Updated: Jul 26, 2024, 16:01 IST

ଜାଣନ୍ତୁ ସରକାରଙ୍କ କଣ ରହିଛି ସମ୍ପୂର୍ଣ୍ଣ ବଜେଟ ୨୦୨୪-୨୦୨୫

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଆଜି ବିଧାନସଭାରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥ ବିଭାଗରେ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିଛନ୍ତି । ଏହା ମୋହନ ସରକାରର ପ୍ରଥମ ବଜେଟ । ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ଚଳିତ ବଜେଟ ପରିମାଣକୁ ୧୫% ବୃଦ୍ଧି କରାଯାଇଛି। 
Gg
ନୂଆ ନୂଆ ଯୋଜନା ପାଇଁ ମୋହନ ସରକାର ବଜେଟରେ ଅର୍ଥ ବ୍ୟୟବରାଦ କରିଥିବା ବେଳେ ବିଜେଡି ସରକାରର ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବଜେଟ ଅଭିଭାଷଣରେ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଶା ଜାତିର ପରିକଳ୍ପନା କରିବା ଅସମ୍ଭବ । ଓଡ଼ିଆ ଅସ୍ମିତା ଆମର ପରିଚୟ । ଏଥିଲାଗି ଶ୍ରୀମନ୍ଦିର ପାଇଁ ରାଜ୍ୟ ସରକାର ପ୍ରଥମ କ୍ୟାବିନେଟ ବୈଠକରେ 500କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି । 
Gg
ବିଜେପି ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ପୂର୍ବ ସରକାରଙ୍କ ଅନେକ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ପୁରୁଣା ନାଁ ବଦଳରେ ନୂଆ ନାଁ ଘୋଷଣା କରିଛନ୍ତି । ଯେପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ 'ଗୋପବନ୍ଧୁ ଜନ ଆରୋଗ୍ୟ' ଯୋଜନା, କାଳିଆ ଯୋଜନା ନାଁ ବଦଳରେ 'ସିଏମ-କିଷାନ' ଯୋଜନା, ବିଜୁ ସେତୁ ବଦଳରେ 'ସେତୁ ବନ୍ଧନ' ଯୋଜନା, ମୋ ସ୍କୁଲ ବଦଳରେ 'ପଞ୍ଚସଖା ଶିକ୍ଷା ସେତୁ' ଯୋଜନା।
ଏବଂ ଲକ୍ଷ୍ମୀ ଯୋଜନା ବଦଳରେ 'ଗ୍ରାମାଞ୍ଚଳ ପରିବହନ' ଯୋଜନା, ଆମ ଓଡ଼ିଶା ନବୀନ ଓଡ଼ିଶା ବଦଳରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନା, ବିଜୁ ପକ୍କା ଘର ବଦଳରେ 'ଅନ୍ତ୍ୟୋଦୟ ଗୃହ' ଯୋଜନା, ମେକ୍‌ ଇନ୍‌ ଓଡ଼ିଶା ହେଲା ଉତ୍କର୍ଷ ଉତ୍କଳ । ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନା ପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ ରହିଛି ।

Advertisement