Aug 22, 2024, 19:47 IST

ଜାଣନ୍ତୁ କେଉଁ ଆଇଏଏସ ଅଧିକାରୀଙ୍କୁ ଦେଲେ କେଉଁସବୁ ଦାୟିତ୍ଵ ଦେଲେ ମୋହନ ସରକାର

Vg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସୋସିଆଲ ମିଡିଆ ଦ୍ଵାରା ସରକାରଙ୍କ ଦ୍ଵାରା କଣ ସବୁ ଆସୁଛି ଆଉ ସରକାର କଣ ସବୁ ନୂଆ ନୂଆ ଉପାୟ କରୁଛନ୍ତି । ଏଭଳି ଅନେକ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ସରକାର ପୋଲିସ ମାନଙ୍କର କିଛି ଅଦଳ ବଦଳ କରିଛନ୍ତି ବୋଲି ଜାଣିପାରିବେ ।
Gg
ଏବେ ଓଡ଼ିଶାରେ ବିଜେପି ସରକାର ଶାସନ କରୁଛି । ଆଉ ବିଜେପି ସରକାର ଶାସନ କରୁଥିବା ବେଳେ ଅନେକ କିଛି ବଦଳି କରୁଛି । ଶାସନ କାର୍ଯ୍ୟରେ ଅନେକ ଉନ୍ନତି ଆଣିବା ସହ ସବୁ କ୍ଷେତ୍ରରେ ପରିବର୍ତ୍ତନ କରୁଛନ୍ତି ମୋହନ ସରକାର । ଏବେ ମୋହନ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି ବୋଲି ଖବର ଆସୁଛି । ରାଜ୍ୟ ସରକାର ଏବେ ତାଙ୍କର ଦାୟିତ୍ଵ ଏବଂ ଓଡ଼ିଶାର ମଙ୍ଗଳ ପାଇଁ ଅନେକ କିଛି କାମ କରୁଛନ୍ତି । ଏବେ ଏହାକୁ ନେଇ ଆସିଛି ଖବର ।
Vv
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ହୋଇଥିବା ବଦଳି ବିଷୟରେ ଜାଣିପାରିବେ । ୧୮ ଜଣ ଆଇଏଏସଙ୍କୁ ବଦଳି କରିଲେ ରାଜ୍ୟ ସରକାର । ଏବେ ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ ଆପଣମାନେ ପାଇପାରିବେ । ସତ୍ୟବ୍ରତ ସାହୁ ହେଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । ଦେଓରଞ୍ଜନ କୁମାର ସିଂହ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରୂପେ କାମ କରିବେ । ଏବେ ସତ୍ୟବ୍ରତଙ୍କ ସ୍ଥାନରେ କାର୍ଯ୍ୟ ତୁଲାଇବେ ଦେଓରଞ୍ଜନ ।
Vv
ସତ୍ୟବ୍ରତଙ୍କ ସ୍ଥାନରେ ଏସଆରସି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ଦେଓରଞ୍ଜନ ବୋଲି ଖବର ଆସିଛି । ସୁରେନ୍ଦ୍ର କୁମାର ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ରହିଲେ । ସୁରେନ୍ଦ୍ରଙ୍କୁ ସାଧାରଣ ପ୍ରଶାସନ, ସଂସଦୀୟ ବ୍ୟାପାର, ଓ ଏମସି ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । ବିଷ୍ଣୁପଦ ସେଠୀ ହେଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ । 
ରୁପାରୋସନ୍ ସାହୁଙ୍କୁ ଦକ୍ଷିଣାଞ୍ଚଳ ଆରଡିସି ଭାବେ ବଦଳି କରାଗଲା। ସଚିନ ରାମଚନ୍ଦ୍ର ଯାଦବଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ବଦଳି କରାଗଲା । ଉଷା ପାଢ଼ୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେଲେ । ସେ ବାଣିଜ୍ୟ ଆଉ ପରିବହନର ଦାୟିତ୍ଵ ତୁଲାଇବେ । ଏହିଭଳି ଭାବରେ ଆପଣମାନେ ୧୮ ଜଣଙ୍କ ବଦଳି ବିଷୟରେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ।

Advertisement