ନମସ୍କାର ବନ୍ଧୁଗଣ। ବନ୍ଧୁଗଣ କେରଳର ୱାୟନାଡରେ ମଙ୍ଗଳବାର ହୋଇଥିବା ଭୟଙ୍କର ଭୂସ୍ଖଳନ ଯୋଗୁଁ ଅନେକ ଧନଜୀବନ ନଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୩୦୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପ୍ରାୟ ୨୫୦ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏବେବି ମାଟି ତଳେ ପୋତି ହେଇ ରହିଛନ୍ତି ଶହ ଶହ ଲୋକ। ମାଟି ଯେତେ ଖୋଳିଲେ ସେତେ ମିଳୁଛି ମର ଶରୀର। ପାଣି ତଳୁ ଚାଲିଛି ମଣିଷ ଖୋଜା। ପାଣି ତଳୁ ଯେତେ ଖୋଜିଲେ ସେତେ ମିଳୁଛି ମୃ-ତ-ଦେ-ହ। ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି।
ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଓଡିଶାର ଦୁଇ ଡାକ୍ତର ତାଙ୍କ ସ୍ତ୍ରୀକୁ ନେଇ କେରଳ ବୁଲିବାକୁ ଯାଇଥିଲେ। ସେଠାରେ ଜନ୍ମଦିନ ପାଳନ କରୁଥିବା ସମୟରେ ଭୂସ୍ଖଳନ ହେଇଥିଲା। ଆଉ ଭୟଙ୍କର ରୂପେ ମାଡ଼ି ଆସିଥିଲା ପାଣି। ଦୁଇ ଡାକ୍ତର ଆଉ ତାଙ୍କ ସ୍ତ୍ରୀକୁ ଭସାଇ ନେଇଥିଲା। ଏହା ପରେ ପାଣି ଭିତରୁ ସ୍ତ୍ରୀକୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଓଡ଼ିଆ ଡାକ୍ତର ମିଷ୍ଟର ବିଷ୍ଣୁ ପ୍ରସାଦଙ୍କ ମୃ-ତ-ଦେ-ହ ଉଦ୍ଧାର କରାଯାଇଛି। ଗୁରୁତ୍ଵର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ତାଙ୍କର ସ୍ତ୍ରୀ ପ୍ରିୟଦର୍ଶିନୀ।
ସେପଟେ ଡାକ୍ତର ସ୍ଵାଧୀନ ପଣ୍ଡାଙ୍କର କୌଣସି ଖୋଜ ଖବର ମିଳିପାରିନାହିଁ। ଆଉ ସ୍ଵାଧୀନଙ୍କ ପତ୍ନୀ ଝାରସୁଗୁଡାର ସ୍ଵୀକୃତି ମହାପାତ୍ର ଏବେ ଭେଣ୍ଟିଲେଟରେ ଅଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ଭୂସ୍ଖଳନରେ ଓଡ଼ିଆ ଡାକ୍ତରଙ୍କର ମିଳିଥିଲା ମୃ-ତ-ଦେ-ହ। ଆଜି ଓଡିଶାରେ ପହଞ୍ଚିବ ମୃ-ତ ବିଷ୍ଣୁ ପ୍ରସାଦଙ୍କ ମର ଶରୀରର। ରାଜ୍ୟ ସରକାରଙ୍କ ପକ୍ଷରୁ କେରଳ ଯାଇଥିଲେ ଦିଲ୍ଲୀପ ରାଉତ୍ ରାୟ ତାଙ୍କ ମୁହଁରେ ଆଘାତ ଲାଗିଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
ସେପେଟ ଭେଣ୍ଟିଲେଟରେ ଅଛନ୍ତି ଭୂସ୍ଖଳନରେ ଗୁରୁତର ହେଇଥିବା ଝାରସୁଗୁଡାର ସ୍ଵୀକୃତି ମହାପାତ୍ର। ଅନ୍ୟପଟେ ନିଖୋଜ ଡାକ୍ତର ସ୍ଵାଧୀନ ପଣ୍ଡାଙ୍କର କୌଣସି ଖବର ମିଳିପାରୁନାହିଁ। ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃ-ତ୍ୟୁ ଖବର ଶୁଣିବା ପରେ ତାଙ୍କ ସ୍ତ୍ରୀ ପ୍ରିୟଦର୍ଶିନୀଙ୍କ ମାନସିକ ସ୍ଥିତି ଠିକ୍ ନାହିଁ। ଆଉ ପରିବାର ଲୋକେ ଏହି ଖବର ଶୁଣି ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ବାପା ମାଆଙ୍କ ଆଖିରୁ ଝିରି ପଡୁଛି ଲୁହ। କଟକ ଜିଲ୍ଲା ଚୌଦ୍ଵାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଟାଙ୍ଗୀର ଏକ ଘରୋଇ କମ୍ପାନୀରେ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ପ୍ରିୟଦର୍ଶିନୀ। ସେପଟେ କେରଳ ଭୂସ୍ଖଳନରେ ମୃ-ତ୍ୟୁ ସଂଖ୍ୟା ୩୦୦ ଟପିଛି। ଏବେବି ନିଖୋଜ ଅଛନ୍ତି ୨୦୦ରୁ ଅଧିକ ଲୋକ। ମାଟି ତଳୁ ଚାଲିଛି ମଣିଷ ଖୋଜା। ଉଦ୍ଧାରକାରୀ ଟିମ୍ ସକାଳୁ ରାତି ଯାଏଁ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି। ମାଟି ତଳେ ଯେତେ ଖୋଜିଲେ ସେତେ ମିଳୁଛି ମୃ-ତ-ଦେ-ହ। କିନ୍ତୁ ଲଗାଣ ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଇଛି।