ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଓଡ଼ିଶାର ପ୍ରତ୍ୟେକ ଲୋକେ ଏବେ ସୁଭଦ୍ରା ଯୋଜନା ଆପ୍ଲାଏ କରୁଛନ୍ତି। ଜଣେ ବ୍ୟକ୍ତି ସୁଭଦ୍ରା ଯୋଜନା ପାଇଁ ସୁନା ବନ୍ଧା ପକାଇଲେ। ବ୍ୟକ୍ତି ଜଣଙ୍କ ଜୀବନର ସବୁ ଆୟ ସୁଭଦ୍ରା ଯୋଜନା ପାଇଁ ବ୍ୟୟ କରିଦେଲେ।
ଜଣେ ବ୍ୟକ୍ତି ସୁଭଦ୍ରା ଯୋଜନା ପାଇଁ ଆଧାର ସହିତ ଫୋନ ନମ୍ୱର ଲିଙ୍କ କରିବା ପାଇଁ ନୂଆ ଫୋନ କିଣିଛନ୍ତି। ବ୍ୟକ୍ତି ଜଣଙ୍କ ପାଖରେ ଏତେ ଟଙ୍କା ନଥିଲା ସେଥିପାଇଁ ତାଙ୍କ ପାଖରେ ଥିବା ସୁନା ଦୋକାନରେ ବନ୍ଧା ପକାଇ ଫୋନ କିଣିଛନ୍ତି। ଏମିତି କିଛି ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକରେ। ଜଣେ ବ୍ୟକ୍ତି ସୁନା ବନ୍ଧା ପକାଇ ସ୍ମାର୍ଟ ଫୋନ କିଣିଛନ୍ତି।
ସୂଚନା ମୁତାବିକ ସୁଭଦ୍ରା ଯୋଜନାରେ ଆଧାର ସହ ଫୋନ ନମ୍ବରକୁ ଲିଙ୍କ କରିବା ନିହାତି ଆବଶ୍ୟକ। ଲିଙ୍କ ନହେଲେ ସୁଭଦ୍ରା ଯୋଜନା ଟଙ୍କା ମିଳିବ ନାହିଁ। ଏଭଳି ପରିସ୍ଥିତିରେ ଜଣେ ନୀରିହ ଆଦିବାସୀ ବ୍ୟକ୍ତି ପଡ଼ି ସୁନା ବନ୍ଧା ପକାଇ ଗୋଟେ ସ୍ମାର୍ଟ ଫୋନ କିଣିଛନ୍ତି। ସେହି ଆଦିବାସୀ ବ୍ୟକ୍ତି ଜଣଙ୍କୁ ଜଣେ ଲୋକ କହିଥିଲେ ସ୍ମାର୍ଟ ଫୋନ ନଆଣିଲେ ତାଙ୍କୁ ଟଙ୍କା ମିଳିବ ନାହିଁ। ଯାହାଫଳରେ ବ୍ୟକ୍ତି ଜଣଙ୍କ ଫୋନ କେମିତି ଆଣିବେ ବୋଲି ଭାବି ଚିନ୍ତାରେ ପଡ଼ିଯାଇଥିଲେ।
ତା'ପରେ ବ୍ୟକ୍ତି ଜଣଙ୍କ ତାଙ୍କ ପାଖରେ ଥିବା ସୁନାକୁ ବନ୍ଧା ପକାଇ ସେ ଫୋନ କିଣିଥିଲେ। ବ୍ୟକ୍ତି ଜଣଙ୍କ କେବେ ହେଲେ ଫୋନ ବ୍ୟବାହର କରିନଥିଲେ। କିନ୍ତୁ ଏବେ କିଣିଛନ୍ତି ସ୍ମାର୍ଟ ଫୋନ। କେବଳ ସୁଭଦ୍ରା ଯୋଜନାରେ ଆଧାରରେ ଫୋନ ନମ୍ବର ଲିଙ୍କ କରିବା ପାଇଁ ଆଣିଛନ୍ତି ସ୍ମାର୍ଟ ଫୋନ। ସେପଟେ ସରକାର ଆଧାରକାର୍ଡ ବାଧ୍ୟତାମୂଳକ ନଥିବା ବାରମ୍ଵାର କହୁଥିବା ବେଳେ ସେପଟେ ଲୋକଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚି ପାରୁନାହିଁ।