ଦିନକୁ ଦିନ ଏବେ ବଢି ଚାଲିଛି ପ୍ରେମ ପରେ ଏବେ ହ-ତ୍ୟା ମାମଲା। ଏଭଳି ପ୍ରତାରଣା ଖବର ଏବେ ସାମ୍ନା କୁ ଆସୁଛି ଯାହା ଶୁଣିବା ପରେ ଲୋକ ମାନଙ୍କର ଏବେ ପ୍ରେମ ଉପରୁ ହିଁ ଭରଷା ଉଠିଯିବ। ଛତିଶଗଡ଼ ରୁ ଏବେ ଏକ ଲିଭ୍ ଇନ୍ ରିଲେସନ ର କରୁଣ ଚିତ୍ର ସାମ୍ନା କୁ ଆସିଛି। ରିଲେସନ ରେ ରହିବା ପରେ ପ୍ରେମିକ ତାର ପ୍ରେମିକା କୁ ହ-ତ୍ୟା କରି ଜଙ୍ଗଲ ରେ ପୋତି ଦେଇଥିବା ଜଣା ପଡ଼ିଛି। ଘଟଣାର ଦଶ ଦିନ ପରେ ହିଁ ଏହି ହ-ତ୍ୟା-କାଣ୍ଡ ର ପରଦାଫାର୍ସ ହୋଇଛି।
ପୋଲିସ୍ ଉକ୍ତ ମହିଳାଙ୍କ କଙ୍କାଳ ଜବତ କରି ଏହାର ତଦନ୍ତ କରିବା ଆରମ୍ଭ କରି ଦେଇଛି। ମହିଳା ଜଣକର ଏକ ବ୍ୟକ୍ତି ସହ ପ୍ରେମ ସମ୍ପର୍କ ଥିଲା। ସେମାନେ ଲିଭ୍ ଇନ୍ ରେ ରହିଥିଲେ। ଏହାପରେ କିଛିଦିନ ପରେମହିଳା ସୀମା ନିଖୋଜ ହୋଇ ଯାଇଥିଲେ ଏହାପରେ ଯେତେବେଳେ ଝିଅ ସୀମା ସହ ବାପା କୌଣସି ପ୍ରକାରର ଯୋଗାଯୋଗ କରି ପାରି ନଥିଲେ ସେତେବେଳେ ସେ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ।
ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରିବା ମଧ୍ୟ ଆରମ୍ଭ କରି ଦେଇଥିଲା। ଏହାପରେ ସୀମା ଲିଭ୍ ଇନ୍ ରେ ରହୁଥିବା ମଧ୍ୟ ଜାଣିବାକୁ ପାଇଥିଲେ। ପୋଲିସ ର ସନ୍ଦେହ ଚନ୍ଦ୍ରିକା ଉପରେ ହେବାରୁ ସେ ତାଙ୍କୁ ନେଇ ପଚରା ଉଚରା ମଧ୍ୟ କରିଥିଲା। ପ୍ରଥମେ ପ୍ରେମିକ ଚନ୍ଦ୍ରିକା କିଛି ମାନି ନଥିଲା ହେଲେ ପରେ ପୋଲିସ ଆଗରେ ମୁଣ୍ଡ ନୁଆଇଁ ଥିଲା ଚନ୍ଦ୍ରିକା। ଏହାପରେ ଗୋଟି ଗୋଟି କରି ସବୁ ସତ କଥା ମଧ୍ୟ କହି ଦେଇଥିଲା।
ସେ କହିଥିଲେ କି ସୀମା ର ଅନ୍ୟ କୌଣସି ବ୍ୟକ୍ତି ସହ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ସେ ସନ୍ଦେହ କରିଥିଲେ ଏହାପରେ ସେ ପାଲଟି ଯାଇଥିଲେ ନର ରାକ୍ଷସ। ପ୍ରେମ କରୁଥିବା ସୀମା ଙ୍କୁ ହ-ତ୍ୟା କରି ଚନ୍ଦ୍ରିକା ନେଇ ତାଙ୍କୁ ଜଙ୍ଗଲରେ ପୋତି ଦେଇଥିଲେ। ଘଟଣାର ଦଶ ମାସ ପରେ ହିଁ ପୋଲିସ ସୀମା ର ହ-ତ୍ୟା ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପରେ ତାଙ୍କର ଶବ କୁ ପୋତା ଯାଇଥିବା ସ୍ଥାନରୁ ଉଦ୍ଧାର କରିଛି।