Updated: May 21, 2024, 17:18 IST

ବାତ୍ୟାକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ ଏହି ଜିଲ୍ଲାରେ ହେବ ଲାଣ୍ଡଫଲ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସୁଛି କି ବଡ଼ ବାତ୍ୟା। ସମ୍ଭାବ୍ୟ ଲଘୁଚାପକୁ ନେଇ ବିଭିନ୍ନ ମଡେଲରଙ୍କ ଭିନ୍ନ ଭିନ୍ନ ଆକଳନ। କେତେକ ମଡେଲ କହୁଛି, ଲଘୁଚାପ ଅଧିକ ଘନୀଭୂତ ହୋଇ ୨୪ ରୁ ୨୫ ତାରିଖ ବେଳକୁ ଭୀଷଣ ବାତ୍ୟା ରୂପ ନେବ।
ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଉତ୍ତର- ପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ଓ ପୁରୀ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ କହୁଛି ବର୍ତ୍ତମାନ ସୁଦ୍ଧା ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ଚିତ୍ର। 
Gg
ଏଥିସହ ଅଯଥାରେ ଭୟଭୀତ ନହେବାକୁ ଲୋକଙ୍କୁ ଦିଆଯାଇଛି ପରାମର୍ଶ। ଭୁବନେଶ୍ବ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ୨୨ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ପ୍ରାଥମିକ ପର୍ଯ୍ୟାୟରେ ଏହା ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିବା ପରେ ଏହା ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଏକ ଅବପାତରେ ପରିଣତ ହୋଇପାରେ। 
Bh
ବନ୍ଧୁଗଣ ୨୧ରେ ତାମିଲନାଡୁ ନିକଟରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ୨୩ କିମ୍ବା ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବ। ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ-ମିଆଁମାର ମୁହାଁ ହେବ। ସେହିପରି ଜିଏଫସ, ଆମେରିକୀୟ ମଡେଲ ଅନୁଯାୟୀ ଲଘୁଚାପ ସୃଷ୍ଟି ହେବାର ୩୬ ଘଣ୍ଟା ପରେ ଅବପାତ ଓ ୨୪ ବେଳକୁ ଏହା ବାତ୍ୟାର ରୂପ ନେବ। 
ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଏହା ଓଡିଶା ଆଡକୁ ମୁହାଁଇବ। ଏହା ଓଡିଶା- ପଶ୍ଚିମବଙ୍ଗ ମୁହାଁ ହେବା ସମ୍ଭାବନା ଅଧିକ ରହିଛି। ସେହି ସମୟରେ ପଶ୍ଚିମା ଝଡ଼ ସମ୍ଭାବନା କମ୍‌ ଥିବାରୁ ଏହା ରିକର୍ଭ କରି ମିଆଁମାର ଯିବା ସମ୍ଭାବନାମ ମଧ୍ୟ କମ୍‌।
ତେବେ ଘୂର୍ଣ୍ଣିବଳୟ ବଳୟ ସୃଷ୍ଟି ହେବା ପରେ ଅର୍ଥାତ, ମେ ୨୨ ତାରିଖ ପରେ ବାତ୍ୟା ହେବ କି ନାହିଁ ଚିତ୍ର ସ୍ପଷ୍ଟ ହେବ। ଅନ୍ଯପଟେ ଆଜି ଆଣ୍ଡାମାନ ଛୁଇଁଛି ଦକ୍ଷିଣ-ପଶ୍ଚିମ ବାୟୁ।

Advertisement