ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ BSKY କାର୍ଡ ବିଷୟରେ ଆସିଥିବା କିଛି ଖବର ଜାଣିପାରିବେ । ଓଡ଼ିଶାରେ ବିଜେପି ଦଳ ଏବେ ଶାସନ କରୁଛି । ବିଜେଡି ଦଳ ନିର୍ବାଚନରେ ହାରି ଯାଇଛି । ଆଉ ଏବେ ବିଜେଡି ଦଳ କରିଥିବା ଅନେକ କାମ ଆଉ ଯୋଜନାକୁ ନେଇ ଅନେକ ପ୍ରଶ୍ନ ଆସୁଛି ।
ଏବେ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ଜି ବିଜେଡି ଦଳ ଆଉ ଶାସନ କରୁନାହିଁ ଆଉ ଏହି ଦଳ କରିଥିବା ଯୋଜନା ଆଉ କାମ ହେବ କି ନାହିଁ । ଏବେ BSKY କାର୍ଡକୁ ନେଇ ଆସିଛି ବଡ ଖବର । ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଡ ଚାଲିବ ବୋଲି ଆସିଛି ଖବର । ଏବେ BSKY କାର୍ଡ ପରିବର୍ତ୍ତନ ହେଉଛି । ଆଉ ଏହି କାର୍ଡ ପରିବର୍ତ୍ତନ ହୋଇ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ଲୋକମାନେ ଏହାର ଲାଭ ପାଇବେ ।
BSKY କାର୍ଡ ଦ୍ଵାରା ଲୋକମାନେ ଯେଉଁ ସୁବିଧା ପାଉଥିଲେ ଠିକ୍ ସେମିତି ସୁବିଧା ଏବେ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡରେ ମିଳିବ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ଏନେଇ ଗଣମାଧ୍ୟମ ଆଗରେ କହିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ନୂଆ କାର୍ଡ ପ୍ରକ୍ରିୟା ଆରମ୍ଭ ହେବ ଆଉ ସମସ୍ତଙ୍କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେବ । ଆଉ ଏହା କାର୍ଯ୍ୟକାରୀ ହେବା ପରେ ଏହି BSKY କାର୍ଡ ବନ୍ଦ ହେବ । ସେପର୍ଯ୍ୟନ୍ତ ଏହି କାର୍ଡ ବ୍ୟବହାର କରିପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।
ବାର୍ଷିକ ୧୦ ଲକ୍ଷ ଟଙ୍କାର ସେବାର ସାହାଯ୍ୟ ମିଳୁଛି । BAKY ଅନ୍ତର୍ଗତ ଡାକ୍ତରଖାନାରେ ଲୋକମାନେ ଏହାର ସେବା ପାଇପାରିବେ । ଲୋକମାନେ ଏହି କାର୍ଡର ସେବା ପାଇବା ସହ ନୂଆ କାର୍ଡ ଆରମ୍ଭ ହେଲେ ଏହାର ସେବା ପାଇପାରିବେ । ମାସିକ ଏକ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ପ୍ରାୟ ୨୦୦ କୋଟି ଟଙ୍କାର ସେବା ପାଉଛନ୍ତି । ଲୋକମାନେ ସବୁ ପ୍ରକାରର ସୁବିଧା ପାଇପାରିବେ କାହାକୁ ହଇରାଣ ହେବାକୁ ପଡିବ ନାହିଁ । ବହୁତ ଶୀଘ୍ର ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ବାହାରିବାକୁ ଯାଉଛି । ଏବେ ଏହାକୁ ନେଇ ଖବର ଆସୁଛି ।