Jun 28, 2024, 17:06 IST

ଆୟୁଷ୍ମାନ ଯୋଜନା କାର୍ଡ କୁ ନେଇ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ ଏମିତି ପାଇବେ ଭାରତବାସୀ ଲାଭ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Hh
ତେବେ ବନ୍ଧୁଗଣ ଗୁରୁବାର ଉଭୟ ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣ ପ୍ରଦାନ କରିଛନ୍ତି । ଯେଉଁଥିରେ ସେ ମୋଦି ସରକାରଙ୍କ ସଫଳତା ବିଷୟରେ ଗୃହର ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି। ସରକାରଙ୍କ ଏହି ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଗୁରୁବାର କହିଛନ୍ତି , ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧ ମଧ୍ୟ ମାଗଣା ଚିକିତ୍ସାର ସୁବିଧା ପାଇବେ। 
Gh
ଦେଶରେ ୨୫ ହଜାର ଜନ ଔଷଧି କେନ୍ଦ୍ର ଖୋଲିବା କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସରକାର ୫୫ କୋଟି ହିତାଧିକାରୀଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି। ବର୍ତ୍ତମାନ ସରକାର ଏହି କ୍ଷେତ୍ରରେ ଆଉ ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୭୦ବର୍ଷରୁ ଅଧିକ ସମସ୍ତ ବୃଦ୍ଧ ବ୍ୟକ୍ତି ମଧ୍ୟ ମାଗଣା ଚିକିତ୍ସାର ଲାଭ ପାଇବେ।
ସୂଚନାଯୋଗ୍ୟ, ନିକଟରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଥିଲା। ମନିଫେଷ୍ଟୋରେ କୁହାଯାଇଛି ଯେ ଆୟୁଷ୍ମାନ କାର୍ଡ ଅଧୀନରେ ଦେଶର ଲୋକମାନେ ୫ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ପାଇବେ। ଏହା ସହିତ, ୭୦ ବର୍ଷରୁ ଅଧିକ ବୟସ୍କ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

Advertisement