Updated: May 24, 2024, 17:31 IST

ଆସୁଛି ଭୟଙ୍କର ବାତ୍ୟା ଦେଖନ୍ତୁ ୨୬ ତାରିଖରେ ଏହିସବୁ ଜିଲ୍ଲାରେ ତାଣ୍ଡବ ରଚିବ ବାତ୍ୟା

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ପାଣିପାଗକୁ ନେଇ ଆସିଥିବା ଖବର ସବୁ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ମାଡ଼ି ଆସିଲାଣି ଭଲ ବାତ୍ୟା ।
Vv
୨୬ ତାରିଖରେ ତାଣ୍ଡବ ରଚିବ ବାତ୍ୟା । ବର୍ଷା ପବନରେ ଛାନିଆ ହେବେ ଲୋକେ । ଉଗ୍ର ହୋଇ ଏହି ବାତ୍ୟା ଆସିବ ଆଉ ସବୁ ଉଜାଡି ଦେବ ।ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ୨୫ ତାରିଖ ସକାଳ ସୁଦ୍ଧା ବଙ୍ଗୋପସାଗରରେ ରହିଛି ବାତ୍ୟା ସମ୍ଭାବନା ।
ଆଉ ୨୬ ତାରିଖ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ବୋଲି ଏବେ ସୂଚନା ମିଳିଛି । ବଙ୍ଗଳାଦେଶ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ପାଖାପାଖି ଏହି ବାତ୍ୟା ପହଞ୍ଚିବ ।ଏନେଇ ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି । ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହେବ । ଶୁକ୍ରବାର ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ।
ଏବେ ବାତ୍ୟା ନେଇ ପାଗ ଅନୁକୂଳ ରହିଛି । ଆଉ ଏହା ୨୪ ତାରିଖରେ ସ୍ଥଳ ଭାଗ ଛୁଇଁବ । ପଶ୍ଚିମବଙ୍ଗ ବଙ୍ଗଳାଦେଶ ମଧ୍ୟ ଭାଗରେ ଉପକୂଳରେ ଲଘୁଚାପ ଛୁଇଁବ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି ।
Vc
ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି । ସାମ୍ବାଦିକ ସମ୍ମିଳନୀ ଯୋଗେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୁରୁବାର ଏହି ସୂଚନା ମିଳିଛି । 
ଓଡ଼ିଶାରେ କାଳବୈଶାଖୀ ବର୍ଷା ହେଉଛି ଯାହା ଆପଣମାନେ ଜାଣିଛନ୍ତି । ଏହି କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ଏବେ ଖବର ଆସିଛି । ୨୬ ତାରିଖ ବେଳକୁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ରାଜ୍ୟର କିଛି ସ୍ଥାନରେ ଦୁଇଦିନ ବର୍ଷା ହେବାର ସମ୍ଭାବନା ରହିଛି ।
ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ୨୬ ଏବଂ ୨୭ ତାରିଖରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସବୁ ସୂଚନା ଆଞ୍ଚଳିକ ପାଣିପାଗ ବିଭାଗ ଦେଇଛି ।

Advertisement