Aug 16, 2024, 16:40 IST

ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ମହିଳା ମାନଙ୍କୁ ମିଳିବ ଋତୁସ୍ରାବ ଜନିତ ଛୁଟି ଦେଖନ୍ତୁ ଓଡ଼ିଶାରେ ଆସିଲା ବହୁତ୍ ବଡ଼ ଖୁସି ଖବର

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଋ-ତୁ-ସ୍ରା-ବ ପାଇଁ ରାଜ୍ୟର ସମସ୍ତ କର୍ମଚାରୀ ମହିଳାଙ୍କୁ ମିଳିବ ଦିନେ ଛୁଟି। ସ୍ୱାଧୀନତା ଦିବସ ଅବସରରେ ଏହି ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜଣେ ମହିଳା ହେଇ ମହିଳା ମାନଙ୍କ ସମସ୍ୟାକୁ ଉପଲବ୍ଧି କରି ଏଭଳି ନିଷ୍ପତି ନେଇଥିବାରୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କର୍ମଜୀବୀ ମହିଳା ଓ ମହିଳା ଅଧିକାରୀ ପାଇଁ ଲଢେଇ କରୁଥିବା ସାମାଜିକ କର୍ମୀ ମାନେ। କର୍ମଜୀବୀ ମହିଳାଙ୍କୁ ରାଜ୍ୟ ସରକାର ଦେଇଛନ୍ତି ଭେଟି। ଋ-ତୁ-ସ୍ରା-ବ ପାଇଁ ମାସକରେ ମିଳିବ ଦିନଟିଏ ଛୁଟି। 
Bb
ଆଜି କଟକରେ ୭୮ତମ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ଘୋଷଣା କରି ଆହୁରି ମଧ୍ୟ କହିଛନ୍ତି ଯେ- ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଏଣିକି ଦିନଟିଏ ମାସିକ ଋ-ତୁ-ସ୍ରା-ବ ଜନିତ ଛୁଟି ପାଇବେ। ଋ-ତୁ-ସ୍ରା-ବ ଦିନ କିମ୍ବା ତା'ପର ଦିନ ଯେଉଁ ଦିନକୁ ସେମାନେ ଛୁଟି ନେବାକୁ ବାଛିବେ, ସେ ଦିନ ତାଙ୍କୁ ଛୁଟି ମିଳିବ କର୍ମଜାବୀ ମହିଳା ହୁଅନ୍ତୁ କି ଛାତ୍ରୀ। ମାସିକ ଋ-ତୁ-ସ୍ରା-ବ ସମୟରେ ସେମାନଙ୍କୁ ମିଳୁ ଛୁଟି। 
Hh
ଏନେଇ ବହୁବାର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି ବିଭିନ୍ନ ସାମାଜିକ ଓ ମହିଳା ଅଧିକାର ସଂଗଠନ। ଏମିତିକି ଏ ସମ୍ପର୍କିତ ଏକ ଜନସ୍ବାର୍ଥ ମାମଲା ବି ସୁପ୍ରିମକୋର୍ଟରେ ରୁଜୁ ହୋଇଥିଲା। ଗତବର୍ଷ ଫେବ୍ରୁଆରୀରେ ତା ଉପରେ ଶୁଣାଣ କରି ଯଦିଓ ଏ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ, ହେଲେ ଏହା ଏକ ପଲିସି ମ୍ୟାଟର ହୋଇଥିବାରୁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିକଟରେ ଆବେଦନ ଲାଗି ପିଟିସନରଙ୍କୁ ପରାମର୍ଶ ବି ଦେଇଥିଲେ। 
ତେବେ ମହିଳାମାନଙ୍କର ଏ ସସମ୍ୟାକୁ ଗୁରୁତ୍ବ ଦେଇ ଓଡ଼ିଶା ସରକାର ଦିନଟିଏ ଋ-ତୁ-ସ୍ରା-ବ ଜନିତ ଛୁଟି ଘୋଷଣା କରିବା ପରେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ଅନେକ ସାମାଜିକ କର୍ମୀ ଓ କର୍ମଜୀବୀ ମହିଳା ସମସ୍ତେ ସ୍ବାଗତ କରିଛନ୍ତି। ଏହି ଛୁଟି ଦିନକ ପରିବର୍ତ୍ତେ ୨ରୁ ୩ ଦିନକୁ ବଢ଼ାଇବା ସହ ସ୍କୁଲ ଓ କଲେଜରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ବି ଏ ସୁବିଧା ଦିଆଯିବା ଦରକାର ବୋଲି ଦାବି କରିଛନ୍ତି। କର୍ମଜାବୀ ମହିଳାଙ୍କୁ ମାସିକ ଋ-ତୁ-ସ୍ରା-ବ ଜନିତ ଛୁଟି ଘୋଷଣା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ନୁହେଁ, ୩୦ବର୍ଷ ତଳୁ ବିହାର ସରକାର ଏ ନିୟମ ଲାଗୁ କରିଥିବାବେଳେ କେରଳ ସରକାର ବି ଏଭଳି ଛୁଟି ପ୍ରଦାନ କରୁଛନ୍ତି। ଏମିତିକି ପଞ୍ଜାବ ସରକାର ସେଠିକାର ଛାତ୍ରୀମାନଙ୍କୁ ବି ଏହି ସୁବିଧା ଦେଉଛନ୍ତି।

Advertisement