May 22, 2024, 19:40 IST

ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶାର ଏହିସବୁ ଜିଲ୍ଲା ଦେଖନ୍ତୁ ଗରମରୁ ମିଳିବ ତ୍ରାହି ଶାନ୍ତି ପାଇବେ ଓଡ଼ିଶାବାସୀ

Gh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସନ୍ଧ୍ୟାରେ ବଦଳିବ ପାଣିପାଗ। ୭୦ ରୁ ୮୦ କିଲୋମିଟର ବେଗରେ ବହିବ ପବନ। ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାହାଫଳରେ ଗରମରୁ ଆଶ୍ୱସ୍ତି ମିଳିବ ସତ କିନ୍ତୁ ଲଘୁଚାପକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହେଉଛି ଭୟ। ଧିରେ ଧିରେ ଲଘୁଚାପ ବାତ୍ୟାର ରୂପ ନେବ। ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଇସାରିଲାଣି ଲଘୁଚାପ। 
Hh
ବନ୍ଧୁଗଣ ଆଉ କିଛି ସମୟ ପରେ ତା'ର ପ୍ରଭାବ ଦେଖିବାକୁ ମିଳିବ। ଧୀରେ ଧୀରେ ବଦଳିବ ପାଣିପାଗ। ଆଉ ଆରମ୍ଭ ହେଇଯିବ ବର୍ଷା ସହିତ ପବନ। ଯାହାକୁ ନେଇ ଆଗୁଆ ସତର୍କ କଲାଣି ପାଣିପାଗ ବିଭାଗ।
ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ କରାଯିବା ସହିତ ସମୁଦ୍ରରେ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି। ଏଥିସହିତ ଆଜି ସନ୍ଧ୍ୟା ସୁଧା ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀ ମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି। 
Gg
ବିଜୁଳି ଘଡଘଡି ସାଙ୍ଗକୁ ବଢିବ ବର୍ଷାର ପରିମାଣ। ସୃଷ୍ଟି ହେଇସାରିଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବା ସହିତ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ଓରେଞ୍ଜ ୱାରିଂ ଜାରି କରାଯାଇଛି। 
ବର୍ତ୍ତମାନ ଯାଏଁ ଆଇଏମବି ତରଫରୁ ବାତ୍ୟାକୁ ନେଇ କୌଣସି ଆକଳନ କରାଯାଇନଥିବା ବେଳେ କିଛି ଆନ୍ତର୍ଜାତୀୟ ମଡେଲ ବାତ୍ୟା ଆଶଙ୍କା କରିଥିବା କହିଛନ୍ତି। ତେବେ ୨୫ ତାରିଖରେ ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ।
ଏହା ପୂର୍ବରୁ ବର୍ଷାକୁ ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ଲଘୁଚାପକୁ ନେଇ ସତର୍କ ରହିବା ସହ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର।

Advertisement