Aug 22, 2024, 19:41 IST

ଏକ୍ସ ପ୍ରିନ୍ସିପାଲଙ୍କ ନାଁ ରେ ଆସିଲା ବଡ଼ ଖବର ଦେଖନ୍ତୁ ବିକି ଦେଉଥିଲେ ଶ-ବ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କୋଲକାତା ଆର.ଜି.କର ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ସିବିଆଇ ଟିମ୍ ସତ ଧରା ପକାଉଥିବା ବେଳେ ଆର.ଜି.କର ହସ୍ପିଟାଲର ଏକ୍ସ ପ୍ରିନ୍ସପାଲ ବା ପୂର୍ବତନ ଅଧ୍ୟକ୍ଷକ ସନ୍ଦୀପ ଘୋଷଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି ସିବିଆଇ। ଆଉ ଏହାରି ଭିତରେ ଏକ୍ସ ପ୍ରିନ୍ସପାଲଙ୍କ ଜଘନ୍ୟ କାଣ୍ଡର ଖୁଲାସା ହେଇଛି। ତାଙ୍କ ନାଁରେ ଆର.ଜି.କର ମେଡ଼ିକାଲ କଲେଜର ପୂର୍ବତନ ଅଧକ୍ଷକ ଡେପୁଟି ସୁପର ଟେଏଣ୍ଡଡ୍ ଆଣିଛନ୍ତି ସଂଘାତିକ ଅଭିଯୋଗ। 
Vg
ହସ୍ପିଟାଲର ଅଚିହ୍ନା ଶବ ଗୁଡ଼ିକୁ କୁଆଡେ ବିକି କରିଦେଉଥିଲେ ଏକ୍ସ ପ୍ରିନ୍ସପାଲ। ଏକ୍ସ ଡେପୁଟି ସୁପର ଟେଏଣ୍ଡଡଙ୍କ ଅଭିଯୋଗ ଅନୁସାରେ ପୂର୍ବତନ ପ୍ରିନ୍ସପାଲ ଅନେକ ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ। ଏକ୍ସ ପ୍ରିନ୍ସପାଲ ସନ୍ଦୀପ ଘୋଷ ଅଚିହ୍ନା ମୃ-ତ-ଦେ-ହକୁ ବିକ୍ରି କରିବା ରାକେଟରେ ସାମିଲ ଥିଲେ। ଖାଲି ସେତିକି ନୁହେଁ ବାଂଲାଦେଶରେ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ଏବଂ ଚିକିତ୍ସା ଉପକରଣର ଚୋରା କାରବାରରେ ବି ସେ ସାମିଲ ଥିବା ଜଣାପଡିଛି। ଏନେଇ ସନ୍ଦୀପ ଘୋଷଙ୍କ ନାଁରେ ରାଜ୍ୟ ଭିଜିଲାନ୍ସ କମିଶନରଙ୍କ ନିକଟରେ ଅଭିଯୋଗ ମଧ୍ୟ ହେଇଥିଲା। ତାଙ୍କ ଉପରେ ଏକ ଯାଞ୍ଚ କମିଟି ମଧ୍ୟ ବାସିଥିଲା। 
Gg
ଆଉ ଅନୁସନ୍ଧାନରେ ସନ୍ଦୀପ ଦୋଷୀ ସାବ୍ୟସ୍ତ ମଧ୍ୟ ହେଇଥିଲେ। ହେଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିଲା। ମେଡ଼ିକାଲ କଲେଜରୁ ପାସ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଲାଞ୍ଚଆଗୁଥିଲେ ସନ୍ଦୀପ ଘୋଷ। ମୋଟା ଅଙ୍କର କଲେଜ ଫି ଆଦାୟ କରିବା ପାଇଁ ସନ୍ଦୀପ ଜାଣିଶୁଣି କିଛି ଛାତ୍ରଛାତ୍ରୀଙ୍କୁ ଫେଲ୍ କରି ଦେଉଥିଲେ। ସେ ସବୁ ସ୍ଥାନରୁ କମିଶନର ଆଦାୟ କରୁଥିଲେ ବୋଲି ସଂଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ଡେପୁଟି ସୁପର ଟେଏଣ୍ଡଡ। 
ତେବେ ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟା ପଛରେ ଆହୁରି କିଛି ଷଡ଼ଯନ୍ତ୍ର ରହିଥିବା ସନ୍ଦେହ କରି ଏକ୍ସ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ଜେରା ଚଳାଇଛି ସିବିଆଇ। ବୁଧବାର ଲଗାତାର ଷଷ୍ଠ ଦିନରେ ସିବିଆଇ ଟିମ୍ ତାଙ୍କୁ ପଚରାଉଚରା ଜାରି ରଖିଛି। ସନ୍ଦୀପ ଘୋଷଙ୍କୁ ଏପର୍ଯ୍ୟନ୍ତ ୬୩ ଘଣ୍ଟା ଧରି ଜେରା କରିସାରିଲାଣି ସିବିଆଇ। ଆଗକୁ ସିବିଆଇ ସନ୍ଦୀପଙ୍କ ଠାରୁ ସତ ଆଦାୟ କରିବା ପାଇଁ ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରିବ। ସେପଟେ ସନ୍ଦୀପଙ୍କ ନାଁରେ ଆର୍ଥିକ ଅନିୟମିତତା ନେଇ ଆହୁରି ସମସ୍ୟାରେ ଘେରି ହେଇଛନ୍ତି ଏକ୍ସ ପ୍ରିନ୍ସପାଲ। 
ଏହି ମାମଲାରେ ପୋଲିସ ସମ୍ମୁଖରେ ହାଜର କରାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି। ତେବେ ୩୧ ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁ-ଷ୍କ-ର୍ମ ଓ ହ-ତ୍ୟାକୁ ନେଇ କୋଲକାତାରେ ପ୍ରବଳ ବିରୋଧର ପରେ ଆର.ଜି.କର ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ପ୍ରିନ୍ସପାଲ ପଦରୁ ଇସ୍ତଫା ଦେଇଥିଲେ ସନ୍ଦୀପ ଘୋଷ। ତେବେ ଏହାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ କୋଲକାତାର ମେଡ଼ିକାଲ କଲେଜରେ ନିଯୁକ୍ତି ମିଳି ଯାଇଥିଲା। ଏହାକୁ ନେଇ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଥିଲେ।

Advertisement