Jul 29, 2024, 17:23 IST

ବାହାରିଲା ଆଶ୍ଚର୍ଯ୍ୟ ଜନକ ଜିନିଷ ଦେଖନ୍ତୁ ମେସିନରୁ ବାହାରିଲା ପୂଳା ପୂଳା ଟଙ୍କା

Fg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଟଙ୍କା ଛପା ମେସିନ ଦେବାକୁ କହି ଅପହରଣ। ଅପହରଣ ପରେ ବ୍ଳାକମେଲ୍। ପରିବାର ଲୋକଙ୍କୁ ଧମକ ଦେଇ ନେଇଗଲେ ୬ ଲକ୍ଷ ଟଙ୍କା। ଏଭଳି ଏକ ଘଟଣାର ହୋଇଛି ପର୍ଦ୍ଦାଫାଶ। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ୍ ଏହି ଅପହରଣ ଓ ନକଲି ନୋଟ୍ ଛପା ମେସିନ୍ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି। ଖାଲି ସେତିକି ନୁହେଁ ଏକ ମେସିନ୍ ସମେତ ୫ଟି ମୋବାଇଲ ଫୋନ୍ ଜବତ କରିଛି।
Vv
ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଖୋଲିକୋଟ ଥାନା ଅନ୍ତର୍ଗତ ତେଲିଢିଅପାଟଣା ଗ୍ରାମର ଦୀପକ ବେହେରା, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶଥାନା ଅନ୍ତର୍ଗତ ବଡଖିଙ୍ଗା ଗ୍ରାମର କାଳୀରାଜ ମାଳୀ, ପାରଳାଖେମୁଣ୍ଡି ସହର ଶାନ୍ତି ନଗରର ଚୈତନ୍ୟ ମାଳୀ ଓ ଶିବାଜୀ ମାଳୀ। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି।
Gg
ସୂଚନା ମୁତାବକ, କେକେସିଂ ଗ୍ରାମର ପରିଚ୍ଛା ଲିମ୍ମାଙ୍କୁ କିଛି ଲୋକ ଅପହରଣ କରି ନେଇଥିବା ନେଇ ଗତ ମାସ ୨୪ ତାରିଖ ସକାଳ ୮ଟାରେ ତାଙ୍କର ପତ୍ନୀ ମିନି ଲିମ୍ମାଙ୍କୁ ଫୋନ୍ ଆସିଥିଲା। ସେହି ଦିନ ରାତି ୮ଟାରେ ତାଙ୍କ ସ୍ୱାମୀ ଫୋନରେ କହିଥିଲେ ଯେ, ପାରଳା ସାହିର ୭ଜଣ ତାଙ୍କୁ ଅପହରଣ କରିନେଇଛନ୍ତି ଏବଂ ୩୦ଲକ୍ଷ ଟଙ୍କା ଦେଲେ ଛାଡିଦେବେ। ଅପହରଣକାରୀଙ୍କ ଦାବି ମୁତାବକ ୬ଲକ୍ଷ ଟଙ୍କା ଫୋନ୍-ପେ ଜରିଆରେ ପଠାଯାଇଥିଲେ ପତ୍ନୀ। 
ଟଙ୍କା ଦେବା ପରେ ବି ସ୍ୱାମୀଙ୍କୁ ନ ପାଇବାରୁ ଶେଷରେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ପିରିଚ୍ଛା ଲିମ୍ମାଙ୍କୁ ଚିଲିକାର ଏକ ଲଜ୍ ରୁ ୧୦୨ନମ୍ବର ରୁମ୍ ଭିତରୁ ଉଦ୍ଧାର କରିବା ସହ ସେଠାରୁ ଟିଣ ବକ୍ସରେ ବୈଦ୍ୟୁତିକ ସାମଗ୍ରୀ, ଇଲକ୍ଟ୍ରୋନିକ୍ସ ମୋଟର, ରବର ରୋଲର୍, ସୁଇଚ୍ ଲାଇଟ୍ ଲାଗିଥିବା ନୋଟ୍ ଛାପିବା ମେସିନ୍ ସମେତ ୫ଟି ମୋବାଇଲ ଫୋନ୍ ଜବତ କରିଥିବାବେଳେ, ଏନେଇ ପାରଳାଖେମୁଣ୍ଡି ଥାନା ପୋଲିସ ଏକ ମାମଲା ରୁଜୁ କରିଛି।

Advertisement