Jul 7, 2024, 15:59 IST

କାଳିଆ ଯୋଜନାରେ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ ବିଜେପି ସରକାର କଲେ କିଛି ଏମିତି ଘୋଷଣା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ନବୀନ ସରକାର ଯେତେବେଳେ ଓଡ଼ିଶାରେ ଶାସନ କରୁଥିଲେ ସେ ଅନେକ କିଛି ଯୋଜନା ଆରମ୍ଭ କରିଥିଲେ । କୃଷକମାନଙ୍କୁ ସହାୟତା ଦେବା ପାଇଁ ସେ ଅନେକ ପ୍ରକାରର ଯୋଜନା କରିଥିଲେ । କାଳିଆ ଯୋଜନା ସେ କରିଥିବା ଏକ ଯୋଜନା । କାଳିଆ ଯୋଜନାରେ କୃଷକମାନେ ସହାୟତା ରାଶି ପାଇଥାନ୍ତି । 
Gh
ଏବେ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି । ଆଉ ବିଜେପି ସରକାର ଶାସନ କରିବା ପରେ ଅନେକ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆସିଥାଏ କି ବିଜେପି ସରକାର ବିଜେଡି ସରକାର କରିଥିବା ଯୋଜନା ଆଗକୁ ଚଲାଇବେ ନା ନାହିଁ । ଏବେ କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏମିତି କିଛି କହିଛନ୍ତି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । କୃଷି ଏବଂ କୃଷକର ସଶକ୍ତିକରଣର ବିଭିନ୍ନ ବିଷୟରେ ଆଲୋଚନା କରିବା ପାଇଁ ଓଡ଼ିଶାର ଚାଷୀ ଭାଇମାନେ ଏବଂ ଅନେକ ବିଚାର ବର୍ଗର ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖକୁ ଆସିଥିଲେ । 
Vv
ରାଜ୍ୟ ସରକାର ନୂଆ ଆସିବା ପରେ ସେ କୃଷକ ଉପରେ ଯେଉଁ ସଂକଳ୍ପ ରଖିଥିଲେ ସେନେଇ ଆଲୋଚନା ଚାଲିଛି । ଅନେକ ଚାଷୀ ଅଛନ୍ତି ଯେଉଁମାନେ ପିଏମ କିଷାନ୍ ଯୋଜନା ପାଉ ନାହାନ୍ତି ତାଙ୍କୁ ସେହି ଯୋଜନା ଦିଆଯିବ । ଆଉ ଯେଉଁମାନେ କାଳିଆ ଯୋଜନା ପାଉଥିଲେ ସେମାନଙ୍କୁ ପିଏମ କିଷାନ ଯୋଜନା ଅନ୍ତର୍ଭୁକ୍ତ କରାଯିବ । ଆଉ ତାଙ୍କୁ ଏହି ଯୋଜନା ଭୁକ୍ତ କରାଯିବ । କୃଷିର ପ୍ରଚାର ଏବଂ ପ୍ରସାର କିଭଳି ହୋଇପାରିବ ଏନେଇ ଅନେକ ଯୋଜନା ମଧ୍ୟ କରାଯାଉଛି । ଅନେକ ସମୟରେ ଅନେକ ପ୍ରଶ୍ନ ଆସିଥାଏ ।
ଓଡ଼ିଶାରେ ଶୀତଳ ଭଣ୍ଡାରର ଯେଉଁ ସମସ୍ୟା ଅଛି ଏହାର ସମାଧାନ କରାଯିବ । ଚାଷୀର ମନୋବଳ ବଢ଼ାଇବା ପାଇଁ ଏନେଇ ପଦକ୍ଷେପ ନିଆଯିବ । ଓଡ଼ିଶାରେ ୫୮ଟି ସବ ଡିଭିଜନ ଅଛି ଆଉ ସବୁ ସବ ଡିଭିଜନରେ ଶୀତଳ ଭଣ୍ଡାର ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଚାଷୀର ଆୟ କିଭଳି ବୃଦ୍ଧି ହେବ ଏହାକୁ ଦୃଷ୍ଟିରେ ରଖି ସରକାର ଅନେକ ନିଷ୍ପତ୍ତି ଆଉ ଯୋଜନା କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଆଗାମୀ ଦିନରେ ଅନେକ ଯୋଜନାର ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି । ଚାଷୀ ଯେପରି କ୍ଷତି ସହିବ ନାହିଁ ଏନେଇ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଆଜି ହୋଇଥିବା ସଭାରେ ଏହିସବୁ ବିଷୟରେ କଥା ହୋଇଛି ।

Advertisement