Aug 21, 2024, 20:03 IST

ଏହି ଭାରତ ବନ୍ଦ ରେ କଣ ରହିବ ପ୍ରଭାବ ଜାଣନ୍ତୁ ଏହାର ପ୍ରକୃତ ତଥ୍ୟ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ଅଗଷ୍ଟ ୨୧ରେ ଭାରତ ବନ୍ଦ ଡାକରା ଦେଇଛି ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି। ନିକଟରେ ଏସଟି ଓ ଏସି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଏହି ଡାକରା ଦିଆଯାଇଛି। 
Bb
ବିଭିନ୍ନ ରାଜ୍ୟର ଦଳିତ ସଂଗଠନ ଏହାକୁ ସମର୍ଥନ ଜଣାଇଛନ୍ତି। ଏସଟି ଓ ଏସି ସଂରକ୍ଷଣରେ ସବ କାଟାଗରୀ ପାଇଁ ଅନୁମତି ଦେବା ପରେ ଏହାକୁ ତୀବ୍ର ବିରୋଧ କରାଯାଇଛି। ଓଡିଶାରେ ମଧ୍ୟ କିଛି ସଂଗଠନ ଏହାକୁ ସମର୍ଥନ କରିଛନ୍ତି। ସବ କ୍ଲାସିଫାଇ କରିବାକୁ ରାଜ୍ୟ ଗୁଡ଼ିକୁ ସୁପ୍ରିମକୋର୍ଟ କ୍ଷମତା ପ୍ରଦାନ କରିଛନ୍ତି। ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଏହି ସୁବିଧା ପାଇ ପାରିବେ ଏହି ସବ କାଟାଗୋରୀ ଯାଇଥିବା ବର୍ଗର ଲୋକ ମାନେ। 
Gg
ତେବେ ଏହି ବନ୍ଦର କଣ ପ୍ରଭାବ ପଡ଼ିବ ତାହା ସ୍ପଷ୍ଟ ହେଇନଥିଲେ ବି ସତର୍କ ରହିବାକୁ ସବୁ ଜିଲ୍ଲାର ଏସପିଙ୍କୁ କୁହାଯାଇଛି। ତେବେ କିଛି ରାଜନୈତିକ ଦଳ ମଧ୍ୟ ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ କରିପାରନ୍ତି। ଏମିତିରେ ଦେଖିବାକୁ ଗଲେ ଜାତୀୟ ସ୍ତରରେ ୟୁପି ଏସି ପରୀକ୍ଷାରେ ସଂରକ୍ଷଣ ଏକ ବଡ଼ ପ୍ରସଙ୍ଗ ପାଲଟିଛି। ତେଣୁ ଏହା ଉପରେ ଲାଗିଛି ରୋକ୍। ତେବେ କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳ ଏହାକୁ ସମର୍ଥନ ଦେଇଥିବା ଜଣାପଡିଛି। 
ତେବେ ୧୨ ଘଣ୍ଟାର ଏହି ଭାରତ ବନ୍ଦ ରାଜ୍ୟ ତଥା ଦେଶ ଉପରେ ବେଶ୍ ପ୍ରଭାବ ପକେଇବାର ସୂଚନା ମିଳୁଛି। କେବଳ ଜରୁରକାଳିନ ସେବାକୁ ଏଥିରୁ ବାଦ ଦିଆଯାଇଛି। ତେବେ ବନ୍ଦ ଯୋଗୁଁ ପରିବହନ ସେବା ବିଶେଷ ଭାବେ ବାଧା ପ୍ରାପ୍ତ ହେବ ବୋଲି ଆଗକୁ ଆଶଙ୍କା କରାଯାଉଛି। ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆଯାଇଛି। ସରକାରୀ ସହ ଘରୋଇ ସଂସ୍ଥା ମଧ୍ୟ କାଲି ବନ୍ଦ ରହିପାରେ। ହସ୍ପିଟାଲ, ଆମ୍ବୁଲାନ୍ସ ସେବା ସରକାରୀ ସେବା ଜାରି ରହିବ।

Advertisement