ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ସରକାର ସୁଭଦ୍ରା ଯୋଜନା ଆଣିଛନ୍ତି ଆଉ ଏହି ଯୋଜନା ବିଷୟରେ ଆପଣମାନେ ସବୁ ଖବର ତ ଜାଣିଥିବେ । ଏବେ ସୁଭଦ୍ରା ଯୋଜନାକୁ ନେଇ କିଛି ଖବର ଆସିଛି । ଟିକେ ଭୁଲ୍ ହେଲେ ଆକାଉଣ୍ଟକୁ ଆଉ ଟଙ୍କା ଆସିବ ନାହିଁ । ଏବେ ସୁଭଦ୍ରା ନିୟମ ପାଇଁ କିଛି ନୂଆ ନିୟମ ବାହାରିଛି ।
ଏଭଳି କରନ୍ତୁ ଏବେ ଆବେଦନ ବୋଲି ସୂଚନା ମିଳିଛି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଆବେଦନ କରିବାର ପ୍ରକ୍ରିୟା ଜାଣିପାରିବେ । ସୁଭଦ୍ରା ଯୋଜନା ଏବେ ଆବେଦନ କରିବାକୁ ଗଲେ ଏହି ବିଷୟରେ ଜାଣି ରଖନ୍ତୁ ନହେଲେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ । ଏଭଳି ଅନେକ ମହିଳା ରହିଛନ୍ତି ଯେଉଁମାନଙ୍କର ଫର୍ମ ପୂରଣ କରିବାରେ ଅସୁବିଧା ରହୁଛି । ଆଉ ସେମାନେ ଜାଣି ପାରୁନାହାନ୍ତି କିଭଳି ଆବେଦନ କରିବେ । କାରଣ ଭୁଲ ହେଲେ ଆକାଉଣ୍ଟକୁ ଟଙ୍କା ଆସିବ ନାହିଁ ।
ପ୍ରଥମେ ମୋ ସେବା କେନ୍ଦ୍ର ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ସୁଭଦ୍ରା ଫର୍ମ ଆଣନ୍ତୁ । ଏହାପରେ ଆଧାର କାର୍ଡରେ ଥିବା ନାମ ଲେଖି ଆଧାର କାର୍ଡ ନମ୍ବର ଲେଖିବାକୁ ପଡ଼ିବ । ଆଧାର କାର୍ଡର ଜେରକ୍ସ କପିର ବିଲକୁଲ ଆବଶ୍ୟକତା ନାହିଁ । ଏହାର ତଳକୁ ବାପା କିମ୍ବା ସ୍ବାମୀଙ୍କ ନାମ ଲେଖିବାକୁ ପଡ଼ିବ । ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଲେଖିବେ । ଏହାପରେ ଆପଣ ଯେଉଁ ଜାତିର ସେଠାରେ ଠିକ୍ ଚିହ୍ନ ମାରନ୍ତୁ । ଆଧାର କାର୍ଡ ସହ ନମ୍ବର ଲିଙ୍କ ହେବା ଜରୁରୀ ଅଟେ ।
ଆଧାର କାର୍ଡ ସହ ଫୋନ ନମ୍ୱର୍ ଲିଙ୍କ ନହେଲେ ଏହି ଟଙ୍କା ଆପଣଙ୍କୁ ମିଳିବ ନାହିଁ । ଉକ୍ତ ନମ୍ବରକୁ ଫର୍ମରେ ଲେଖିବାକୁ ପଡ଼ିବ । ବିକଳ୍ପ ଭାବରେ ଘରଲୋକଙ୍କ ନମ୍ବର ଦେଇପାରିବେ । ଏହାପରେ ନିଜର ଘରର ଠିକଣା ଲେଖିବାକୁ ପଡ଼ିବ । ଏହାପରେ ଆଧାରରେ KYC ହୋଇଥିବା ଆକାଉଣ୍ଟ ନମ୍ୱର୍ ଥିବା ବ୍ୟାଙ୍କ୍ ଆକାଉଣ୍ଟ ଦେବାକୁ ପଡ଼ିିବ । KYC ଲିଙ୍କ ନଥିଲେ ଟଙ୍କା ମିଳିବ ନାହିଁ । ସୁଭଦ୍ରା ଯୋଜନା ବିଷୟରେ ଜାଣିବା ପାଇଁ ଏକ ୱେବସାଇଟ ରହିଛି । ଏଥିରେ ଟୋଲ ଫ୍ରି ମଧ୍ୟ ରହିଛି ।