Updated: Jul 10, 2024, 16:59 IST

ସହିଦ ହୋଇଗଲେ ସ୍ୱାମୀ ଦେଖନ୍ତୁ ତ୍ରିରଙ୍ଗା ଧରି ଭୋ ଭୋ ହେଇ କାନ୍ଦୁଛନ୍ତି ସ୍ତ୍ରୀ

Hg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ସହିଦ ଅମର ରହେ , ଏହି ନାଦରେ ଫାଟି ପଡୁଛି ପୁରା ଗାଆଁ। ଜଣେ ସହିଦଙ୍କୁ ଶେଷ ବିଦାୟ ଦେବା ପାଇଁ ପୁରା ଅଞ୍ଚଳ ଉଠି ଆସିଛି ଆଉ କମ୍ପି ଯାଉଛି ସେହି ଅଞ୍ଚଳ। ଲୋକେ ଦୁଃଖ ମଧ୍ୟରେ ସହିଦଙ୍କୁ ଦେଉଛନ୍ତି ଶେଷ ବିଦାୟ। ସ୍ତ୍ରୀ ନିଜ ସ୍ଵାମୀ ପାଇଁ ହିଁ ସବୁବେଳେ ଗର୍ବିତ ହୋଇଥାଏ। ଆଉ ଯେତେବେଳେ ସ୍ଵାମୀ ଦୁନିଆ ଛାଡି ଚାଲିଯାଏ ସ୍ତ୍ରୀ ବେସାହାରା ହୋଇଯାଏ ବହୁତ ଦୁଃଖ ପାଏ। ଯବାନ ପୁଅକୁ ହରାଇ କାନ୍ଦୁଛି ପରିବାର। 
Hhh
ନବ ବିବାହିତା ପାଦରୁ ଲିଭିନି ଅଳତା, ପତ୍ନୀର ଆକୁଳ କ୍ରନ୍ଦନ, ରୋଜଗାରିଆ ପୁଅର ମୃତ୍ୟୁରେ ବେସାହାରା ବାପା, ମା ଙ୍କ ବୁକୁଫଟା ଚିତ୍କାର ସହିତ ଗ୍ରାମବାସୀ ଙ୍କ ଗର୍ବ ଗୌରବ ଯବାନ ପୁଅର ଅସମୟରେ ଅକାଳ ବିୟୋଗରେ ରେ ଭାଙ୍ଗି ପଡିଛନ୍ତି ବ୍ରହ୍ମପୁରା ଗ୍ରାମବାସୀ। ନରସିଂହପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ପ୍ରିୟରଞ୍ଜନ ନାୟକ (ପିଣ୍ଟୁ ) ୨୬ ବର୍ଷ ଅକାଳ ବିୟୋଗରେ ନରସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। 
Hf
ସୂଚନା ରୁ ପ୍ରକାଶ ଯେ ବ୍ରହ୍ମପୁରା ଗ୍ରାମର ପ୍ରସନ୍ନ ନାୟକ ଙ୍କ ପୁଅ ପ୍ରିୟ ରଞ୍ଜନ (ପିଣ୍ଟୁ ) ୨୦୧୯ ମସିହାରେ ଯବାନ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ପଞ୍ଜାବ ପଠାନକୋଟ ଆର୍ମି କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିଲେ। ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲ ରେ ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟି ଯାଇଛି। ନିଜ ଜୀବନ ସହ ସେ ସଂଘର୍ଷ କରୁଥିବା ସମୟରେ ଯେମିତି ତାଙ୍କ ଶରୀରରୁ ଆତ୍ମା ଦୂରକୁ ଚାଲିଯାଇଛି। 
ନିଜ ସାତ ଜନ୍ମର ସାଥୀ ର ଦେହାନ୍ତ କଥାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସ୍ତ୍ରୀ। ପିଣ୍ଟୁଙ୍କ ମରଶରୀର ସୋମବାର ନରସିଂହପୁର ସ୍ଥିତ ବ୍ରହ୍ମପୁରା ବାସଭବନ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ରେ ଯବାନ ମାନଙ୍କ ଦ୍ୱାରା ରାଷ୍ଟ୍ରୀୟ ମର୍ଯ୍ୟାତା ପରେ ଗ୍ରାମ ଶ୍ମାଶନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ବନ୍ଧୁଗଣ ସ୍ବର୍ଗତ ପିଣ୍ଟୁ ଗତ ଦୁଇ ମାସ ପୂର୍ବରୁ ବଡମ୍ବା ର ସୌଦାମିନୀ ରାଉତ ଙ୍କୁ ବିବାହ କରିଥିଲେ। ତେବେ ବନ୍ଧୁଗଣ ଏହି ଯବାନଙ୍କ ସହିଦରେ ପୁରା ଗ୍ରାମରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisement