Sep 8, 2024, 19:01 IST

କଲିକତା ଘଟଣାରେ ନୂଆ ମୋଡ଼ ଦେଖନ୍ତୁ ସିବିଆଇ ଉପରେ ରାଗି ଦେଲେ ଏମିତି ମତ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଲିକତା ଆରଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ୩୧ ବର୍ଷୀୟା ମହିଳାଙ୍କ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାରେ ଦୋଷୀ ପ୍ରକୃତରେ କିଏ ତାହା ଜାଣିବାକୁ ସାରା ଦେଶ ଚାହିଁ ରହିଛି। ଏହି ଘଟଣାକୁ ନେଇ ବ୍ୟାପକ ଆନ୍ଦୋଳନ ହେବା ସହ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ସବୁ ମହଲରୁ ଦାବି ହେଉଛି। ତେବେ ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଏ ପର୍ଯ୍ୟନ୍ତ କୌଣସି ନିଷ୍କସରେ ପହଞ୍ଚି ପାରୁନାହିଁ। ଏହାରି ଭିତରେ କୋର୍ଟ ମଧ୍ୟ ସିବିଆଇ ଉପରେ ରାଗିଥିବା ଘଟଣା ସାମ୍ନାକୁ ଆସିଛି। 

Gg
ମହିଳା ଟ୍ରେନି ଡାକ୍ତରଙ୍କ ଦୁ-ଷ୍କ-ର୍ମ ଓ ହ-ତ୍ୟା ମାମଲାର ଶୁଣାଣି ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଦାଲତ। ଶୁଣାଣି ବେଳେ ସିବିଆଇର ତଦନ୍ତକାରି ଅଧିକାରୀ ଉପସ୍ଥିତ ନଥିବା ବେଳେ ଏବଂ ଧାର୍ଯ୍ୟ ସମୟର ୪୦ ମିନିଟ ପରେ ତଦନ୍ତକାରି ଅଧିକାରୀ ର ଓକିଲ ଆସିବା ଘଟଣାକୁ ନାପସନ୍ଦ କରିଛନ୍ତି କୋର୍ଟ। ତେବେ ଅଦାଲତ ଖାଲି ଅସନ୍ତୋଷ ପ୍ରକାଶ କରିନାହାନ୍ତି ଅଭିଯୁକ୍ତ ସଞ୍ଜୟକୁ ନେଇ ସିବିଆଇକୁ ବଡକଥାଟି ମଧ୍ୟ କହି ଦେଇଛନ୍ତି। ଏହି ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାରେ ଗିରଫ ହେଇଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ କରିଥିଲା ଜାମିନ ଆବେଦନ। 
Hh
ଅଭିଯୁକ୍ତ ସଞ୍ଜୟର ଓକିଲ ଜାମିନ ପାଇଁ ଯୁକ୍ତି ଉପସ୍ଥାପନ କରୁଥିବା ସମୟରେ ଅତିରିକ୍ତ ମୁଖ୍ୟ ନାୟିକା ବିଚାରପତି ପାନେଲା ଗୁପ୍ତାଙ୍କୁ କୁହାଯାଇଥିଲା ଯେ, "ସିବିଆଇ ଓକିଲ ବିଳମ୍ବରେ ଆସିବେ। ଆଉ ଓକିଲକୁ ଅପେକ୍ଷା କରାଯାଇଥିବା ବେଳେ ମାର୍ଜିଷ୍ଟ୍ରେଟ ରାଗି ଯାଇଥିଲେ। ଆଉ ସିବିଆଇଙ୍କୁ ଭତ୍ସନା କରିଥିଲେ। ଖାଲି ସେତିକି ନୁହେଁ ସିବିଆଇ ଓକିଲଙ୍କ ବିଳମ୍ବ ଯୋଗୁଁ ଜଜ୍ ରାଗି ଯାଇ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଜାମିନ ଦେଇଦେବେ ବି ପ୍ରଶ୍ନ କରିଥିଲେ। 
ତେବେ ଏହାପରେ ସିବିଆଇ ଓକିଲ ପ୍ରାୟ ୪୦ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ବିଳମ୍ୱର କରଣ ମଧ୍ୟ ସେ ସିବିଆଇକୁ ଜଣାଇଥିଲେ। ଆଉ ତାପରେ ଶୁଣାଣି ଆରମ୍ଭ ହେଇଥିଲା। ଉଭୟ ପକ୍ଷରୁ ଶୁଣିବା ପରେ ମାର୍ଜିଷ୍ଟ୍ରେଟ ଅଭିଯୁକ୍ତ ସଞ୍ଜୟ ରାୟକୁ ପୁଣି ୧୪ ଦିନ ପାଇଁ ନାୟିକ ହେପାଯତକୁ ପଠେଇ ଦେଇଛନ୍ତି। ତେବେ ଏପରି ଘଟଣାକୁ ନେଇ ସିବିଆଇ ଓ ବିଜେପିକୁ ଟାର୍ଗେଟ କରିଛି ପଶ୍ଚିମବଙ୍ଗର କ୍ଷମତାଶିଳ ଦୃଢ଼ମୂଲ କଂଗ୍ରେସ। ତେବେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଏଭଳି ବୟାନକୁ ନେଇ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

Advertisement