Jun 20, 2024, 17:39 IST

ବଡ଼ ଖବର ଦେଖନ୍ତୁ ଏହିସବୁ ଜିଲ୍ଲାରେ କାଚିବ ସାଙ୍ଘାତିକ ବର୍ଷା

Ff

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଗକୁ ଆଗକୁ ବଢୁଛି ମୌସୁମୀ। ମୌସୁମୀ ୧୦ ଦିନ ହେବ ଓଡିଶାର ମାଲକାନଗିରି ଜିଲ୍ଲାରେ ପହଞ୍ଚିଥିଲେ ମଧ୍ୟ ଅଧା ରାସ୍ତାରେ ଅଟକି ଯାଇଥିଲା। ମୌସୁମୀ ଓଡ଼ିଶା ଛୁଇଁବାର ଉପଯୁକ୍ତ ସମୟ ହେଇଥିଲେ ବି ମୌସୁମୀ ଆଗକୁ ବଢ଼ି ପାରୁନଥିବାରୁ, ଯାହା ପ୍ରଭାବରେ ରାଜ୍ୟରେ ପାଗ ଅନୁକୂଳ ଥିବା ଦେଖିବାକୁ ମିଳିଥିଲା। ତାପମାତ୍ରା ବଢୁଥିବାରୁ ଲୋକ ମାନେ ଗରମରେ ଅସହ୍ୟ ହେଇଗଲେଣି। କୂଅ ପୋଖରୀ ଖରାରେ ସବୁ ଶୁଖି ଯାଉଥିବାର ଦେଖିବାକୁ ମିଳିଛି। ଏବେ ଧିରେ ଧିରେ ଆଗକୁ ଆସୁଛି ମୌସୁମୀ। ପାଗ ମଧ୍ୟ ଅନୁକୂଳ ମଧ୍ୟ ରହିଛି। 
Bb
ଆଉ ପ୍ରାକ୍ ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏବେ ବି କିଛି କିଛି ଜିଲ୍ଲାରେ ଦେଖିବାକୁ ମିଳିନାହିଁ ମୌସୁମୀ। ଯାହାଫଳରେ ସେହି ଜିଲ୍ଲା ମାନଙ୍କରେ ମରୁଡି ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ତେବେ ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା। ବୁଧବାର ଦିନ ସମସ୍ତ ଜିଲ୍ଲାକୁ ମୌସୁମୀ ଛୁଇଁଛି। ଏହା ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 
Bh
ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଦେଲେ ଅନେକ ସମସ୍ତ ଜିଲ୍ଲାରେ ବର୍ଷା ପାଇଁ ୟଲୋ ୱାରିଂ ଜାରି କରିଛି। ତେବେ ଆଜି ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ୨୪ ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ହେବା ନେଇ ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସମ୍ବଲପୁର, ଅନୁଗୁଳ, ରାୟଗଡ଼, କନ୍ଧମାଳ, ରାୟଗଡ଼ା, ସ୍ୱର୍ଣପୂର୍, ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଲୋର୍ଟ ଜାରି କରିଛି ପାଣିପାଗ ବିଭାଗ। 
ସେପଟେ ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ୟଲୋ ୱାରିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ସେହି ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ଆଗକୁ ଆଗକୁ ବଢୁଥିବା ବେଳେ ପୁରା ଓଡ଼ିଶାକୁ ମାଡି ଆସୁଛି ବଡ ବର୍ଷା। ଯାହା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Advertisement