମସ୍ତ ନେତାଙ୍କୁ ପାଖକୁ ଡ଼ାକି ଟ୍ୟୁସନ୍ କରିଛନ୍ତି।
Bh
ଟ୍ୟୁସନରେ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଛନ୍ତି ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ମାନେ। ନବୀନ ନିବାସକୁ ଆସୁଛନ୍ତି ପରାଜିତ ପ୍ରାର୍ଥୀ ମାନେ। ବର୍ଷାଙ୍କ ଠାରୁ ଦିପାଳି, ଅଶୋକ ପଣ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରଣବ ପ୍ରକାଶ ଦାସ ସମସ୍ତଙ୍କୁ ଟ୍ୟୁସନ କରିଛନ୍ତି ନବୀନ ପଟ୍ଟନାୟକ। ପାଖରେ ବସାଇ ହାରିବାର କାରଣ ଜଣ ଜଣଙ୍କ ଠାରୁ ପଚାରି ବୁଝିଛନ୍ତି ନବୀନ ପଟ୍ଟନାୟକ। 
ଆପଣ ମାନେ ଭିଡିଓଟିରେ ଦେଖିପାରୁଥିବେ ନବୀନ ନିବାସରେ ସମସ୍ତେ ବସିଛନ୍ତି ଆଗରେ ନବୀନ ବସି କେମିତି ସମସ୍ତଙ୍କୁ ପ୍ରଶ୍ନ କରୁଛନ୍ତି। ଆଉ ପରାଜିତ ପ୍ରାର୍ଥୀ ମାନେ ହାତ ଯୋଡ଼ି ଭୁଲ ମାଗୁଛନ୍ତି। ଏଭଳି ଦୃଶ୍ୟ ଆଗରୁ କେବେବି ଦେଖିବାକୁ ମିଳିନଥିଲା। ୨୪ବର୍ଷର ସରକାର ଭାଙ୍ଗିବା ପରେ ପରାଜୟର ପୋଷ୍ଟମଟମ୍ କରିଛନ୍ତି ନିଜେ ନବୀନ ପଟ୍ଟନାୟକ। ଆଉ ଏବେ ପରାଜୟ ପରେ କଣ ରଣନୀତି ଆରମ୍ଭ କରାଯିବ ସେ ନେଇ ଆରମ୍ଭ କରିଛନ୍ତି ପ୍ରୟାସ। 
ସେପଟେ ନବୀନ ପଟ୍ଟନାୟକ ଦଳର ନେତା ଥିଲେ ଆଉ ଏବେ ବି ସେ ନେତା ରହିବେ ବୋଲି ବୈଠକ ପରେ କହିଛନ୍ତି ବିଜେଡି ନେତା ପ୍ରବଣ ପ୍ରକାଶ ଦାସ। ପ୍ରଣବ କହିଛନ୍ତି ଯେ, ଦଳ ସଭାପତିଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ୁଥିଲା। ତେଣୁ କୌଣସି ବ୍ୟକ୍ତି ବିଶେଷଙ୍କୁ ଦାୟୀ କରାଯାଇପାରିବ ନାହିଁ। ପରାଜୟ ପରେ ହାରିନଯାଇ ପୂର୍ବଭଳି ଦଳୀୟ ସଂଗଠନକୁ ଆଗକୁ ବଢେଇବାକୁ ସଭାପତି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

Advertisement