Updated: Jun 12, 2024, 16:01 IST

କାହିଁକି ବିଜେପି ମୋହନ ମାଝିଙ୍କୁ ଦେଲେ ଏତେବଡ଼ ଦାୟିତ୍ଵ ଜାଣନ୍ତୁ ଏହାର ମୁଖ୍ୟ କାରଣ କଣ ଅଟେ

Gy

ଜୁନ ୧୨ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବେ। ମୋହନଙ୍କ ନାମ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ ଘଟିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ନିଯୁକ୍ତି ପାଇଥିବା ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ମୁଖ୍ୟମନ୍ତ୍ରୀ ଭାବେ ମୋହନଙ୍କ ନାମ ଘୋଷଣା କରିଥିଲେ। ଏଥିସହିତ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ନାମ ମଧ୍ୟ ଘୋଷଣା କରିଥିଲେ। ତେବେ ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯିବା ପଛରେ କେଉଁ କାରଣ ରହିଛି ଆସନ୍ତୁ ଜାଣିବା।
Gg
୧- ଏଥର ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ମନମୋହନ ସାମଲଙ୍କ ପରି ଆହୁରି ଅନେକଙ୍କ ନାମ ଚର୍ଚ୍ଚା ହେଉଥିଲେ ବି ବିଜେପି ମୋହନଙ୍କୁ ଚୟନ କରିଥିଲା। ପୂର୍ବ ବିଜେଡି ସରକାରରେ ଦୀର୍ଘ ୨୪ ବର୍ଷ ଧରି ନବୀନ ଲୋକଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଅନୁରୂପ ଭାବେ ମୋହନଙ୍କ ପରି ଶାନ୍ତ ଓ ନମ୍ର ସ୍ୱଭାବର ବ୍ୟକ୍ତି ମଧ୍ୟ ରାଜ୍ୟର ଜନମାନସରେ ଗ୍ରହଣୀୟ ହୋଇପାରିବେ ବୋଲି ବିଜେପିକୁ ଲାଗିଥାଇପାରେ।
Hh
୨- କେନ୍ଦୁଝର ଏକ ଅନୁସୂଚିତ ଜନଜାତି ଆସନ ହୋଇଥିବା ବେଳେ ମୋହନଙ୍କ ପରି ଜଣେ ଆଦିବାସୀ ଚେହେରାଙ୍କୁ ରାଜ୍ୟର ଦାୟିତ୍ୱ ଦେଇ ବିଜେପି ଏକ ନୂଆ ଚେହେରା ସୃଷ୍ଟି କରିବାକୁ ପ୍ରୟାସ କରୁଥାଇପାରେ। ମୋହନଙ୍କ ପରି ଜଣେ ସରଳ ବ୍ୟକ୍ତିତ୍ୱ ଏ କ୍ଷେତ୍ରରେ ସଫଳ ହେବେ ବୋଲି ଦଳର ଶତ ପ୍ରତିଶତ ବିଶ୍ୱାସ ରହିଛି। 
୩- ଗତବର୍ଷ ସମାପ୍ତ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଜିତିବା ପରେ ମଧ୍ୟ ବିଜେପି ଏହି ରଣନୀତି ପ୍ରୟୋଗ କରିଥିଲା। ଦଳରେ ଶିବରାଜ ସିଂହ ଚୌହାନ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ଅନେକ ହେଭିୱେଟ ରହିଥିଲେ ବି ଦଳ ଶେଷରେ ମୋହନ ଯାଦବଙ୍କ ପରି ଜଣେ ଅନ୍ୟ ପଛୁଆ ନେତା ସମ୍ପ୍ରଦାୟର ଚେହେରାଙ୍କୁ ଆଗକୁ ଆଣିଥିଲା।
Bh
୪- ସେହିପରି ବିଷ୍ଣୁଦେଓ ସାଏଙ୍କ ପରି ଜଣେ ଆଦିବାସୀ ନେତାଙ୍କୁ ଦଳ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଭଜନ ଲାଲ ଶର୍ମାଙ୍କ ପରି ଜଣେ ବ୍ରାହ୍ମଣ ନେତାଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଥିଲା। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶ ପରି ଓଡ଼ିଶାରେ ସଫଳତା ପାଇବା ଲକ୍ଷ୍ୟରେ ବିଜେପି ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇ ଥାଇପାରେ।
୫- ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜ୍ୟରେ ଅନେକ ବିଧାୟକ, ସାଂସଦ ରହିଥିଲେ ମଧ୍ୟ କାହାକୁ ସିଏମ୍ ଗାଦିରେ ବସାଇଲେ ସେ ସର୍ବସମ୍ମତିକ୍ରମେ ଗ୍ରହଣଯୋଗ୍ୟ ହୋଇ ପାରିବେ ତା’ ଉପରେ ଦଳ ଟିକେ ନଜର କରିଥିଲା। ଏଥିପାଇଁ ବିଧାୟକ ଓ ସାଂସଦଙ୍କର ଭୋଟିଂ କରାଯିବା ପରେ ମୋହନଙ୍କ ନାମରେ ମୋହର ବାଜିଥିଲା।
୬- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ମୁଖ୍ୟ ସାରଥୀ ଅମିତ ଶାହ ସର୍ବଦା କିଛି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଟିକିନିଖି ତର୍ଜମା କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ଦ୍ରୌପଦୀ ମୁର୍ମୁଙ୍କ ପରି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଆସନରେ ବସାଇବା ପରେ ଏବେ ମୋହନଙ୍କ ପରି ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ବିଜେପି ରାଜ୍ୟବାସୀଙ୍କୁ ଏକ ବଡ଼ ବାର୍ତ୍ତା ପ୍ରଦାନ କରିଛି।

Advertisement