Jun 8, 2024, 16:47 IST

ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖନ୍ତୁ ପାଣି ପିଇବା କୂଅରୁ ବାହାରୁଚି ପେଟ୍ରୋଲ ଗାଁ ଲୋକେ ଦେଖି ଛାନିଆ

 Bc

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।ବନ୍ଧୁଗଣ କୂଅରୁ ପେଟ୍ରୋଲ ବାହାରୁଥିବା ଏକ ଖବର ସାମ୍ନାକୁ ଆସିଛି। 
Vc
ଏହି ଘଟଣାଟି ଆପଣମାନଙ୍କୁ ଚକିତ କରିଦେଇପାରେ, ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ସତ। କୂଅରୁ ମେଞ୍ଚା ମେଞ୍ଚା ପେଟ୍ରୋଲ ବାହାରିବା ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସୂଚନା ମୁତାବକ, ଓଡ଼ିଶାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ନୂଆପଡ଼ା ଜିଲ୍ଲା ସିନାପାଲି ରାମଛକ ସହିଦପଡ଼ାରେ ଏକ କୂଅରୁ ମେଞ୍ଚ ମେଞ୍ଚା ପେଟ୍ରୋଲ ବାହାରୁଥିବା ଖବର ସାମ୍ନାକୁ ଆସିଛି। 
Cd
ତେବେ ଏହି ପେଟ୍ରୋଲ ମିଶା ପାଣିକୁ ନେଇ ଲୋକମାନେ ଏବେ ଆତଙ୍କ ମଧ୍ୟରେ ରହିଛନ୍ତି। ଉକ୍ତ ପେଟ୍ରୋଲ ମିଶା ପାଣିରେ ନିଆଁ ଲାଗୁଥିବା ଜଣାପଡ଼ିଛି। ରୋଷେଇ କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଲୋକମାନେ କୂଅ ପାଣି ଉପରେ ନିର୍ଭର କରୁଥିବା ବେଳେ ପାଣି ବଦଳରେ ପେଟ୍ରୋଲ ବାହାରିବା ଏବେ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି। 
ତେବେ ଉକ୍ତ କୂଅ ନିକଟରେ ଶ୍ରୀରାମ ଛକରେ ଏକ ପେଟ୍ରୋଲ ପମ୍ପ ରହିଥିବା ବେଳେ ସେହି ଟାଙ୍କିରୁ ପେଟ୍ରୋଲ ଲିକ୍ ହୋଇ କୂଅକୁ ଆସୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। କୁଆରୀ ପାଣି ବ୍ୟବହାର ପାଇଁ ମନା କରାଯାଇଥିବା ବେଳେ ପେଟ୍ରୋଲ ପମ୍ପକୁ ମଧ୍ୟ ବନ୍ଦ କରିଦିଆଯାଇଛି। ତେଣୁ ଏଭଳି ସ୍ଥିତିରେ ପେଟ୍ରୋଲ ଟ୍ୟାଙ୍କକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଲୋକମାନେ ଦାବି କରିଛନ୍ତି।

Advertisement